ବିଜେଡି କାର୍ଯ୍ୟକାରିଣୀରେ ୯ଟି ରାଜନୈତିକ ପ୍ରସ୍ତାବ ପାରିତ

bjd exucitevebody meeting

BJD-1

Madhupriya Mistry
  • Published: Sunday, 20 December 2020
  • , Updated: 21 December 2020, 01:30 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷ ହେଲା ବିଜେଡିର କାର୍ଯ୍ୟକାରିଣୀ ବୈଠକ । ଆଜି ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟରେ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏଥିରେ ଭର୍ଚୁଆଲ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ୯ଟି ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି । ଏଥିରେ ସ୍ୱାମୀନାଥନ କମିଟି ସୁପାରିଶ କ୍ରମେ ଚାଷୀଙ୍କୁ ଏମଏସପି ଦେବାକୁ ପ୍ରସ୍ତାବ ଦିଆଯାଇଛି।

ଏଥିସହ ଏହି ପ୍ରସ୍ତାବ ଗୁଡିକ ମଧ୍ୟରେ ମହିଳାଙ୍କ ସଂରକ୍ଷଣ କଥା ମଧ୍ୟ ଉଠାଇଛି ଦଳ । ବିଧାନସଭା ଓ ସଂସଦରେ ମହିଳାଙ୍କୁ ୩୩% ସଂରକ୍ଷଣ ପାଇଁ ମଧ୍ୟ ଦାବି ହୋଇଛି । ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ଦାବି ସହ ଓଡ଼ିଶାର ବରପୁତ୍ରମାନଙ୍କ ଗାଁକୁ ଆଦର୍ଶ ଗ୍ରାମ ଭାବ ଗ୍ରହଣ କରିବାକୁ ଦଳ ପ୍ରସ୍ତାବ ଦେଇଛି ।  ଏହାସହ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବିକୁ ଦଳ ଦୋହରାଇଛି ।

ବୈଠକରେ ରଜନୈତିକ ପ୍ରସ୍ତାବ ଆଳରେ କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି । ଦଳ କହିଛି, କେନ୍ଦ୍ରର ଅବହେଳା ରାଜ୍ୟର ବିକାଶ ଦିଗରେ ବାଧକ ସାଜିଛି । ତେବେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଲେଢ଼ଇ ଜାରି ରହିବ । ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକାରିଣୀ ବୈଠକରେ ୮୦ ଜଣ ସଦସ୍ୟ ଓ ନିମନ୍ତ୍ରିତ ଉପସଭାପତି ଉପସ୍ଥିତ ଥିଲେ ।

Related story