୨୪ବର୍ଷ ପରେ ବିଜେଡିର ଜାତିଆଣ ରାଜନୀତି, ଓବିସିଙ୍କୁ ଦେବ ୨୭% ଟିକେଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ନିର୍ବାଚନୀ ସଫଳତା ପାଉଥିବା ବିଜେଡି ନିଜର ୨୪ବର୍ଷର ଇତିହାସରେ ପ୍ରଥମଥର ପାଇଁ ଜାତିଆଣ ରାଜନୀତିକୁ ମୋହରା କରିଛି। ବିଜେଡି ଆସନ୍ତା ପଂଚାୟତ ନିର୍ବାଚନ ସମେତ ସମସ୍ତ ନିର୍ବାଚନରେ ୨୭% ଟିକେଟ୍ ପଛୁଆ ବର୍ଗ(ଓବିସି)ର ପ୍ରାର୍ଥୀଙ୍କୁ ଦେବ । ମାତ୍ର ୨୧ବର୍ଷ ଧରି ଶାସନରେ ଥିଲେ ମଧ୍ୟ ଓବିସି ବର୍ଗଙ୍କୁ ସରକାରୀସ୍ତରରେ ଏହି ସଂରକ୍ଷଣ ଦେବାରେ ବିଜେଡି ସରକାର ବିଫଳ ହୋଇଛି। ରାଜ୍ୟର ଦୁଇ କ୍ୟାବିନେଟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ […]

BJD Press Meet

BJD Press Meet

Ordigital Desk
  • Published: Friday, 13 August 2021
  • Updated: 13 August 2021, 03:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ନିର୍ବାଚନୀ ସଫଳତା ପାଉଥିବା ବିଜେଡି ନିଜର ୨୪ବର୍ଷର ଇତିହାସରେ ପ୍ରଥମଥର ପାଇଁ ଜାତିଆଣ ରାଜନୀତିକୁ ମୋହରା କରିଛି। ବିଜେଡି ଆସନ୍ତା ପଂଚାୟତ ନିର୍ବାଚନ ସମେତ ସମସ୍ତ ନିର୍ବାଚନରେ ୨୭% ଟିକେଟ୍ ପଛୁଆ ବର୍ଗ(ଓବିସି)ର ପ୍ରାର୍ଥୀଙ୍କୁ ଦେବ । ମାତ୍ର ୨୧ବର୍ଷ ଧରି ଶାସନରେ ଥିଲେ ମଧ୍ୟ ଓବିସି ବର୍ଗଙ୍କୁ ସରକାରୀସ୍ତରରେ ଏହି ସଂରକ୍ଷଣ ଦେବାରେ ବିଜେଡି ସରକାର ବିଫଳ ହୋଇଛି।

ରାଜ୍ୟର ଦୁଇ କ୍ୟାବିନେଟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବିଜେଡି ଆଗାମୀ ଦିନରେ ସମସ୍ତ ନିର୍ବାଚନରେ ୨୭% ଟିକେଟ୍ ଓବିସି ବର୍ଗର ଲୋକଙ୍କୁ ଦେବ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହାସିକ ଘୋଷଣା କରିଛନ୍ତି। ଓବିସି ସଂଶୋଧନ ବିଲ୍ ସଂସଦରେ ଗୃହୀତ ହୋଇଛି। ଏଣିକି ରାଜ୍ୟଗୁଡ଼ିକ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ(ଏସଇବିସି) ତାଲିକା ପୂର୍ବଭଳି ପ୍ରସ୍ତୁତ କରିପାରିବେ। କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ନାମ ଲେଖାରେ ସଂରକ୍ଷଣ ସୁବିଧା ପାଉଛନ୍ତି। ସେହିପରି ରାଜ୍ୟ ପଛୁଆ ବର୍ଗ କମିଶନ ଆଇନ ବଳରେ ରାଜ୍ୟ ସରକାର ଚାହିଁଲେ କୌଣସି ଯୋଗ୍ୟ ଜାତିକୁ ଏସଇବିସି ତାଲିକାରେ ସାମିଲ କରିପାରୁଛନ୍ତି । ରାଜ୍ୟର ୨୦୯ଟି ଜାତି ଓ ଉପଜାତି ଏବେ ଏସଇବିସି ତାଲିକାରେ ଅନ୍ତର୍ଭୁକ୍ତ ଥିବାବେଳେ ରାଜ୍ୟଗୁଡ଼ିକ ଏସଇବିସି ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନ ବ୍ୟବସ୍ଥା ହୋଇଛି। କିନ୍ତୁ ସଂରକ୍ଷଣରେ ଥିବା ୫୦ପ୍ରତିଶତ ସୀମାକୁ ଉଠାଇବାକୁ ବିଜେଡି ସମେତ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି, ଯେଉଁଥିପାଇଁ ଓବିସି ବର୍ଗ ବା ଏସଇବିସି ବର୍ଗର ଲୋକଙ୍କୁ ମାତ୍ର ୨୭% ସଂରକ୍ଷଣ ରାଜ୍ୟରେ ଦିଆଯାଇପାରୁନି । ରାଜ୍ୟ ସରକାରଙ୍କ ଏସଇବିସି ଆଇନ-୨୦୦୮ରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶ ଯୋଗୁ ୨୭% ସଂରକ୍ଷଣ ଦେବା ସମ୍ଭବପର ହେଉନାହିଁ। ତେବେ ପଛୁଆ ବର୍ଗଙ୍କ ସଠିକ ଗଣନା କରାଗଲେ ଅବା ଜାତିଭିତ୍ତିକ ଗଣନା ହେଲେ ତାକୁ ଆଧାର କରି ୫୦% ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ କୋର୍ଟ କୌଣସି ଅଙ୍କୁଶ ଲଗାଇ ପାରିବେ ନାହିଁ ବୋଲି ଉଭୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓ ଶ୍ରୀ ସାହୁ କହିଛନ୍ତି।

ଅନ୍ୟପକ୍ଷରେ ଦୀର୍ଘ ୨୧ବର୍ଷ ଧରି ବିଜେଡି ରାଜ୍ୟରେ ଶାସନରେ ଥିଲେ ମଧ୍ୟ ଓବିସି ବର୍ଗଙ୍କୁ ସରକାରୀସ୍ତରରେ ଏହି ସଂରକ୍ଷଣ ଦେବାରେ ବିଫଳ ହୋଇଛି । ନିଜର ଦୀର୍ଘବର୍ଷର ବିଫଳତାକୁ ଲୁଚାଇବା ପାଇଁ ବିଜେଡି ଏବେ ନିର୍ବାଚନରେ ୨୭% ପ୍ରାର୍ଥୀ ଦେବ କହି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଥିବାବେଳେ ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ଏବେବି ଓବିସି ବର୍ଗଙ୍କୁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ଦେଉଛି। ବିଜେପି ଗତକାଲି ସାମ୍ବାଦିକ ସମ୍ମିଳନୀ କରି ୧୯୯୧ ମସିହାରେ ବିଜୁ ପଟ୍ଟନାୟକ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରି ଓବିସିଙ୍କୁ ସଂରକ୍ଷଣ ନଦେବାକୁ କରିଥିବା ଚକ୍ରାନ୍ତକୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ କରୁଛନ୍ତି ବୋଲି କହିବା ପରେ ବିଜେଡିର ଚେତା ପଶିଛି । ପଂଚାୟତ ନିର୍ବାଚନରେ ଭୋଟ୍ ହାତଛଡ଼ା ହେବା ଭୟରେ ଦଳ ଓବିିସି ବର୍ଗଙ୍କୁ ୨୭% ଟିକେଟ୍ ଦେବ ବୋଲି ଘୋଷଣା କରିଛି ।

ତେବେ ୨୦୧୯ ସାଧାରଣ ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ଟିକେଟ୍ ଦେବାକୁ ଘୋଷଣା କରିଥିବା ବିଜେଡି କେବଳ ଲୋକସଭା ନିର୍ବାଚନରେ ୭ଜଣ ମହିଳା(୩୩%) ଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବାରେ ବିଜେଡି ସତସାହାସ ଜୁଟାଇ ପାରିନଥିଲା। ୨୦୧୯ ନିର୍ବାଚନରେ ଦଳ ମାତ୍ର ୨୦ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଯଦି ୨୦୧୯ ସାଧାରଣ ନିର୍ବାଚନବେଳେ ନିଜ ଘୋଷଣା ଅନୁସାରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଥାନ୍ତେ, ତା’ହେଲେ ବିଜେଡି ୪୪ଜଣ ମହିଳାଙ୍କୁ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥାନ୍ତା।

ନିଜ ସରକାରର ୨୧ବର୍ଷର ବିଫଳତାକୁ ଲୁଚାଇବାକୁ ପଂଚାୟତ ନିର୍ବାଚନରେ ଜାତିକୁ ଆଧାର କରି ଭୋଟ ମାଗିବାକୁ ଲକ୍ଷ୍ୟ ରଖିଥିବା ନବୀନ ପ୍ରଥମଥର ପାଇଁ ଜାତି କାର୍ଡର ରାଜନୀତିକୁ ଅଗ୍ରାଧିକାର ଦେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story