ପ୍ରାର୍ଥୀ ଚୟନ ପାଇଁ ଯଜ୍ଞେଶ୍ୱରଙ୍କ ନେତୃତ୍ୱରେ କଂଗ୍ରେସ ଗଢ଼ିଲା କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଶାସକ ବିଜେଡି ଗତକାଲି ସଂକଳ୍ପ ପତ୍ର ପାରିତ କରି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରାର୍ଥୀ ଚୂଡ଼ାନ୍ତ ନିଷ୍ପତ୍ତି ଛାଡ଼ିଥିବାବେଳେ କଂଗ୍ରେସ ନିଜର ପ୍ରାର୍ଥୀ ଚୟନ ନିମନ୍ତେ ଏକ ୫ଜଣିଆ କମିଟି ଗଠନ କରିଛି । ଏହି କମିଟିକୁ ୮ତାରିଖ ସୁଦ୍ଧା ଏକ ବିସ୍ତୃତ ରିପୋର୍ଟ ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପିସିସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି […]

congress

Ordigital Desk
  • Published: Thursday, 05 May 2022
  • , Updated: 05 May 2022, 07:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଶାସକ ବିଜେଡି ଗତକାଲି ସଂକଳ୍ପ ପତ୍ର ପାରିତ କରି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରାର୍ଥୀ ଚୂଡ଼ାନ୍ତ ନିଷ୍ପତ୍ତି ଛାଡ଼ିଥିବାବେଳେ କଂଗ୍ରେସ ନିଜର ପ୍ରାର୍ଥୀ ଚୟନ ନିମନ୍ତେ ଏକ ୫ଜଣିଆ କମିଟି ଗଠନ କରିଛି । ଏହି କମିଟିକୁ ୮ତାରିଖ ସୁଦ୍ଧା ଏକ ବିସ୍ତୃତ ରିପୋର୍ଟ ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ପିସିସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଯଜେ୍ଞଶ୍ୱର ବାବୁ ଏହି ପ୍ରାର୍ଥୀ ଚୟନ କମିଟିର ଅଧ୍ୟକ୍ଷ ଥିବାବେଳେ ଦଳର ସମ୍ବଲପୁର ଜିଲ୍ଲା ସଭାପତି ଅଶ୍ୱିନୀ ଗୁରୁ, ସୁନ୍ଦରଗଡ଼ ଜିଲ୍ଲା ସଭାପତି ବେଣୁମାଧବ ତ୍ରିପାଠୀ ଓ ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ଦେବତା ସଦସ୍ୟ ଅଛନ୍ତି । ଦଳର ଝାରସୁଗୁଡ଼ା ଜିଲ୍ଲା ସଭାପତି ଭରତ ଅବସ୍ତି ଏହି କମିଟିର ଆବାହକ ରହିବେ । ଏହି କମିଟି ଆସନ୍ତାକାଲି ଶୁକ୍ରବାର ବ୍ରଜରାଜନଗର ଗସ୍ତ କରି ଦଳର ବିଭିନ୍ନ ନେତୃବୃନ୍ଦଙ୍କୁ ଭେଟି ଆଲୋଚନା କରି ୮ତାରିଖ ସୁଦ୍ଧା ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବ । ତା’ପରେ ପିସିସି ପକ୍ଷରୁ ଏହି ରିପୋର୍ଟ ଏସଆଇସିସିକୁ ସୁପାରିଶ କରାଯିବ ଓ ଦଳର ପ୍ରାର୍ଥୀ କିଏ ହେବ ତାହା ଏଆଇସିସି ଘୋଷଣା କରିବ ବୋଲି ପିସିସି ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସକୁ ୩ଜଣ ଆଶାୟୀ ପ୍ରାର୍ଥୀ ପ୍ରମୋଦ ପ୍ରଧାନ, ସୁବ୍ରତ ପ୍ରଧାନ ଓ ଜୀବନ ସାର୍ଥକ ଦାସଙ୍କ ଆବେଦନ ମିଳିଛି । ପ୍ରାର୍ଥୀ ଚୟନ ପାଇଁ କମିଟି ଗଢ଼ାଯାଇଛି । ସେମାନେ ସମସ୍ତଙ୍କ ସହ ଆଲୋଚନା କରିବେ । ପ୍ରାର୍ଥୀ ଚୟନରେ ଦଳର ବରିଷ୍ଠ ନେତା କିଶୋର ପଟେଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ସେ କହିଛନ୍ତ।

Related story