ମମତା ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା କିଏ ହେବେ?

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଆଉ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ମମତା ବାନାର୍ଜୀ। ହେଲେ ନିର୍ବାଚନ ବେଳେ ଟିଏମସି ଯେଉଁ ‘ଖେଲା ହୋବେ’ ସ୍ଲୋଗାନ ଦେଇଥିଲା ତାହା ଶେଷ ହୋଇନାହିଁ, ବରଂ ଆଗକୁ ଆହୁରି ଜୋରଦାର ‘ଖେଲା ହୋବେ’ ବୋଲି ବିଜେପି ଆଭାସ ଦେଇ ସାରିଛି। ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରିଥିବା ଟିଏମସି ସୁୁପ୍ରିମୋ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅନ୍ୟପଟେ ନିର୍ବାଚନୀ ହିଂସାକୁ […]

mamata-vs-subhendu

mamata-vs-subhendu

Subhransu Sekhar
  • Published: Wednesday, 05 May 2021
  • Updated: 05 May 2021, 04:23 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଆଉ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ମମତା ବାନାର୍ଜୀ। ହେଲେ ନିର୍ବାଚନ ବେଳେ ଟିଏମସି ଯେଉଁ 'ଖେଲା ହୋବେ' ସ୍ଲୋଗାନ ଦେଇଥିଲା ତାହା ଶେଷ ହୋଇନାହିଁ, ବରଂ ଆଗକୁ ଆହୁରି ଜୋରଦାର 'ଖେଲା ହୋବେ' ବୋଲି ବିଜେପି ଆଭାସ ଦେଇ ସାରିଛି। ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରିଥିବା ଟିଏମସି ସୁୁପ୍ରିମୋ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅନ୍ୟପଟେ ନିର୍ବାଚନୀ ହିଂସାକୁ ବିରୋଧ କରି ଶାସକ ଦଳ ଟିଏମସି ବିରୋଧରେ ସାରା ଦେଶରେ ବିଜେପି କର୍ମୀ ଓ ନେତା ଧାରଣା ଦେଇଛନ୍ତି।

ସେହିପରି ବିଜେପିରୁ ବିରୋଧୀ ଦଳର ନେତା କିଏ ହେବ ସେ ନେଇ ଚର୍ଚ୍ଚା ଜୋରଦାର ଚାଲିଥିବା ବେଳେ। ନନ୍ଦିଗ୍ରାମର ପୁଅ ଶୁୁଭେନ୍ଦୁ ଅଧିକାରୀ ମମତାଙ୍କୁ ଚେକ୍ ଦେଇଥିବାରୁ ବିରୋଧୀ ଦଳ ନେତା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଜେପିର ବରିଷ୍ଠ ନେତାଙ୍କ କହିବାନୁସାରେ, ଶୁଭେନ୍ଦୁ ଅଧିକାରୀ ବିରୋଧୀ ଦଳର ନେତା ହେବା ପ୍ରାୟ ନିଶ୍ଚିତ। ଆଜି ସନ୍ଧ୍ୟାରେ ଦଳର ସାଂସଦ ଏବଂ ବିଧାୟକଙ୍କ ସହ ଏକ ବୈଠକରେ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହେବେ। ଏହା ପରେ ଶୁଭେନ୍ଦୁ ଅଧିକାରୀ ଏବଂ ମମତା ବାନାର୍ଜୀ ବିଧାନସଭାରେ ମୁହାଁମୁହିଁ ହେବେ।

ତେବେ ଆଜି ବସିବାକୁ ଥିବା ବୈଠକ ପୂର୍ବରୁ ଶୁଭେନ୍ଦୁ ନୂଆ ସରକାର ଉପରେ ହମଲା କରିଛନ୍ତି। ନିର୍ବାଚନୀ ହିଂସାକୁ ନେଇ ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି।ସେ କହିଛନ୍ତି ଯେ ରାଜ୍ୟରେ ସମସ୍ତ ହିଂସା ପ୍ରାୟୋଜିତ। ୪୮ ଘଣ୍ଟା ମଧ୍ୟରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ମହିଳାମାନଙ୍କୁ ନିର୍ଯାତନା ଦିଆଯାଉଛି। ଅନୁସୂଚିତ ଜାତି ଓ ଜନଜାତିର ମହିଳାମାନେ ମଧ୍ୟ ଏହି ନିର୍ଯାତନାର ଶିକାର ହୋଇଛନ୍ତି। ବିଧାନସଭା ଆରମ୍ଭ ହେବା ପରେ ବିଧାନସଭା ଭିତରେ ଓ ବାହାରେ ହିଂସା ବିରୋଧରେ ଆନ୍ଦୋଳନ ହେବ।

ସେ କହିଛନ୍ତି ଯେ ନିର୍ବାଚନରେ ​​ହାରିବା ପରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏମିତି ପୂର୍ବରୁ କେବେ ହୋଇନାହିଁ। ଟିଏମସିରେ ୨୧୩ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି। ଟିଏମସି ସେହି ବିଧାୟକଙ୍କ ମଧ୍ୟରୁ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ବାଛି ପାରିଥାନ୍ତେ। ତେଣୁ ସେ ଟିଏମସିକୁ ଏକ ଘରୋଇ କମ୍ପାନୀ କହିଛନ୍ତି।

ଶୁଭେନ୍ଦୁ ବିଧାନସଭା ନିର୍ବାଚନ ପୂର୍ବରୁ ମମତାଙ୍କର ଏକଦା ଘନିଷ୍ଠ ଥିଲେ। ହେଲେ ବିଧାନସଭା ନିର୍ବାଚନ ବେଳେ ଦଳ ଡେଇଁ ବିଜେପିରେ ସାମିଲ୍ ହୋଇଛନ୍ତି। ପିସି କାରବାର, ଚାନ୍ଦା ଆଦାୟ ସହିତ ବିଭିନ୍ନ ଦୁର୍ନୀତିରେ ମମତା ସରକାର ସାମିଲ୍ ଥିବା କହି ବିଜେପିରେ ସାମିଲ୍ ହୋଇଥିଲେ ଶୁଭେନ୍ଦୁ। ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଜଣେ ପୁରୁଖା ନେତା। ନନ୍ଦିଗ୍ରାମ ଏବଂ ସିଙ୍ଗୁର ଆନ୍ଦୋଳନ ବେଳେ ଲୋକଙ୍କ ପାଇଁ ଲଢ଼େଇ କରିଥିବା ଏହି ନେତା ଏବେ ଟିଏମସି ସରକାର ପାଇଁଁ କଣ୍ଚା ସାବ୍ୟସ୍ତ ହୋଇପାରନ୍ତି। କାରଣ ମମତା ସରକାରରେ ଥିବା ସମସ୍ତ ଫନ୍ଦିକୁ ବୁଝିଛନ୍ତି ନନ୍ଦିଗ୍ରାମ ମାଟିର ଏହି ପୁଅ।

ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ ମଧ୍ୟ ବିରୋଧୀ ଦଳ ନେତା ପାଇଁ ଦାବିଦାର ରହିଛନ୍ତି। ସେ ହେଉଛନ୍ତି ବିଜେପିର ରାଜ୍ୟ ସଭାପତି। ତାଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ତିନିଟି ଆସନରୁ ୭୭ଟି ଆସନ ପାଇଛି। ତେଣୁ ସେ ଏହି ପଦ ପାଇଁ ନିଜକୁ ଜଣେ ପ୍ରକୃତି ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରୁଛନ୍ତି। ହେଲେ ସେ ସାଂସଦ ଥିବାରୁ ବିରୋଧୀ ଦଳର ନେତା ହେବାକୁ ହେଲେ ନିଜ ପଦରୁ ଇସ୍ତଫା ଦେବାକୁ ହେବ।

ଅନ୍ୟପକ୍ଷରେ ମମତାଙ୍କର ଏକଦା ସହଯୋଗୀ ଥିବା ନେତା ତଥା ​​ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରୟ ମଧ୍ୟ କୃଷ୍ଣନଗର ଉତ୍ତରରୁ ବିଜୟୀ ହୋଇଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ବିରୋଧୀ ଦଳର ନେତା ଭାବରେ ମଧ୍ୟ ପ୍ରତିଯୋଗୀ ଭାବେ ବିବେଚନା କରାଯାଏ। ତେବେ ବିଜେପିର ସୂତ୍ରରୁ ପ୍ରକାଶ ଯେ ଦଳ ଶୁଭେନ୍ଦୁ ଅଧିକାରୀଙ୍କୁ ବିରୋଧୀ ଦଳର ନେତା କରିବାକୁ ନିଷ୍ପତ୍ତି ନେଇଛି, ଯଦିଓ ଦଳର ସାଂସଦ ଏବଂ ବିଧାୟକଙ୍କ ସହ ଆଲୋଚନା ପରେ ହିଁ ଏହି ନିଷ୍ପତ୍ତି ଘୋଷଣା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos