Advertisment

ଫିଟିପାରେ ବିଜେପି-ବିଜେଡି ମେଣ୍ଟ ଗଣ୍ଠି; ଆଜି ନବୀନ ନିବାସରେ ବସିବ ମିଟିଂ

ପୂର୍ବରୁ ଗତ ୬ ତାରିଖରେ ନବୀନ ନିବାସରେ ବୈଠକ ହୋଇଥିଲା। ଯେଉଁଥିରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି କହିଥିଲା ବିଜେଡି।

Lotus And Conch

Lotus And Conch

Advertisment

ବିଜେପି-ବିଜେଡି ମେଣ୍ଟକୁ ଜାରି ରହିଛି ସସପେନ୍ସ। ଏହି ଦୁଇ ଦଳ ମଧ୍ୟରେ ମେଣ୍ଟ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏହି ମେଣ୍ଟ ନେଇ ଆଜି ନବୀନ ନିବାସରେ ଜରୁରୀ ବୈଠକ ବସିବା ନେଇ ସୂଚନା ମିଳିଛି। ଏହି ବୈଠକରେ ମେଣ୍ଟ ସଂପର୍କରେ କିଛି ବଡ଼ ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଉଛି। ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡକରା ଯାଇଛି। ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ମାନଙ୍କୁ ମଧ୍ୟ ଏଥିରେ ଡକାଯାଇଥିବା ସୂଚନା ରହିଛି।

Advertisment

ପୂର୍ବରୁ ଗତ ୬ ତାରିଖରେ ନବୀନ ନିବାସରେ ବୈଠକ ହୋଇଥିଲା। ଯେଉଁଥିରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି
କହିଥିଲା ବିଜେଡି।

ଅନ୍ୟପକ୍ଷରେ ଗତକାଲି ଦିଲ୍ଲୀରେ ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ପୂର୍ବ ବୈଠକରେ ସମ୍ୟକ୍ ଆଲୋଚନା ପରେ ଗତକାଲି ଫାଇନାଲ କଲ୍ ଡାକି ରାଜ୍ୟ ନେତୃତ୍ୱଙ୍କ ସହ ମିଶି ମେଣ୍ଟ ଅଙ୍କ ଛିଡାଇବାକୁ ଚେଷ୍ଟା କରିଥିଲେ ଶାହ। ତେବେ ବୈଠକରୁ କ’ଣ ନିଷ୍କର୍ସ ବାହାରିଛି ତାହା ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇନି।

Advertisment

କାଲି ଶାହଙ୍କ ଘରେ ବିଜେପି ରାଜ୍ୟ ନେତୃତ୍ୱଙ୍କ ବୈଠକ ବସିଥିଲା। ଗୃହ ମନ୍ତ୍ରୀଙ୍କୁ ଭେଟିଥିଲେ ଦିଲ୍ଲୀରେ ଡେରା ପକାଇଥିବା ରାଜ୍ୟ ବିଜେପି ନେତୃତ୍ୱ। ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସଂପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ଆଲୋଚନା କରିଥିଲେ ଅମିତ ଶାହ। ବୈଠକରେ ମେଣ୍ଟ ନେଇ ଫୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ, ମେଣ୍ଟ ହେଉଛି ନା ନାହିଁ ସେ ନେଇ କିନ୍ତୁ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe