Advertisment

ଝାରସୁଗୁଡ଼ା ଉପନିର୍ବାଚନ: ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

ତରୁଣଙ୍କ ନାଁ ଘୋଷଣା କରିଛି ଏଆଇସିସି।

ଅଦ୍ୟତନ ହୋଇଛି
Tarun Pandy

Tarun Pandy

Advertisment

ଝାରସୁଗୁଡ଼ା ଉପନିର୍ବାଚନ  ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ତରୁଣ ପାଣ୍ଡେଙ୍କୁ ଏଠାରୁ ପ୍ରାର୍ଥୀ କରିଛି ଦଳ। ତରୁଣଙ୍କ ନାଁ ଘୋଷଣା କରିଛି ଏଆଇସିସି। ତରୁଣ ହେଉଛନ୍ତି ପୂର୍ବତନ ବିଧାୟକ ସ୍ୱର୍ଗତଃ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ। ସ୍ୱର୍ଗତଃ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ ୧୯୮୦, ୧୯୮୫ ଓ ୧୯୯୫ରେ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Advertisment

କଂଗ୍ରେସ ଟିକେଟ ପାଇବା ପରେ ତରୁଣ କହିଛନ୍ତି, ନିର୍ବାଚନ ନେଇ ମୋର ଅନୁଭୂତି ରହିଛି। ବାପାଙ୍କ ସହ ନିର୍ବାଚନରେ କାମ କରିଛି। ଝାରସୁଗୁଡ଼ାରେ ସୃଷ୍ଟି ହୋଇଥିବା ପ୍ରଦୂଷଣ, ବେକାରୀ ସମସ୍ୟା ଓ ଅଣାୟତ ଆଇନଶୃଙ୍ଖଳା ସ୍ଥିତିକୁ ପ୍ରସଙ୍ଗ କରାଯିବ। ନବ ଦାସ କଂଗ୍ରେସରୁ ବିଜେଡିକୁ ଯିବା ବେଳେ ଦଳ ଛାଡ଼ିଥିବା କର୍ମୀମାନେ ପୁଣି ଫେରିଛନ୍ତି। କାରଣ ନବ ଦାସଙ୍କ ଦେହାନ୍ତ ହୋଇଯାଇଛି। ତେଣୁ କଂଗ୍ରେସ ଜିତିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। କଂଗ୍ରେସ ଦଳରୁ ଯିଏ ବି ଟିକେଟ ପାଇବ ମିଳିମିଶି ନିର୍ବାଚନ ଲଢ଼ାଯିବ ବୋଲି ଆଲୋଚନା ହୋଇଛି। ତେଣୁ ଦଳରେ କୌଣସି କନ୍ଦଳ ନାହିଁ। ବିଜେଡି ସହ କଂଗ୍ରେସର ସିଧାସଳଖ ଟକ୍କର ହେବ। ବିଜେଡି କଳବଳ ଓ ଅର୍ଥ ଲଗାଇ ଏଠାରୁ ଜିତିବାକୁ ଚେଷ୍ଟା କରିବ। ଯାହାକୁ ପ୍ରତିହତ କରିବାକୁ କଂଗ୍ରେସ ନିଜର ଯୋଜନାକୁ ରୂପ ଦେଇ ସାରିଛି ବୋଲି ତରୁଣ କହିଛନ୍ତି।

ତେବେ ତରୁଣଙ୍କ ନାଁ ଘୋଷଣା ହେବା ପରେ ଏଠାରୁ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ଅନ୍ୟମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଏହି ଆଶାୟୀଙ୍କ ମଧ୍ୟରେ ଥିଲେ ମହେନ୍ଦ୍ର ନାୟକ, ଜିଲ୍ଲା ସଭାପତି ଅଶୋକ ମିଶ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳ। ଏମାନଙ୍କ ନାଁକୁ ନେଇ ବେଶ୍ ଆଲୋଚନା ହେଉଥିଲା। ହେଲେ ଏହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇ ତରୁଣଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। 

Advertisment

ଝାରସୁଗୁଡ଼ା ଉପନିର୍ବାଚନ ନିମନ୍ତେ ବିଜେଡି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା। ଦଳ ସ୍ୱର୍ଗତଃ ନବ କିଶୋର ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରିଛି।ତେବେ ବିଜେପି ଏପର୍ଯ୍ୟନ୍ତ ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ। ତେବେ ଟଙ୍କଧର ତ୍ରିପାଠୀଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି। 

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମେ` ୧୦ ତାରିଖରେ ଭୋଟ୍ ଗ୍ରହଣ ହେବ। ମେ' ୧୩ ତାରିଖରେ ଭୋଟ୍ ଗଣତି ହେବ।  

Congress By-Election Jharsuguda Jharsuguda Bypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe