Advertisment

କେସିଆରଙ୍କ ପୁଅଙ୍କ ପାଲଟା ଆକ୍ରମଣ, କହିଲେ - ମୋଦି ଜଣେ ଭଲ ସଂଳାପ ଲେଖକ, ଓସ୍କାର ଜିତି ପାରିବେ

ଆମକୁ କ’ଣ ପାଗଳା କୁକୁର କାମୁଡ଼ିଛି ଯେ ଆମେ NDAରେ ସାମିଲ ହେବାକୁ ମନ ବଳାଇବୁ। NDAରେ ସାମିଲ ହୋଇଥିବା ଦଳମାନେ ସତ ଜାଣିପାରି ଏବେ ସେଠାରୁ ମୁହଁ ଫେରାଉଛନ୍ତି।

kt-rama-rao

kt-rama-rao

Advertisment

ବିଜେପି ଓ ବିଆରଏସ୍‌ କଳି ଦିନକୁ ଦିନ ଘନେଇବାରେ ଲାଗିଛି। ୨୦୨୦ ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ପରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ମିଶିବାକୁ ଚାହୁଁଥିଲେ ବି କେସିଆର କରିଥିବା କର୍ମ ପାଇଁ ସେ ତାଙ୍କ ସହ ହାତ ମିଳାଇବାକୁ ମନା କରି ଦେଇଥିଲେ ବୋଲି ଗତକାଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ଖଣ୍ଡନ କରି ବିଜେପିକୁ ଟାର୍ଗେଟ କରିଛନ୍ତି କେସିଆରଙ୍କ ପୁଅ କେ.ଟି ରାମାରାଓ।

Advertisment

କେସିଆର ଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଲଗାଇଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ସେ ଜଣେ ଫିଲ୍ମ ପାଇଁ ଜଣେ ଭଲ ସଂଳାପ ଲେଖକ ହୋଇ ପାରିବେ ବୋଲି କହିଛନ୍ତି କେଟି ରାମାରାଓ। ଏପରିକି ଭଲ ଗପ ଲେଖି ସେ ଓସ୍କାର ଜିତି ପାରିବେ ବୋଲି କହି ସେ ପାଲଟା ଆକ୍ରମଣ କରିଛନ୍ତି।

ଏଥିସହ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଜଣେ ବଡ଼ ମିଛୁଆ ହୋଇଥିବା ବେଳେ ବିଜେପି ହେଉଛି ସବୁଠୁ ବଡ଼ ମିଛ ଫ୍ୟାକ୍ଟ୍ରି। ଆମକୁ କ’ଣ ପାଗଳା କୁକୁର କାମୁଡ଼ିଛି ଯେ ଆମେ NDAରେ ସାମିଲ ହେବାକୁ ମନ ବଳାଇବୁ। NDAରେ ସାମିଲ ହୋଇଥିବା ଦଳମାନେ ସତ ଜାଣିପାରି ଏବେ ସେଠାରୁ ମୁହଁ ଫେରାଉଛନ୍ତି। ଶିବସେନା, ଜେଡିୟୁ, ଶିରୋମଣି ଅକାଳି ଦଳ NDAରୁ ମୁହଁ ଫେରାଇ ନେଲେଣି। ତେଣୁ ଏବେ ସିବିଆଇ, ଇଡି, ଆଇଟି ଡିପାଟମେଣ୍ଟ ବ୍ୟତୀତ ତୁମ ପାଖରେ କିଏ ଅଛନ୍ତି ବୋଲି ବିଜେପିକୁ ପଚାରିଛନ୍ତି କେଟି ଆର ରାମାରାଓ ।

Advertisment

ପ୍ରଧାନମନ୍ତ୍ରୀ ପଦରେ ବସିଥିବା ଜଣେ ବ୍ୟକ୍ତିଙ୍କ ମୁହଁରେ ଏପରି ମିଛ ଶୋଭା ପାଉନି। କେସିଆର ଜଣେ ଫାଇଟର ଓ ସେ ବିଜେପି ପରି ପାର୍ଟିର ନେତାଙ୍କ ସହ କେବେବି କାମ କରିବେ ନାହିଁ। ଆମେ ଗଣତାନ୍ତ୍ରୀକ ଉପାୟରେ ଦୁଇ ଥର ନିର୍ବାଚିତ ସରକାର। ଆମେ ଦିଲ୍ଲୀର କ୍ରିତଦାସ ନୁହଁ ବୋଲି ବି ସେ ଖୁଲମଖୁଲା କହିଛନ୍ତି।

ଏଥିସହ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଭାବୁଛନ୍ତି ସେ ଏକା ଦୁର୍ନୀତିମୁକ୍ତ ଓ ଅନ୍ୟମାନେ ଦୁର୍ନୀତିରେ ଉବୁଟୁବୁ ହେଉଛନ୍ତି। ହେଲେ ଯେଉଁ ନେତାଙ୍କ ନାମରେ କେସ୍‌ ଚାଲିଥିଲା, ସେମାନେ ବିଜେପିରେ ଯୋଗ ଦେବା ପରେ ସେ କେସ୍‌ ବିଷୟରେ କ’ଣ ହେଲା ସେ ବିଷୟରେ ପ୍ରଧାନମନ୍ତ୍ରୀ କହିବେ କି ବୋଲଇ ପ୍ରଶ୍ନ କରିଛନ୍ତି କେଟିଆର । କେବଳ ଏତିକି ନୁହେଁ, ୨୦୧୮ ତୁଳନାରେ ବିଜେପି ଏଥର ଆହୁରି ଖରାପ ପ୍ରଦର୍ଶନ କରିବା ବୋଲି ବିଆରଏସ୍‌ ଦାବି କରିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଶେଷ ଭାଗରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ରାଜ୍ୟରେ ଗତକାଲି ବିଜେପି ପକ୍ଷରୁ ଗୋଟିଏ ସଭାର ଆୟୋଜନ କରାଯାଇଥିଲା। ଏହି ସଭାକୁ ସମ୍ବୋଧନ କରି ମୋଦି କହିଛନ୍ତି, “ହାଇଦ୍ରାବାଦ ପୌରପାଳିକା ନିର୍ବାଚନରେ ବିଜେପି ୪୮ଟି ଆସନ ଜିତିଥିଲା। ଏହି ସମୟରେ କେସିଆର ବିଜେପିର ସମର୍ଥନ ଚାହିଁଥିଲେ।

ଏହି ନିର୍ବାଚନ ପୂର୍ବରୁ ସେ ମୋତେ ଏୟାରପୋର୍ଟରେ ସ୍ୱାଗତ କରୁଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଆଉ ସ୍ୱାଗତ କରିବାକୁ ଯାଇ ନଥିଲେ। ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ପରେ କେସିଆର ଦିଲ୍ଲୀରେ ମୋତେ ଭେଟିବାକୁ ଆସିଥିଲେ।

ଏତିକି ବେଳେ ସେ ଏନଡିଏରେ ସାମିଲ ହେବାକୁ ଚାହୁଁଥିବା ଇଚ୍ଛା ପ୍ରକାଶ କରିଥିଲେ। ଏଥିସହ ସେ ମୋତେ ତାଙ୍କୁ ସମର୍ଥନ କରିବାକୁ କହିଥିଲେ। ମୁଁ ତାଙ୍କୁ କହିଥିଲି ଯେ ତାଙ୍କର କୁକର୍ମ ପାଇଁ ମୋଦି ତାଙ୍କ ସହ କେବେ ହେଲେ ମିଶି ପାରିବ ନାହିଁ।” ପ୍ରଧାନମନ୍ତ୍ରୀଙ୍କ ଏପରି ବୟାନ ପରେ ଏବ ବିଜେପି- ବିଆରଏସ୍‌ ମୁହାଁମୁହିଁ ହେବା ସହ ରାଜନୈତିକ ଉଷ୍ମତା ଦେଖାଦେଇଛି।

Bjp PM Modi Brs KCR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe