Advertisment

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର

‘ଆଗକୁ ବଢ଼ିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଯାତ୍ରାରେ ସାମିଲ ହେବାକୁ ନିଷ୍ପତ୍ତି ନେଲି।’

Lekhashree Samantsinghar

Lekhashree Samantsinghar

Advertisment

ଆଜି ସକାଳେ ବିଜେପିରୁ ଇସ୍ତଫା ଦେଇଥିବା ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ଏବଂ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଉପସ୍ଥିତିରେ ଲେଖାଶ୍ରୀ ବିଜେଡିରେ ଯୋଗ ଦେଇଥିଲେ। 

Advertisment

ବିଜେଡିରେ ଯୋଗ ଦେବା ପରେ ଲେଖାଶ୍ରୀ କହିଥିଲେ, ମୋର ଯେତିକି ଦକ୍ଷତା ଥିଲା, ସେହି ଅନୁସାରେ ମୁଁ ଦୀର୍ଘ ୧୦ ବର୍ଷ ଧରି ଭାରତୀୟ ଜନତା ପାର୍ଟି ପାଇଁ କାର୍ଯ୍ୟ କରିଥିଲି। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ମୋର ଯେଉଁ ବୃହତ୍ତ ଇଚ୍ଛା ଥିଲା, ତାହା ୧୦ ବର୍ଷ ପରେ ମଧ୍ୟ ଭାରତୀୟ ଜନତା ପାର୍ଟିରେ ପୂରଣ ହୋଇପାରିଲାନାହିଁ। ପ୍ରତିବଦ୍ଧତାର ସହିତ କଠିନ ପରିଶ୍ରମ କରିବା ସତ୍ତ୍ୱେ ଦଳୀୟ ନେତୃତ୍ୱଙ୍କ ନିକଟରେ ମୁଁ ଆସ୍ଥାଭାଜନ ହୋଇପାରିଲି ନାହିଁ। କୌଣସି କାରଣରୁ ମୋ ଉପରେ ସେମାନେ ଭରସା କରିପାରିଲେ ନାହିଁ। ତେଣୁ ମୁଁ ଅନୁଭବ କଲି ଭାରତୀୟ ଜନତା ପାର୍ଟିରେ ମୋର କାମ ସରିଯାଇଛି। ଆଉ କାମ କରିବାର ସୁଯୋଗ ନାହିଁ। ତେଣୁ ଆଗକୁ ବଢ଼ିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଯାତ୍ରାରେ ସାମିଲ ହେବାକୁ ନିଷ୍ପତ୍ତି ନେଲି।

ଆଜି ସକାଳେ ଲେଖାଶ୍ରୀ ସାମନ୍ତସିଂହାର ସୋଶାଲ ମିଡିଆ ଯୋଗେ ବିଜେପିରୁ ତାଙ୍କର ଇସ୍ତଫା ସଂପର୍କିତ ସୂଚନା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ରକୁ Xରେ ପୋଷ୍ଟ କରିଥିଲେ। 

Advertisment

କିଛି ଦିନ ତଳେ ରାଜ୍ୟ ବିଜେପିର ଆଉ ଜଣେ ଆଗଧାଡ଼ିର ନେତା ଭୃଗୁ ବକ୍ସିପାତ୍ର ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି।     

BjD Bjp Lekhashree Samantsinghar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe