Advertisment

‘ବିଜେଡିରେ କେହି ଖୁସି ନାହାନ୍ତି, ସମସ୍ତେ ଏବେ ଅଣନିଃଶ୍ୱାସୀ’

ଅନେକ ବିଜେଡି ବିଧାୟକ ଆମ ସଂପର୍କରେ ଅଛନ୍ତି । ଠିକ୍‌ ସମୟରେ ସେମାନେ ଠିକ୍‌ ନିଷ୍ପତ୍ତି ନେବେ ।

ଅଦ୍ୟତନ ହୋଇଛି
Manmohan Samal

Manmohan Samal

Advertisment

ବିଜେଡିରେ କେହି ଖୁସିରେ ନାହାନ୍ତି । କର୍ମୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତା, ବିଧାୟକ ସମସ୍ତେ ଦଳରେ ଅଣନିଃଶ୍ୱାସୀ ହୋଇ ପଡ଼ିଛନ୍ତି । ସମସ୍ତେ ଭୟଭୀତ ତଥା ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେଣୁ ଅନେକ ବିଜେଡି ବିଧାୟକ ଆମ ସଂପର୍କରେ ଅଛନ୍ତି । ଠିକ୍‌ ସମୟରେ ସେମାନେ ଠିକ୍‌ ନିଷ୍ପତ୍ତି ନେବେ। ଏପରି ମତବ୍ୟକ୍ତ କରି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

Advertisment

ମୋ’ ଦେଶ, ମୋ’ ମାଟି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସୌମ୍ୟରଞ୍ଜନ ପଟ୍ଟନାୟକ ଙ୍କ ଉପରେ ଗତକାଲି ବିଜେଡିର ଆକ୍ସନକୁ ନେଇ ଆଜି ପୁଣି ଘେରିଛନ୍ତି ବିରୋଧୀ। ଏଥିସହ ସେ କହିଛନ୍ତି, ଓଡ଼ିଶା ରାଜନୀତିରେ ବିଚିତ୍ର ସ୍ଥିତି ଉପୁଜିବା ସହ ରାଜନୈତିକ ବ୍ୟବସ୍ଥା ନଷ୍ଟଭ୍ରଷ୍ଟ ହୋଇଗଲାଣି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ କେହି ଦିଶୁନାହାନ୍ତି ।

ତେଣୁ ଆଗାମୀ ନିର୍ବାଚନରେ ସରକାର ପରିବର୍ତ୍ତନ ପାଇଁ ଲୋକେ ସ୍ଥିର କରିଛନ୍ତି । ଦୁର୍ନୀତିକୁ ବିରୋଧ କରି ବିଜେପି ସରକାର କରିବାକୁ ଲୋକେ ନିଷ୍ପତ୍ତି ନେଇଛନ୍ତି ବୋଲି ମନମୋହନ ସାମଲ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Advertisment

ଏହି ଅବସରରେ ସେ କହିଛନ୍ତି, ଗଞ୍ଜାମକୁ କେନ୍ଦ୍ରର ବହୁ ଅନୁଦାନ ଆସିଛି, କିନ୍ତୁ ବିକାଶ ହୋଇନି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଆବାସ ଯୋଜନା ସଠିକ୍ କାର୍ଯ୍ୟକାରୀ ହୋଇନି ବୋଲି ସେ ଅଭିଯୋଗ କରିଛନ୍ତି ।

5T ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାରେ ବହୁ ପରିମାଣରେ ଅଭିଯୋଗ ଆସୁଥିବା ଘଟଣାକୁ ମଧ୍ୟ ସେ ସମାଲୋଚନା କରିଛନ୍ତି । ଏମିତିକି ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ୨୦୧୯ ଫନି ବାତ୍ୟାର କ୍ଷୟକ୍ଷତି ମିଳିନି କହି ସେ କଟାକ୍ଷ କରିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଓଡ଼ିଶାରେ ଏବେ ଗୁମସ୍ତା ଶାସନ ଚାଲିଛି, ଗଣତନ୍ତ୍ର ଲୋପ ପାଇଛି। ତଥ୍ୟ ଭିତ୍ତିକ ସମାଲୋଚନା କରିବାର ଅଧିକାର ସମସ୍ତଙ୍କର ରହିଛି।

ଏଥିସହ ସେ କହିଛନ୍ତି, ବ୍ଲାକମେଲ ଶବ୍ଦ ଯିଏ ବ୍ୟବହାର କରୁଛନ୍ତି, ସେ ଡିକ୍ସନାରୀ ଦେଖନ୍ତୁ । ଦଳରେ କାହାକୁ ରଖିବେ କାହାକୁ କାଢ଼ିବେ ତାଙ୍କ ଦଳ ଉପରେ ନିର୍ଭର କରେ ।

 ଜବାବରେ ବିଜେଡି କହିଛି, ସୌମ୍ୟଙ୍କୁ ଦଳ ଉପସଭାପତି ପଦରୁ ନିଜେ ସୁପ୍ରିମୋ ନବୀନ ପଟ୍ଟନାୟକ କରିଛନ୍ତି। ତାକୁ ଆମକୁ  ମାନିବାକୁ ପଡ଼ିବ।

Bjp Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe