Advertisment

ବିକ୍ରମ କେଶରୀ ଆରୁଖ ହେଲେ ଅର୍ଥ ମନ୍ତ୍ରୀ

ଅର୍ଥ ବିଭାଗଟି ପୂର୍ବରୁ ନିରଞ୍ଜନ ପୂଜାରୀଙ୍କ ପାଖରେ ଥିଲା।

author-image
Jitendra Garnayak
Bikram Keshari arukh

Bikram Keshari arukh

ବିକ୍ରମ କେଶରୀ ଆରୁଖ, ସାରଦା ପ୍ରସାଦ ନାୟକ ଓ ସୁଦାମ ମାରାଣ୍ଡି ଆଜି ନୂଆ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ସେମାନଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

Advertisment

ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହୋଇଥିବା ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇଛି। ଏହି ବିଭାଗ ପୂର୍ବରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ହାତରେ ଥିଲା। ନିରଞ୍ଜନ ପୂଜାରୀ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାରା ମନ୍ତ୍ରୀ ଅଛନ୍ତି।

ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗର ମନ୍ତ୍ରୀ କରାଯାଇଛି। ଏହି ବିଭାଗଟି ପୂର୍ବରୁ ଶ୍ରୀକାନ୍ତ ସାହୁଙ୍କ ହାତରେ ଥିଲା। ଶ୍ରୀକାନ୍ତ ସାହୁ ରାଷ୍ଟ୍ରମନ୍ତ୍ରୀ ଭାବେ ଏହି ବିଭାଗର ଦାୟିତ୍ୱ ତୁଲାଉଥିବା ବେଳେ କିଛି ଦିନ ତଳେ ନିଜ ପଦରୁ ଇସ୍ତଫା ଦେଇଥିଲେ। 

Advertisment

ସେହିଭଳି ସୁଦାମ ମାରାଣ୍ଡିଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ କରାଯାଇଛି। ପୂର୍ବରୁ ସମୀର ରଞ୍ଜନ ଦାଶ ଏହି ବିଭାଗ ଦାୟିତ୍ୱରେ ଥିଲେ। ସେ ରାଷ୍ଟ୍ରମନ୍ତ୍ରୀ ଭାବେ ଏହି ବିଭାଗର ଦାୟିତ୍ୱ ପାଇଥିଲେ। କିନ୍ତୁ ସୁଦାମ ମାରାଣ୍ଡି କ୍ୟାବିନେଟ ମନ୍ତ୍ରୀ ଭାବେ ଏହି ବିଭାଗର ଦାୟିତ୍ୱ ତୁଲାଇବେ।   

ନବ ଦାସଙ୍କ ହତ୍ୟା ଏବଂ ରାଷ୍ଟ୍ରମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଯୋଗୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ୩ଟି ମନ୍ତ୍ରୀ ପଦ ଖାଲି ପଡ଼ିଥିଲା । ଆଉ ଆଜି ସେଗୁଡ଼ିକ ପୂରଣ ହୋଇଯାଇଛି। 

ମନ୍ତ୍ରୀ ପଦ ପୂରଣ ହୋଇଯାଇଥିଲେ ହେଁ ବାଚସ୍ପତି ପଦ ଖାଲି ପଡ଼ିଛି। ବାଚସ୍ପତି ପଦରେ ସରକାର କାହାକୁ ବସାଇବେ, ସେ ନେଇ ଏବେ ବି ସସ୍‌ପେନ୍ସ ଜାରି ରହିଛି। 

BjD Sarada Prasad Nayak Bikram Keshari Arukha Sudam Marndi