Advertisment

ମଧ୍ୟପ୍ରଦେଶରେ ଆରମ୍ଭ ହେଲା ମୋହନ ଯୁଗ; ଭୋପାଳରେ ମୋଦି, ଶାହ

ମଧ୍ୟପ୍ରଦେଶରେ ଆରମ୍ଭ ହେଲା ମୋହନ ଯୁଗ । ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ।

ଅଦ୍ୟତନ ହୋଇଛି
Mohan Yadav

Mohan Yadav

Advertisment

ମଧ୍ୟପ୍ରଦେଶରେ ଆରମ୍ଭ ହେଲା ମୋହନ ଯୁଗ । ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ। ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

Advertisment

ମଧ୍ୟପ୍ରଦେଶର ନୂଆ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେମାନେ ହେଲେ ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେଓଡା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ମଧ୍ୟପ୍ରଦେଶର ବାଚସ୍ପତି ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

ଶପଥ ଗ୍ରହଣ ସମାରୋହ ନିମନ୍ତେ ଭୋପାଳରେ ଭବ୍ୟ ଆୟୋଜନ କରାଯାଇଛି । ଆଜି ପୂର୍ବାହ୍ନ ୧୧ଟା ୩୦ରେ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗ ଦେଇଛନ୍ତି।

Advertisment

ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ,ବିଧାନସଭା ବାଚସ୍ପତି ନରେନ୍ଦ୍ର ତୋମାର ବି ମଞ୍ଚ ଉପରେ ଉପସ୍ଥିତ ଥିଲେ।

ମୋହନ ଯାଦବ ଙ୍କ ରାଜନୀତିକ କ୍ୟାରିୟର ୨୦୧୩ରେ ଆରମ୍ଭ ହୋଇଥିଲା। ସେ ଉକ୍ତ ବର୍ଷ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ। ଏହାପରେ ୨୦୧୮ ଓ ଏବେ ୨୦୨୩ ବିଧାନସଭା ନିର୍ବାଚନରେ ମଧ୍ୟ ସେ ଜିତିଛନ୍ତି। ଦକ୍ଷିଣ ଉଜୈନରୁ କ୍ରମାଗତ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ୫୮ବର୍ଷୀୟ ମୋହନ ଯାଦବ । ରାଜ୍ୟ ରାଜନୀତିରେ ଯାଦବ ସଂପ୍ରଦାୟର ପ୍ରଭାବ ବେଶ ଅଧିକ ରହିଛି।

୨୦୨୦ ଜୁଲାଇ ୨ରେ ସେ ଶିବରାଜ ସିଂହ ଚୌହାନଙ୍କ ସରକାରରେ ମୋହନ ଯାଦବ  ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମୋହନ ଯାଦବ କ୍ୟାବିନେଟ ମନ୍ତ୍ରୀ ହେବାରୁ ବିଜେପିର ଯାଦବ ଭୋଟ ବ୍ୟାଙ୍କ ମଧ୍ୟ ଆହୁରି ସୁଦୃଢ଼ ହୋଇଥିଲା। ଶିବରାଜଙ୍କ ସରକାରେ ସେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିଲେ। 

୧୯୬୫ ମସିହା ମାର୍ଚ୍ଚ ୨୫ରେ ମଧ୍ୟପ୍ରଦେଶର ଉଜ୍ଜୟୀନରେ ମୋହନ ଜନ୍ମ ଗ୍ରହଣ କରିଥିଲେ। ସେ ଆରମ୍ଭରୁ ହିଁ ବିଜେପି ସହ ଜଡ଼ିତ। ରାଜନୀତି ବ୍ୟତୀତ ସେ ଜଣେ ବଡ଼ ବ୍ୟବସାୟୀ ଭାବେ ବେଶ ପରିଚିତ। 

୨୦୨୩ ବିଧାନସଭା ନିର୍ବାଚନରେ ମୋହନ ୧୨,୯୪୧ ଖଣ୍ଡ ଭୋଟରେ କଂଗ୍ରେସର ଚେତନ ଯାଦବଙ୍କୁ ପରାସ୍ତ କରିଥିଲେ। 

  VIDEO | Mohan Yadav takes oath as #MadhyaPradeshCM. @DrMohanYadav51pic.twitter.com/Wsi5blwWFN

Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe