Advertisment

Nuapada Politics: ପୁଣି ‘ବେଇମାନ’ ପ୍ରସଙ୍ଗ ଉଠାଇଲେ ନବୀନ; ଡବଲ ଧୋକା ହୋଇଥିବା କହିଲେ

ଆମ ସରକାର ସମୟରେ ଓଡ଼ିଶାରେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଥିଲା। ନୂଆପଡ଼ାରେ ବିଜୁ ଏକ୍ସପ୍ରେସ ୱେ’ ରୁ ଆରମ୍ଭ କରି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଆଦିବାସୀ କଲ୍ୟାଣ ଆଦି ସବୁ କ୍ଷେତ୍ରରେ ବିକାଶ ହୋଇଥିଲା। କିନ୍ତୁ ଏବେ ବିକାଶ ପୂରା ବନ୍ଦ।

Naveen Patnaik

ନବୀନ ପଟ୍ଟନାୟକ

Advertisment

ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ଆଜି ନୂଆପଡ଼ା ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ଏହା ତାଙ୍କର ଦ୍ୱିତୀୟ ଗସ୍ତ ହୋଇଥିବା ବେଳେ ସେ ପୁଣି ଥରେ ‘ବେଇମାନ’ ପ୍ରସଙ୍ଗ ଉଠାଇଛନ୍ତି ଏବଂ ତା’ ସହିତ ରାଜ୍ୟର ବିଜେପି ସରକାରଙ୍କୁ ଶାଣିତ ସମାଲୋଚନା କରିଛନ୍ତି। 

Advertisment

ଏକ ଜନସଭାକୁ ସମ୍ବୋଧିତ କରି ନବୀନ କହିଥିଲେ, ବିଜୁ ବାବୁ ହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ। ଆମ ସରକାର ସମୟରେ ନୂଆପଡ଼ା ବିକାଶ ସହ ଯୋଡ଼ି ହୋଇଥିଲା। ମୁଁ ରାଜୁ ଭାଇ (ରାଜେନ୍ଦ୍ର ଢୋଲକିଆ)ଙ୍କୁ ମେl କ୍ୟାବିନେଟରେ ମନ୍ତ୍ରୀ କରିଥିଲି। ଆଉ ନୂଆପଡ଼ାର ବିକାଶ ପାଇଁ ସବୁ ପ୍ରକାର ସାହାଯ୍ୟ ଦେଇଥିଲି। ବିଜୁ ଜନତା ଦଳ କଥା ନୁହେଁ, କାମରେ ବିଶ୍ୱାସ କରେ। ଆମ ସରକାର ସମୟରେ ଓଡ଼ିଶାରେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଥିଲା। ନୂଆପଡ଼ାରେ ବିଜୁ ଏକ୍ସପ୍ରେସ ୱେ’ ରୁ ଆରମ୍ଭ କରି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଆଦିବାସୀ କଲ୍ୟାଣ ଆଦି ସବୁ କ୍ଷେତ୍ରରେ ବିକାଶ ହୋଇଥିଲା। କିନ୍ତୁ ଏବେ ବିକାଶ ପୂରା ବନ୍ଦ ହୋଇଯାଇଛି ବୋଲି କହିଥିଲେ ନବୀନ।

ସେ କହିଥିଲେ, ମିଛ ପ୍ରଚାରରେ ବିକାଶ ହୁଏ ନାହିଁ। ଖାଲି ରଙ୍ଗ ମାରିଲେ ବିକାଶ ହୁଏ ନାହିଁ। ମିଛ ପ୍ରତିଶ୍ରୁତିରେ ସରକାର ଚାଲେ ନାହିଁ। ଗତ ପାଞ୍ଚ ଶହ ଦିନ ମଧ୍ୟରେ ଏ ସରକାର ଆପଣମାନଙ୍କ ପାଇଁ କ’ଣ କରିଛନ୍ତି? ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିଛି କି? ୩୫୦୦ ଟଙ୍କା ପେନସନ ମିଳିଛି କି? ଚାଷି ଭାଇଙ୍କୁ ୟୁରିଆ ସାର ମିଳିଲା କି? ଯୁବକମାନଙ୍କୁ ଚାକିରି ମିଳିଲା କି? କଟନୀଛଟନୀ ବନ୍ଦ ହେଲା କି? ମିଶନ ଶକ୍ତି ମା’ଙ୍କୁ ଲୋନ୍ ମିଳିଲା କି? ତେବେ ମିଳିଲା କ’ଣ? ମିଳିଲା କେବଳ ଧୋକା ଓ ଧୋକା। ଡବଲ ଧୋକା ମିଳିଲା। ଆମର BSKY କାର୍ଡରେ ସେବା ମିଳୁଥିଲା। କିନ୍ତୁ ଏବେକାର ଆୟୁଷ୍ମାନ କାର୍ଡରେ କେବଳ ଟେନ୍‌ସନ୍‌ ମିଳୁଛି। 

Advertisment

ନବୀନ କହିଥିଲେ, ୩ ତାରିଖ ଦିନ ମୁଁ କୋମନା ଆସିଥିଲି। ମୋ ସଭାକୁ ଲୋକ ଯେପରି ନ ଆସି ପାରିବେ,ସେଥିପାଇଁ ସେମାନେ ବିଭିନ୍ନ ପ୍ରକାରର କାରସାଦି କରିଥିଲେ। ଲୋକେ ଯେପରି ସଭାକୁ ନଆସିବେ, ସେଥିପାଇଁ ପ୍ରୟାସ କରାଯାଇଥିଲା। କିନ୍ତୁ ବହୁ ସଂଖ୍ୟାରେ ଲୋକ ଆସିଥିଲେ। ସେଥିପାଇଁ କୋମନାର ଭୋଟର ଭାଇଭଉଣୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଏମାନେ ମିଛ କହି ସରକାର କରି ପାରନ୍ତି। ଏମାନେ ପ୍ରାର୍ଥୀ ବି ଚୋରି କରି ପାରନ୍ତି। କିନ୍ତୁ ଲୋକଙ୍କ ହୃଦୟ ଜିତି ପାରିବେ ନାହିଁ। କୋମନା ସଭାରେ ଆପଣମାନଙ୍କ ମନରେ ଯେଉଁ ଦୁଃଖ ଓ କ୍ରୋଧ ମୁଁ ଦେଖିଥିଲି, ଆଜି ଆପଣମାନଙ୍କ ଆଖିରେ ମୁଁ ସେହି କ୍ରୋଧ ଓ ଦୁଃଖ ଦେଖି ପାରୁଛି। କାରଣ ଆପଣଙ୍କ ସହିତ, ବିଜେଡି ସହିତ ଓ ମୋ ସହିତ କିପରି ବେଇମାନି କରାଗଲା, ତାହା ଆପଣମାନେ ଭଲ ଭାବରେ ଜାଣନ୍ତି। ସେଥିପାଇଁ ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କୁ ମୁଁ ପ୍ରାର୍ଥୀ କରିଛି। ନୂଆପଡ଼ାରେ ରହି ଆପଣଙ୍କ ସେବା କରିବା ପାଇଁ ମୁଁ ତାଙ୍କୁ ନିର୍ଦ୍ଦେଶ ଦେଇଛି।  ଏହା ସହିତ ୧୧ ତାରିଖ ଦିନ ବିଜେଡି ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ନବୀନ ଅନୁରୋଧ କରିଛନ୍ତି। 

ସୂଚନାଯୋଗ୍ୟ, ଏହି ‘ବେଇମାନି’ ପ୍ରସଙ୍ଗ ଉପରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ପ୍ରତିକ୍ରିୟା ରଖି ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। 
ମୁଖ୍ୟମନ୍ତ୍ରୀ କହିଥିଲେ, ଜୟ ଢୋଲକିଆଙ୍କୁ ବେଇମାନ କହି ସମ୍ବୋଧନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା । ଏ ବେଇମାନର ସଂଜ୍ଞା କ’ଣ? ବେଇମାନ କାହାକୁ କୁହାଯାଏ? ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତା କୁଆଡ଼େ ବହୁତ ଶାଳୀନତା ରକ୍ଷା କରନ୍ତି। କେବେ ହେଲେ ତାଙ୍କ ମୁହଁରୁ ବେଇମାନ ଶବ୍ଦ ବାହାରେ ନାହିଁ। ତା’ହେଲେ କୋମନାରେ ତାଙ୍କ ମୁହଁରୁ ବେଇମାନ ଶବ୍ଦ ବାହାରିଲା କିପରି? ମୋତେ ଲାଗୁଛି, ବୋଧହୁଏ ତାଙ୍କ ସ୍କ୍ରିପ୍ଟ ରାଇଟର ବେଇମାନର ସଂଜ୍ଞା କ’ଣ, ତାହା ବୁଝାଇ ନାହାନ୍ତି। ପ୍ରକୃତରେ କିଏ ବେଇମାନ? ମୁଁ ଏହାର ଗୋଟିଏ ଉଦାହରଣ ଦେଇପାରେ। ବିଜେପୁରରେ କଂଗ୍ରେସ ପ୍ରାର୍ଥୀଙ୍କୁ ଆଣି ବିଜେଡି ପ୍ରାର୍ଥୀ କରିଥିଲା। ସେତେବେଳେ ବିଜୁ ଜନତା ଦଳ ବେଇମାନୀ କରିଥିଲା କି ନାହିଁ? କାକଟପୁରରେ ଯେତେବେଳେ ଆମେ ଜଣଙ୍କୁ ପ୍ରାର୍ଥୀ କରିସାରିଥିଲୁ ସେତେବେଳେ ତାଙ୍କୁ ମନ୍ତ୍ରୀ ପଦର ଲୋଭ ଦେଖାଇ ଚୋରି କରିଥିଲା କିଏ? ବିଜୁ ଜନତା ଦଳ ଏହାର ଜବାବ ଦେଉ। ସେହିପରି କଂଗ୍ରେସର ପୂର୍ବତନ ବିରୋଧୀ ଦଳ ନେତାଙ୍କୁ ଯେତେବେଳେ ବିଜୁ ଜନତା ଦଳ ନେଇଯାଇଥିଲା, ସେତେବେଳେ ବେଇମାନୀ କରିଥିଲା କିଏ? ଜୟ ଢୋଲକିଆକୁ ବିଜେଡି ସଭାପତି କହିବେ ବେଇମାନ? ଏହା କ’ଣ ବିରୋଧୀ ଦଳ ନେତାଙ୍କ ମୁହଁରେ ଶୋଭା ପାଏ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ବେଇମାନ ପ୍ରକୃତରେ କିଏ ଓ କେତେ ଥର ବେଇମାନୀ କରିଛନ୍ତି?  ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ କରି ନଳିନୀ ମହାନ୍ତି, କାହାକୁ ଛାଡ଼ି ନାହାନ୍ତି। ବେଇମାନୀ କରି କରି ଜଣେ ନେତାଙ୍କୁ ଧକ୍କା ମାରି ଦଳରୁ ବାହାର କରି ଦେଇଥିଲେ। ତା’ହେଲେ କିଏ ବେଇମାନ? ତା’ର ଜବାବ ତାଙ୍କୁ ଦେବାକୁ ପଡ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe