Advertisment

କଣ୍ଟାବାଂଜିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଛୁଆ

କଣ୍ଟାବାଂଜି ବିଧାନସଭା ଆସନରେ ପଛରେ ପଡ଼ି ଯାଇଛନ୍ତି ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

author-image
Niharika Rout
ଅଦ୍ୟତନ ହୋଇଛି
naveen patnaik

naveen patnaik

ଆଜିର ପ୍ରାରମ୍ଭିକ ଟ୍ରେଣ୍ଡର ଫଳାଫଳ ବିଜେଡି ନେତାଙ୍କ ମନରେ ଛନକା ପଶାଇଛି। କଣ୍ଟାବାଂଜି ବିଧାନସଭା ଆସନରେ ପଛରେ ପଡ଼ି ଯାଇଛନ୍ତି ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଆସନରେ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେଉଥିବା ବିଜେପିର ଲକ୍ଷ୍ମଣ ବାଗ ଆଗୁଆ ଅଛନ୍ତି। 

Advertisment

 Live Updates: ଓଡ଼ିଶା ଭୋଟ ଗଣତିର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ...

କଣ୍ଟାବାଂଜି ବାଦ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ବି ପ୍ରାର୍ଥୀ ହୋଇ ମଇଦାନକୁ ଓହ୍ଲାଇଛନ୍ତି। ସେଠାରେ ସେ ହଜାରେ ଭୋଟରେ ଆଗରେ ଥିବା ଜଣାଯାଇଛି। 

Advertisment

ନବୀନଙ୍କୁ ବାଦ ଦେଲେ ବଡ଼ଚଣା ବିଧାନସଭାରେ ବିଜେପି ପ୍ରାର୍ଥୀ ଅମର ନାୟକ ଆଗୁଆ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ । ସେହିପରି ପଦ୍ମପୁର ଆସନରେ ପଛରେ ପଡ଼ି ଯାଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା।

ଧାମନଗର ବିଧାନସଭାରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ଅଛନ୍ତି। ସେ ବିଜେଡିର ସଞ୍ଜୟ କୁମାର ଦାସଙ୍କୁ ପଛରେ ପକାଇଛନ୍ତି । 

Election Results 2024 General Election Odisha Assembly Election 2024