ନିର୍ବାଚନ ପୂର୍ବରୁ ନବୀନଙ୍କ ମନେପଡ଼ିଲେ ଆଦିବାସୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜନୀତିକ ଦଳଗୁଡ଼ିକ ନିଜର ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଆଦିବାସୀ କାର୍ଡ ଖେଳିଛନ୍ତି । ଆଦିବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗ ଉଠାଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖି ୧୬୦ରୁ ଅଧିକ ଜାତି ବା ସମ୍ପ୍ରଦାୟଙ୍କୁ ଆଦିବାସୀ ବର୍ଗରେ ସାମିଲ ନେଇ ୧୯୭୮ ମସିହାରୁ(୪୪ବର୍ଷ) ଓଡ଼ିଶା ସରକାରଙ୍କ ୧୬୦ରୁ ଅଧିକ ସୁପାରିଶ ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି । […]

cm-naveen-patnaik-

Ordigital Desk
  • Published: Saturday, 17 September 2022
  • , Updated: 17 September 2022, 10:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜନୀତିକ ଦଳଗୁଡ଼ିକ ନିଜର ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଆଦିବାସୀ କାର୍ଡ ଖେଳିଛନ୍ତି । ଆଦିବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗ ଉଠାଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖି ୧୬୦ରୁ ଅଧିକ ଜାତି ବା ସମ୍ପ୍ରଦାୟଙ୍କୁ ଆଦିବାସୀ ବର୍ଗରେ ସାମିଲ ନେଇ ୧୯୭୮ ମସିହାରୁ(୪୪ବର୍ଷ) ଓଡ଼ିଶା ସରକାରଙ୍କ ୧୬୦ରୁ ଅଧିକ ସୁପାରିଶ ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି ।

ତେବେ ଆଦିବାସୀ ଅଂଚଳରେ ପେସା ଆଇନକୁ ଅଣଦେଖା, ଜଙ୍ଗଲଜମି ପଟ୍ଟା ବଂଟନରେ ଆଦିବାସୀଙ୍କୁ ଅବହେଳା, ଦୀର୍ଘ ୩ବର୍ଷରେ ଆଦିବାସୀ ଉପଦେଷ୍ଟା କମିଟି ଗଠନ ଓ ଏବେବି ଆଦିବାସୀ ଜିଲ୍ଲାଗୁଡ଼ିକରେ ସ୍ୱତନ୍ତ୍ର ବିକାଶ ପରିଷଦକୁ ଅକାମୀ କରି ରଖିଥିବା ନବୀନଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଏବେ କେନ୍ଦ୍ରର ବିଜେପି ସରକାରଙ୍କୁ ‘ଆଦିବାସୀ’ ବିରୋଧୀ ବୋଲି ଦର୍ଶାଇବାକୁ ପ୍ରୟାସ ଆରମ୍ଭ କରିଛି ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ରାଜ୍ୟର ଆଦିବାସୀ ବର୍ଗରେ୧୬୦ରୁ ଅଧିକ ସମ୍ପ୍ରଦାୟଙ୍କୁ ସାମିଲ କରିବାକୁ ଗତ ୧୯୭୮ ମସିହାରୁ ରାଜ୍ୟ ସରକାର ୧୬୦ରୁ ଅଧିକ ସୁପାରିସ୍ କରିଛନ୍ତି । ଏସବୁ ରାଜ୍ୟ ଆଦିବାସୀ ଉପଦେଷ୍ଟା ପରିଷଦରେ ମଧ୍ୟ ଅନୁମୋଦିତ ହୋଇଛି । ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ଟାସ୍କଫୋର୍ସ ପ୍ରାଥମିକତା ଭିତ୍ତିରେ ୨୦୧୪ ମସିହାରେ ଓଡ଼ିଶାର ୯ଟି ସମୁଦାୟକୁ ଆଦିବାସୀ ବର୍ଗରେ ସାମିଲ କରିବାକୁ ସୁପାରିଶ କରିଥିଲେ । କିନ୍ତୁ ଏହା ଏପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିପାରିନି କିମ୍ବା ବିଜ୍ଞପ୍ତି ଜାରି ହୋଇନି । ଏହି ବିଳମ୍ବ ଯୋଗୁ ରାଜ୍ୟର ୧୬୦ରୁ ଅଧିକ ସମୁଦାୟ ଆଦିବାସୀ ବର୍ଗରେ ସାମିଲ ହୋଇପାରୁନାହାନ୍ତି ଓ ସେମାନେ ଐତିହାସିକ ଅନ୍ୟାୟର ଶିକାର ହୋଇଛନ୍ତି ।

ତେଣୁ ଏହି ସମୁଦାୟର ଲୋକମାନଙ୍କୁ ସାମାଜିକ ନ୍ୟାୟ ଦେବା ନିମନ୍ତେ ଦୀର୍ଘଦିନ ଧରି ପଡ଼ି ରହିଥିବା ଦାବିକୁ ତ୍ୱରିତ୍ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ସେ ନିଜେ ୨୦୧୧ ମେ’ ୩୦, ୨୦୧୨ ନଭେମ୍ବର ୩ ଓ ୨୦୨୧ ଫେବୃୟାରୀ ୧୯ରେ କେନ୍ଦ୍ରର ତତକାଳୀନ ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖି ଏସବୁ ସମୁଦାୟକୁ ଆଦିବାସୀ ବର୍ଗରେ ସାମିଲ କରିବା ନିମନ୍ତେ ଅନୁରୋଧ କରିଥିଲେ ବୋଲି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

ରାଜ୍ୟରେ ଆଦିବାସୀଙ୍କ ସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଥିବାବେଳେ ଆଦିବାସୀଙ୍କ ମଧ୍ୟରେ ଶିଶୁ ମୃତ୍ୟୁହାର ମଧ୍ୟ ବଢ଼ିବାରେ ଲାଗିଛି । ଆଦିବାସୀ ଅଂଚଳରେ ବିକାଶ କାଗଜକଲମରେ କରୁଥିବା ସରକାର ଆଦିବାସୀଙ୍କ ବିକାଶ ଓ ସ୍ୱାର୍ଥ ରକ୍ଷା ପାଇଁ ଗଠିତ ଦୀର୍ଘ ୩ବର୍ଷରୁ ଅଧିକ ସମୟ ଧରି ସ୍ୱତନ୍ତ୍ର ବିକାଶ ପରିଷଦ(ଏସଡିସି)କୁ ପଙ୍ଗୁ କରି ପକାଇଛନ୍ତି । ଆଉ ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ଆଦିବାସୀ ଭୋଟକୁ ହାତଛଡ଼ା ନକରିବା ନିମନ୍ତେ ନବୀନ ଏଭଳି ଚିଠି ଲେଖିଥିବା ଚର୍ଚ୍ଚା ହେଉଛି ।

Related story