Advertisment

'ନୀତୀଶ ଯଦି ଇଣ୍ଡିଆ ମେଣ୍ଟରେ ରହନ୍ତେ, ତେବେ ପ୍ରଧାନମନ୍ତ୍ରୀ ହୋଇପାରନ୍ତେ'

ନିକଟରେ ନୀତୀଶ କୁମାର ବିଜେପି ସହ ମିଶିବା ନେଇ ଚର୍ଚ୍ଚା ହେବା ମଧ୍ୟରେ ଏପରି ମନ୍ତବ୍ୟ ଦେଇଛନ୍ତି ଅଖିଳେଶ।

ଅଦ୍ୟତନ ହୋଇଛି
Akhilesh Yadav

Akhilesh Yadav

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହ ମେଣ୍ଟ କରିବା ନେଇ ଚର୍ଚ୍ଚା ମଧ୍ୟରେ ବଡ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ। ଅଖିଳେଶ କହିଛନ୍ତି, ଯଦି ନୀତୀଶ କୁମାର ଦୃଢ ଭାବେ ଇଣ୍ଡିଆ ମେଣ୍ଟରେ ରହନ୍ତେ, ତେବେ ସେ ପ୍ରଧାନମନ୍ତ୍ରୀ ହୋଇପାରନ୍ତେ। 

Advertisment

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅଖିଳେଶ ଯାଦବ କହିଛନ୍ତି ଯେ, ଇଣ୍ଡିଆ ମେଣ୍ଟରେ ଯେକୌଣସି ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିବେଚନା କରା ଯାଇପାରେ, ସେ ଦୃଷ୍ଟିରୁ ନୀତୀଶ କୁମାର ଦୃଢ ସମର୍ଥନ ସହ ପ୍ରତିଦ୍ୱନ୍ଦ୍ୱୀ ହୋଇପାରନ୍ତେ।

ନିକଟରେ ନୀତୀଶ କୁମାର ବିଜେପି ସହ ମିଶିବା ନେଇ ଚର୍ଚ୍ଚା ହେବା ମଧ୍ୟରେ ଏପରି ମନ୍ତବ୍ୟ ଦେଇଛନ୍ତି ଅଖିଳେଶ। ନୀତୀଶ କୁମାରଙ୍କ ୟୁ-ଟର୍ନକୁ ନେଇ ନିରାଶା ପ୍ରକାଶ କରି ଯାଦବ କହିଛନ୍ତି ଯେ, ଜେଡି(ୟୁ) ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଣ୍ଡିଆ ବ୍ଲକରେ ରୁହନ୍ତୁ ବୋଲେ ସେ ଚାହୁଁଥିଲେ। ନୀତିଶ ମଧ୍ୟ ଏହି ଆଶା ନେଇ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ ବୋଲି ଅଖିଳେଶ କହିଛନ୍ତି।

Advertisment

ଏପଟେ ନୀତୀଶଙ୍କ ଏପରି ପଦକ୍ଷେପ ସେପଟେ କଂଗ୍ରେସ ଏବଂ ଆପ୍ ଏକାକୀ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ବୋଲି ଘେଷଣା କରିଛନ୍ତି, ଏପରିସ୍ଥଳରେ କଂଗ୍ରେସ ଆଗକୁ ଆସିବା ଉଚିତ୍ ବୋଲି ଅଖିଳେଶ କହିଛନ୍ତି। କିନ୍ତୁ ଆସନ୍ତା ନିର୍ବାଚନରେ ସେ ରାହୁଲ ଗାନ୍ଧୀଙ୍କ ସହ ପ୍ରଚାର କରିବେ କି ନାହିଁ ପଚରାଯିବାରୁ, କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ଏବଂ କହିଛନ୍ତି ଯେ, ଏଭଳି ସହଯୋଗ ସଫଳ ହେବ କି ନାହିଁ ତାହା କେବଳ ସମୟ କହିବ।

ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଆସନ୍ତା 28 ତାରିଖ ଅର୍ଥାତ୍ ରବିବାର ନୀତୀଶ ଜେଡିୟୁ-ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜସେବୀ ସ୍ୱର୍ଗତ କର୍ପୂରୀ ଠାକୁରଙ୍କୁ ଭାରତ ପ୍ରଦାନ ନେଇ କେନ୍ଦ୍ର ସରକାର ଗଠନ କରିବା ପରେ ବଦଳିଯାଇଛି ବିହାରର ରାଜନୈତିକ ପାଣିପାଗ। 

Akhilesh Yadav Nitish Kumar UPA INDIA Bloc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe