କରୋନା କାଳରେ ନୂଆ ଆଶା ଦେଖାଇଛି ବଜେଟ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟ ସମୟରେ ୨୦୨୨୨-୨୩ ଆର୍ଥିକ ବର୍ଷର ବଜେଟ ନୂଆ ଆଶାର ସଂଚାର ସୃଷ୍ଟି କରାଇଛି ଓ ଏହା ଆତ୍ମନିର୍ଭର ଭାରତକୁ ଗତିଶୀଳ କରିବ ବୋଲି ରାଜ୍ୟ ବିଜେପି କହିଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ବଜେଟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଜିର କେନ୍ଦ୍ର ବଜେଟ୍ ନିଶ୍ଚିତ ଭାରତକୁ ସୁଦୃଢ କରିବ । ସମାଜର ସବୁ ବର୍ଗର ବ୍ୟକ୍ତିବିଶେଷଙ୍କ ହିତକୁ ଦୃଷ୍ଟିରେ ରଖି […]

bjp

Ordigital Desk
  • Published: Tuesday, 01 February 2022
  • , Updated: 01 February 2022, 09:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟ ସମୟରେ ୨୦୨୨୨-୨୩ ଆର୍ଥିକ ବର୍ଷର ବଜେଟ ନୂଆ ଆଶାର ସଂଚାର ସୃଷ୍ଟି କରାଇଛି ଓ ଏହା ଆତ୍ମନିର୍ଭର ଭାରତକୁ ଗତିଶୀଳ କରିବ ବୋଲି ରାଜ୍ୟ ବିଜେପି କହିଛି ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ବଜେଟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଜିର କେନ୍ଦ୍ର ବଜେଟ୍ ନିଶ୍ଚିତ ଭାରତକୁ ସୁଦୃଢ କରିବ । ସମାଜର ସବୁ ବର୍ଗର ବ୍ୟକ୍ତିବିଶେଷଙ୍କ ହିତକୁ ଦୃଷ୍ଟିରେ ରଖି ମୋଦି ସରକାର ଆଜି ବଜେଟ ଉପସ୍ଥାପନ କରିଛନ୍ତି। ଯେତେବେଳେ ସମଗ୍ର ବିଶ୍ୱରେ ଏ ମହାମାରୀର ସମୟରେ ସବୁ ଦେଶରେ ସମସ୍ତ ଅର୍ଥନୀତି ଏକ ସଙ୍କଟପୂର୍ଣ୍ଣ ସ୍ଥିତି ଦେଇ ଗତି କରୁଛି ସେହି ସମୟରେ ମୋଦି ସରକାର ସଠିକ୍ ଅର୍ଥନୀତିକ ପରିଚାଳନା କରିଥିବାରୁ ଆଜି ଭାରତବର୍ଷର ଅର୍ଥନୀତି ସୁଦୃଢ଼ ଅଛି ।

ଓଡ଼ିଶାର ଜନସାଧାରଣଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଆଜିର ଏହି କେନ୍ଦ୍ର ବଜେଟ ଏବଂ ଆଗାମୀ ଦିନରେ ଏହାର ସୁଫଳ ଆମକୁ ମିଳିବ। ମୋଦି ସରକାର ନିଯୁକ୍ତିକୁ ପ୍ରାଧାନ୍ୟ ଦେଇଛନ୍ତିି । ଆତ୍ମନିର୍ଭର ଭାରତ ଜରିଆରେ ୬୦ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି । ମୋଟ ଉପରେ କହିବାକୁ ଗଲେ ଆତ୍ମନିର୍ଭର ଭାରତ ସହ ଭାରତର ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ବଜେଟ୍ ସ୍ୱାଗତ ଯୋଗ୍ୟ । ଚାଷୀଙ୍କୁ ୨.୭୫ଲକ୍ଷ କୋଟି ଟଙ୍କା ଏମଏସପି ଆକାରରେ ମିଳିବ । ଫସଲ ନିରକ୍ଷଣ, ରୋଗପୋକ ନିୟନ୍ତ୍ରଣ ପାଇଁ ଡ୍ରୋନ୍‌ବ୍ୟବହାର କୃଷି କ୍ଷେତ୍ରରେ କ୍ରାନ୍ତି ଆଣିବ । କୃଷି ଉପକରଣ ମଧ୍ୟ ଶସ୍ତା ହୋଇଛି ।

ଓଡ଼ିଶାର ଚାଷୀ ସମଗ୍ର ଭାରତବର୍ଷରେ ଜୈବିକ ଚାଷରେ ସବୁଠୁ ଅଧିକା ଲାଭାନ୍ୱିତ ହେବେ । ୨୦୨୨-୨୩ର କେନ୍ଦ୍ରୀୟ ବଜେଟ୍‌, ମହିଳା, କୃଷକ, ଯୁବକ, ଅନୁସୂଚିତ ଜାତି ଓ ଜନଜାତି ସବୁବର୍ଗକୁ ସୁହାଇଲା ପରି ହୋଇଛି । ପ୍ରଧାନମନ୍ତ୍ରୀ ଗତି ଶକ୍ତି ଦ୍ୱାରା ରେଳ, ରାସ୍ତା, ଏୟାର ୱେ, ୱାଟର ୱେ ଆଦିର କାର୍ଯ୍ୟ ତ୍ୱରାନିତ ହେବ, ତେଣୁ ଗମନାଗମନ ସୁବିଧା ହେବା ସହ ବ୍ୟବସାୟ ବାଣିଜ୍ୟ ବୃଦ୍ଧି ପାଇବ ତଥା ଓଡ଼ିଶା ଭଳି ରାଜ୍ୟ ଅଧିକ ଲାଭାନ୍ୱିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର ଓ ଦିଲିପ୍ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Related story