କେନ୍ଦ୍ରୀୟ ବଜେଟ୍: ମାପିଚୁପି କହିଲେ ନବୀନ, କଂଗ୍ରେସ କହିଲା ଗରିବ ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ଆର୍ଥିକ ବର୍ଷର ବାର୍ଷିକ ବଜେଟ୍ ଉପସ୍ଥାପିତ କରିଥିବାବେଳେ ଏହା ଉପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ମାପିଚୁପି ପ୍ରତିକ୍ରିୟା ଦେଇଛନ୍ତି। ଏପଟେ ପ୍ରଦେଶ କଂଗ୍ରେସ ଏହି କେନ୍ଦ୍ରୀୟ ବଜେଟକୁ ଗରିବ ଓ ମଧ୍ୟବିତ୍ତ ବିରୋଧୀ ବୋଲି କହିଛି। ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ପାଇଁ ଚଳିତ ବଜେଟରେ କିଛି ନାହିଁ ବୋଲି କହିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୋଲାଖୋଲି […]

budget

Ordigital Desk
  • Published: Tuesday, 01 February 2022
  • , Updated: 01 February 2022, 09:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ଆର୍ଥିକ ବର୍ଷର ବାର୍ଷିକ ବଜେଟ୍ ଉପସ୍ଥାପିତ କରିଥିବାବେଳେ ଏହା ଉପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ମାପିଚୁପି ପ୍ରତିକ୍ରିୟା ଦେଇଛନ୍ତି। ଏପଟେ ପ୍ରଦେଶ କଂଗ୍ରେସ ଏହି କେନ୍ଦ୍ରୀୟ ବଜେଟକୁ ଗରିବ ଓ ମଧ୍ୟବିତ୍ତ ବିରୋଧୀ ବୋଲି କହିଛି।

ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ପାଇଁ ଚଳିତ ବଜେଟରେ କିଛି ନାହିଁ ବୋଲି କହିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୋଲାଖୋଲି ଭାବେ ବଜେଟକୁ ବିରୋଧ କିମ୍ବା ସମର୍ଥନ କରିନାହାନ୍ତି । କେବଳ କିଛି ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରି ଓଡ଼ିଶାର ମିଲେଟ୍ ମିଶନକୁ ଭାରତ ସରକାର ବଜେଟରେ ଗୁରୁତ୍ୱ ଦେଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ମନରେଗା ବଜେଟ୍ ହ୍ରାସ, କୃଷି ଓ କୃଷକ କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମୀଣ ବିକାଶ, ମହିଳା ଓ ଶିଶୁ ବିକାଶ ଭଳି ମନ୍ତ୍ରଣାଳୟର ବ୍ୟୟବରାଦ ହ୍ରାସ ଦେଶର ସାମଗ୍ରିକ ଅଭିବୃଦ୍ଧିକୁ ପ୍ରଭାବିତ କରିବ ବୋଲି ନବୀନ ଆଶଙ୍କା ବ୍ୟକ୍ତ କରିଥିଲେ ମଧ୍ୟ କଡ଼ା ପ୍ରତିକ୍ରିୟା ଦେଇନାହାନ୍ତି।

ସେହିପରି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ରୀୟ ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିଭଳି ଓଡ଼ିଶାକୁ ଭୁଲିଗଲେ ବୋଲି ପ୍ରଶ୍ନ କରିବା ସହ କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟ ଓ ଗତ ୨ବର୍ଷ ଧରି ମହାମାରୀର ଶିକାର ହୋଇଥିବା ଓଡ଼ିଶାକୁ ସହାୟତାର ଆବଶ୍ୟକତା ଥିବା ସତ୍ତ୍ୱେ କିଛି ନମିଳିବା ଆଶ୍ଚର୍ଯ୍ୟର କଥା ବୋଲି କହିଛନ୍ତି ।

ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଏହି ବଜେଟକୁ କର୍ପୋରେଟ ହାଉସକୁ ସୁହାଇବା ଭଳି ବଜେଟ ବୋଲି କହିଛନ୍ତି । ବଜେଟରେ କର୍ପୋରେଟ ଟିକସ ଓ ସରଚାର୍ଜ ହ୍ରାସ କରାଯାଇଥିବାବେଳେ ଆୟକର ସ୍ଲାବକୁ ଅପରିବର୍ତ୍ତତ ରଖାଯାଇଛି । ଯାହାଫଳରେ ମଧ୍ୟବିତ୍ତି ଓ ନିମ୍ନ ମଧ୍ୟବିତ୍ତ ପରିବାର ଅଧିକ ପ୍ରଭାବିତ ହେବେ । ଯଦି ଆୟକର ସ୍ଲାବରେ କିଛି ରିହାତି ମିଳିଥାନ୍ତା ତା’ହେଲେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ହାତରେ ଅର୍ଥ ରହିଥାନ୍ତା ତଥା ବଜାର ଅଧିକ ଚଳଚଂଚଳ ହୋଇପାରିଥାନ୍ତା ବୋଲି ସେ କହିଛନ୍ତି ।

Related story