Advertisment

ପାଣ୍ଡିଆନ୍‌ଙ୍କ ପ୍ରଥମ ପଲଟିକାଲ୍‌ ଷ୍ଟଣ୍ଟ! ନାଁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ଘେରିଲେ

‘ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ହଜାର ହଜାର ଲୋକ ଟ୍ରେନ୍‌ରେ ବାହାରୁ ଆସିଲେ। ଏଠାରେ ରହିଥିଲେ। ତା’ ପରେ ସେହି ଲୋକ ପ୍ରତିନିଧି ଲୋକଙ୍କୁ ଭୂଆଁ ବୁଲାଇବାରେ ଲାଗିଲେ। ଲୋକଙ୍କୁ ଭୟଭୀତ କରାଇବାରେ ଲାଗି ପଡ଼ିଲେ।’

author-image
Manoranjan Sial
ଅଦ୍ୟତନ ହୋଇଛି
Pandian

Pandian

ନିରବତା ଭାଙ୍ଗିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌। ପ୍ରଥମ ଥର ପାଇଁ ମାରିଲେ ପଲଟିକାଲ୍‌ ଷ୍ଟଣ୍ଟ। ‘ଜଣେ ଜନ ପ୍ରତିନିଧି’ କହି ନାଁ ନଧରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଘେରିଲେ।

Advertisment

ଗୋପାଳପୁରରେ ଆଜି ଆୟୋଜିତ ଏକ ସଭାରେ ପାଣ୍ଡିଆନ୍‌ କହିଥିଲେ- କୋଭିଡ୍‌ ସମୟରେ ଜଣେ ଲୋକପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍‌ କରି କହିଲେ, ସାର୍‌ ରାଜ୍ୟ ବାହାରେ ଫସିଥିବା ଲୋକଙ୍କୁ ଆଣନ୍ତୁ ନାହିଁ। ସେମାନଙ୍କୁ ଆଣିଲେ ଗଞ୍ଜାମ ଜିଲ୍ଲା ବୁଡ଼ିଯିବ। ତେଣୁ ସେମାନଙ୍କୁ ଆଣନ୍ତୁ ନାହିଁ। ସାର୍‌ ତାଙ୍କୁ ପଚାରିଲେ, ଆରେ ଇଏ କ’ଣ? ସେମାନେ ଆମ ଜିଲ୍ଲାର ବାସିନ୍ଦା। କାହାର ବାପା, କାହାର ପୁଅ, କାହାର ଭାଇ ହୋଇଥିବେ? ସେମାନଙ୍କୁ କେମିତି ଆମେ ଛାଡ଼ିଦେବା? ସେ ଲୋକ ପ୍ରତିନିଧି ଜଣଙ୍କ କହିଲେ, ନାଇଁ ସାର ଆମେ ପ୍ରଥମେ ବଞ୍ଚିବା ଦରକାର। ତା’ପରେ ଆମେ ଅନ୍ୟମାନଙ୍କ କଥା ଚିନ୍ତା କରିବା। ଏକଥା ଶୁଣିବା ପରେ ମୁଖ୍ୟମନ୍ତ୍ରୀ ବିରକ୍ତ ହୋଇଥିଲେ। କାମ କରିବା ପାଇଁ ଆମକୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଆମକୁ କହିଥିଲେ, ଲୋକମାନଙ୍କ ସେବା କରିବା ମୋର କାମ। ବ୍ୟକ୍ତିଗତ ସ୍ୱର୍ଥ ପାଇଁ କିଛି ନିଷ୍ପତ୍ତି ନେଲେ, ତାହାହେଲେ ତାହା ମହାପାପ ହୋଇଯିବ। 

ସେ ଆହୁରି କହିଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ହଜାର ହଜାର ଲୋକ ଟ୍ରେନ୍‌ରେ ବାହାରୁ ଆସିଲେ। ଏଠାରେ ରହିଲେ। ତା’ ପରେ ସେହି ଲୋକ ପ୍ରତିନିଧି ଲୋକଙ୍କୁ ଭୂଆଁ ବୁଲାଇବାରେ ଲାଗିଲେ। ଲୋକଙ୍କୁ ଭୟଭୀତ କରାଇବାରେ ଲାଗି ପଡ଼ିଲେ। ବହୁତ ନକାରାତ୍ମକ ଭାବନା ସୋଶାଲ ମିଡ଼ିଆରେ ଛାଡ଼ିଲେ। ଆଉ କହିଲେ- ଗଞ୍ଜାମ ବୁଡ଼ିଯିବ, ବହୁ ଲୋକଙ୍କର ମୃତ୍ୟୁ ହେବ। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଓ ସରପଞ୍ଚ ଭାଇ ଭଉଣୀମାନେ ଚିନ୍ତାରେ ପଡ଼ିଗଲେ। ସମ୍ପୃକ୍ତ ଲୋକ ପ୍ରତିନିଧିଙ୍କ ଏପରି କାର୍ଯ୍ୟକୁ ନେଇ ଦୁଃଖ ପ୍ରକାଶ କରିଥିଲେ। କାହିଁକି ଆମର ଆତ୍ମବିଶ୍ୱାସ ଭାଙ୍ଗୁଛନ୍ତି ବୋଲି ପ୍ରଶ୍ନ କରିଥିଲେ? ଏହା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସରପଞ୍ଚ ଓ ମିଶନ ଶକ୍ତି ମାଆଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ କଥା ହୋଇଥିଲେ। ଯାହା ସଫଳ ରୂପାୟନ ହୋଇଥିଲା। ଯେଉଁଥିପାଇଁ ଗଞ୍ଜାମକୁ ଏତେ ଲୋକ ଆସିଲା ପରେ ମଧ୍ୟ ସରପଞ୍ଚ, ମିଶନ୍‌ ଶକ୍ତି ମାଆଙ୍କ ସହଯୋଗ ଓ ମାଆ ତାରା ତାରିଣୀଙ୍କ ଆଶୀର୍ବାଦରେ ଆମେ ବହୁ ଲୋକଙ୍କୁ ବଞ୍ଚାଇବାରେ ସକ୍ଷମ ହେଲୁ। ଯିଏ ନିଜ ସ୍ୱାର୍ଥ ପାଇଁ ଲୋକଙ୍କ ସେବାକୁ ଏପଟ ସେପଟ କରିବ, ମାଆ ତାରା ତାରିଣୀ ଅଛନ୍ତି। ସେଦିନ ଯଦି ଆମେ ଭୁଲ ନିଷ୍ପତ୍ତି ନେଇଥାଆନ୍ତୁ, ତାହାହେଲେ ଆଜି ଅବସ୍ଥା କ’ଣ ହୋଇଥାଆନ୍ତା ବୋଲି ପାଣ୍ଡିଆନ୍‌ ପ୍ରଶ୍ନ କରିଥିଲେ।

Advertisment

ଅନ୍ୟପକ୍ଷରେ ଭି.କେ. ପାଣ୍ଡିଆନଙ୍କୁ କାଉଣ୍ଟର କହିଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, ପାଣ୍ଡିଆନ ମିଛୁଆ। ପାଣ୍ଡିଆନ ଇଜ ଏ ଲାୟର। ଗ୍ରେଟ୍‌ ଗ୍ରେଟ୍‌ ଲାୟର। ସ୍ୱର୍ଗଦ୍ୱାର ବିଜୁ ସମାଧି ଉଦାହରଣ ଦେଇ ପାଣ୍ଡିଆନଙ୍କୁ ସେ ମିଛୁଆ ବୋଲି କହିଲେ। କୋର୍ଟ ନିର୍ଦ୍ଦେଶରେ ସମାଧି ହଟିଲା। କିନ୍ତୁ କହିଲେ ଲୋକଙ୍କ ପାଇଁ ହଟାଇଲୁ। ଲୋକଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ କହିଲେ ହଟାଅ, ମୁଁ ହଟାଇଦେଲି ବୋଲି ପାଣ୍ଡିଆନ୍‌ କହିଲେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

Ganjam Ganjam Politics Ganjam Bjd Vk Pandian