ଅଣ୍ଡାମାଡ଼ରେ କଣ ସମସ୍ୟାର ସମାଧାନ ହୋଇଯିବ କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍‌କୁ ଅଣ୍ଡାମାଡ଼ ଘଟଣା ହେଉଛି ଜନ ଆକ୍ରୋଶ। ଅଣ୍ଡାମାଡ଼କୁ ନେଇ ଆଜି ଏପରି ବୟାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି, ଅଣ୍ଡାମାଡ଼ରେ କଣ ସମସ୍ୟାର ସମାଧାନ ହୋଇଯିବ? ଅଣ୍ଡା ମାଡ଼, ଟମାଟୋ ମାଡ଼, ଟେକା ମାଡ଼ରେ ସମସ୍ୟାର ସମାଧାନ ହେବନି। ଏହା ଜନତାଙ୍କ ଆକ୍ରୋଶ ଭାବନାର ଫଳ। ମାତ୍ର […]

niranjan

Manoranjan Sial
  • Published: Wednesday, 24 November 2021
  • , Updated: 24 November 2021, 07:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍‌କୁ ଅଣ୍ଡାମାଡ଼ ଘଟଣା ହେଉଛି ଜନ ଆକ୍ରୋଶ। ଅଣ୍ଡାମାଡ଼କୁ ନେଇ ଆଜି ଏପରି ବୟାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଅଣ୍ଡାମାଡ଼ରେ କଣ ସମସ୍ୟାର ସମାଧାନ ହୋଇଯିବ? ଅଣ୍ଡା ମାଡ଼, ଟମାଟୋ ମାଡ଼, ଟେକା ମାଡ଼ରେ ସମସ୍ୟାର ସମାଧାନ ହେବନି। ଏହା ଜନତାଙ୍କ ଆକ୍ରୋଶ ଭାବନାର ଫଳ। ମାତ୍ର ଅଣ୍ଡାମାଡ ଠିକ୍‌ ନୁହେଁ। ମନ୍ତ୍ରୀ ଇନଭେଷ୍ଟିଗେସନରୁ ଦୂରରେ ରୁହନ୍ତୁ ଓ ଅନୁସନ୍ଧାନ ନିରପେକ୍ଷ ହେଉ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସନସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ଗୋବିନ୍ଦଙ୍କ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପର୍କ ରହିଥିବା ନେଇ ତଥ୍ୟ ଓ ପ୍ରମାଣ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବି କରିଛନ୍ତି ରାଜ୍ୟର ବିଭିନ୍ନ ରାଜନୈତିକ ଦଳ। ହେଲେ ରାଜ୍ୟ ସରକାର ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପରିବର୍ତ୍ତେ ସୁରକ୍ଷା ଦେଉଛନ୍ତି। ଯେଉଁ ବିଜେଡିର ମନ୍ତ୍ରୀ ଓ ବିଧାୟକଙ୍କ ଉପରେ ଅଣ୍ଡା ମାଡ଼ ହେଉଛି।

ଆଜି ମୁଖ୍ୟମନ୍ତ୍ରୀ ପୁରୀ ଯାଇଥିବା ବେଳେ ତାଙ୍କ କାରକେଡ୍‌କୁ ଅଣ୍ଡା ମାଡ଼ ହୋଇଥିଲା। ବିଜେପି କର୍ମୀମାନେ ଅଣ୍ଡା ମାଡ଼ କରିଥିବା ଅଭିଯୋଗ ହୋଇଛି। ଏହାକୁ କିନ୍ତୁ ନିରଞ୍ଜନ ପଟ୍ଟନାୟକ ନାପସନ୍ଦ କରିଛନ୍ତି।

Related story