Advertisment

୧୦ରେ ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ ଶୋ’

ଆସନ୍ତା ୧୦ ତାରିଖରେ ଭୁବନେଶ୍ୱର ଆସିବେ ମୋଦି। ଉକ୍ତ ଦିନ ସେ ରାଜଧାନୀରେ ଏକ ବିଶାଳ ରୋଡ୍‌ ଶୋ’ରେ ଯୋଗ ଦେବେ।

author-image
Niharika Rout
ଅଦ୍ୟତନ ହୋଇଛି
PM Modi

PM Modi

ଗତକାଲି ଓଡ଼ିଶା ଗସ୍ତରେ ଆସିଥିବା ମୋଦିଙ୍କ ଭାଷଣ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଥିବା ବେଳେ ଆଉ ୨ ଦିନ ବ୍ୟବଧାନରେ ପୁଣି ଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୧୦ ତାରିଖରେ ଭୁବନେଶ୍ୱର ଆସିବେ ମୋଦି। ଉକ୍ତ ଦିନ ସେ ରାଜଧାନୀରେ ଏକ ବିଶାଳ ରୋଡ୍‌ ଶୋ’ରେ ଯୋଗ ଦେବେ ।

Advertisment

ଆସନ୍ତା ୧୦ ତାରିଖ ସନ୍ଧ୍ୟା ୬ଟାରୁ ଭୁବନେଶ୍ୱରେ ଆୟୋଜିତ ହେବ ମୋଦିଙ୍କ ରୋଡ ଶୋ’। ଏହି ଶୋ’ ମାଷ୍ଟରକ୍ୟାଣ୍ଟିନରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଏଥିରେ ବହୁ ସଂଖ୍ୟାରେ ନେତା ଓ କର୍ମୀ ଯୋଗ ଦେବେ। ଏହି ରୋଡ୍‌ ଶୋ’ରେ ବିପୁଳ ସଂଖ୍ୟାରେ ଯୋଗ ଦେବାକୁ ଲୋକଙ୍କଚ ନିବେଦନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଏକ ଅଡିଓ ବାର୍ତ୍ତା ମାଧ୍ୟମରେ ସେ ଲୋକଙ୍କୁ ଏହି ଅପିଲ୍‌ କରିଛନ୍ତି।

ଉକ୍ତ ଦିନ ଭୁବନେଶ୍ୱରରେ ରାତ୍ରୀ ଯାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ୧୧ ତାରିଖରେ ସେ ବଲାଙ୍ଗିରରେ ଆୟୋଜିତ ହେବାକୁ ଥିବା ସମାବେଶରେ ଯୋଗ ଦେବେ ।

Advertisment

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି ।  ଭୁବନେଶ୍ୱର ବିମାନବନ୍ଦର ଅଧିକାରୀ, SPGଙ୍କ ସହ କମିଶନରେଟ ପୁଲିସର ବୈଠକ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ କୁହାଯାଇଛି। 

୨୦୧୯ ମସିହାରେ ଭୁବନେଶ୍ୱରେ ମୋଦି ଏକ ରୋଡ ଶୋ’ କରିଥିଲ। ଏହା ପ୍ରଭାବରେ ନିର୍ବାଚନୀ ମାହୋଲ ବଦଳିଥିଲା। ଭୋଟ ପ୍ରତିଶତ ବଢ଼ିଥିଲା। ତେଣୁ ଚଳିତ ଥର ମଧ୍ୟ ମୋଦିଙ୍କ ରୋଡ ଶୋ’ ନିମନ୍ତେ ବିଜେପିର ନେତା ଓ କର୍ମୀ ସମସ୍ତେ ଉତ୍ସାହିତ ଅଛନ୍ତି।

ଗତକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ଆୟୋଜିତ ଜନସମାବେଶରେ ଯୋଗ ଦେଇ ମୋଦି ସିଧାସଳଖ ବିଜେଡି ସରକାରକୁ ଟାର୍ଗେଟ କରିଥିଲେ। ଜୁନ୍‌ ୪ ତାରିଖ ବିଜେଡିର ଏକ୍ସପାରୀ ଡେଟ। ଏହାପରେ ଜୁନ୍‌ ୧୦ ତାରିଖରେ ବିଜେପି ସରକାର ରାଜ୍ୟରେ ଶପଥ ଗ୍ରହଣ କରିବ ବୋଲି ବି ସେ ଦମ୍ଭୋକ୍ତି ପ୍ରକାଶ କରିଥିଲେ। ଏଥିସହ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ସେ ଓଡ଼ିଶାବାସୀଙ୍କୁ ନିମନ୍ତ୍ରଣ ବି କରିଥିଲେ। 

ମୋଦିଙ୍କ ଭାଷଣ ସମଗ୍ର ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିବା ବେଳେ ଆସନ୍ତା ୧୦ ତାରିଖରେ ହେବାକୁ ଥିବା ରୋଡ ଶୋ’ରେ ମୋଦି କ’ଣ କହିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। 

Bjp PM Modi