Advertisment

ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ

ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ-୨ ପ୍ରଶାନ୍ତଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।

ଅଦ୍ୟତନ ହୋଇଛି
Prasant Jagadev

Prasant Jagadev

Advertisment

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ-୨ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।

Advertisment

ଗତ ଶନିବାର (ମେ’ ୨୫ ତାରିଖ) ଭୋଟ୍‌ ଦେବାକୁ ଯାଇଥିବା ବେଳେ ବୁଥ୍‌ରେ ଗଣ୍ଡଗୋଳ ତଥା ଇଭିଏମ୍‌ ଫିଙ୍ଗାଫୋପଡ଼ା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ତେବେ ଅସୁସ୍ଥ ଥିବାରୁ ଏବେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଜଗଦ୍ଦେବଙ୍କର ରକ୍ତଚାପ ଓ ସୁଗାର ସ୍ତର ବଢ଼ିଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ୨୯ ତାରିଖ ଭୋର ୪ଟା ବେଳେ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। 

ମେ’ ୨୫ ତାରିଖ ଅପରାହ୍ନରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଓ ତାଙ୍କ ପତ୍ନୀ ଭୋଟ୍ ଦେବା ପାଇଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ଇଭିଏମକୁ ଫିଙ୍ଗାଫୋପଡ଼ା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ବେଗୁନିଆରୁ ବିଧାୟକଙ୍କୁ ଉଠାଇ ନେଇ ଖୋର୍ଦ୍ଧା ରିଜର୍ଭ ପୋଲିସ କ୍ୟାମ୍ପସରେ ଅଟକ ରଖିଥିଲା। ପରେ ସମ୍ପୃକ୍ତ ବୁଥର ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଆଇପିସିର ୧୧ଟି ଧାରା ଓ ଜନପ୍ରତିନିଧି ଆଇନର ୫ଟି ଧାରାରେ ଶ୍ରୀ ଜଗଦ୍ଦେବ ଓ ତାଙ୍କର ୪-୫ଜଣ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Advertisment

ଇଭିଏମ୍ ଭଙ୍ଗା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ସମ୍ପୃକ୍ତି ନଥିବା କହି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହା ପଛରେ ପୁଲିସର ଷଡ଼ଯନ୍ତ୍ର ରହିଛି ବୋଲି ଅଭିଯୋଗ କରାଯାଇଛି। ଏହାସହିତ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଉକ୍ତ ମତଦାନ କେନ୍ଦ୍ରର ସିସିଟିଭି ଫୁଟେଜ୍ ଗଣମାଧ୍ୟମକୁ ଜାରି କରି ସେଥିରେ ଇଭିଏମ୍ ଅନ୍ୟ କେହି ଭାଙ୍ଗିଥିବାର ପ୍ରମାଣ ଦେଇଛନ୍ତି।

ମେ’ ୨୮ ତାରିଖରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ X ହ୍ୟାଣ୍ଡଲରରେ କାଉଁରିପାଟଣା ବୁଥ୍‌ର ସିସିଟିଭି ଫୁଟେଜ୍‌ ପୋଷ୍ଟ କରିଥିଲେ।ସେଥିରେ ବିଧାନସଭା ଇଭିଏମ୍‌ ଭଙ୍ଗା ଯାଇଥିବା ଦେଖିବାକୁ ମିଳୁଛି। ତେବେ ବିଧାନସଭା EVM ଭଙ୍ଗା ଯାଉଥିବା ବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ତାଙ୍କ ପତ୍ନୀ ଦୂରରେ ଥିବା ଦେଖିବାକୁ ମିଳିଛି। ଦୁଇ ଜଣ ବ୍ୟକ୍ତି ଲୋକଙ୍କ ଗହଳି ଭିତରେ ବିଧାୟକଙ୍କ ସମ୍ମୁଖରେ EVM ଭାଙ୍ଗି EXIT ଗେଟ୍‌ ଦେଇ ପଳାଇ ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓର ସତ୍ୟାସତ୍ୟ ସଂପର୍କରେ ତଦନ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ଏସ୍‌ଡିପିଓ ଦିଲ୍ଲୀପ କୁମାର ଦାସଙ୍କ ଭୂମିକା ସନ୍ଦେହ ଘେରରେ ରହିଥିଲେ ହେଁ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। 

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଥାନାରେ ଦୁର୍ବ୍ୟବହାର
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଥାନାରେ ଦୁର୍ବ୍ୟବହାର କରାଯାଇଥିବା କହିଛନ୍ତି ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ। ସେ କହିଛନ୍ତି, ବିନା ଏତଲାରେ ଗୋଡ଼ାଇ ଗୋଡ଼ାଇ ରାସ୍ତାରୁ ଗିରଫ କଲେ। ସେ ଜଣେ ସିଟିଂ ବିଧାୟକ। କିନ୍ତୁ ଥାନାରେ ବସିବାକୁ ଦିଆଗଲାନି। ଥାନାରେ ତାଙ୍କୁ ତଳେ ବସାଇଥିଲେ। ଖାଦ୍ୟ କି ପାଣି ମଧ୍ୟ ଦେଇ ନଥିଲେ। ରାତି ସାଢ଼େ ୧୨ଟାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ମିଛ ମାମଲାରେ ଫସାଇ ତାଙ୍କୁ ଜେଲ୍‌ରେ ପୂରାଇବା ବ୍ୟବସ୍ଥା କରିଥିଲେ। 

Prasant Jagadev
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe