‘ରାଜ୍ୟର ବରପୁତ୍ରମାନଙ୍କ ନାଁରେ ପ୍ରସ୍ତାବିତ ଇନଡୋର ଷ୍ଟାଡ଼ିୟମର ନାମକରଣ କର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୮୯ଟି ସ୍ଥାନରେ ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ସ୍ଥାପନ ପାଇଁ ରାଜ୍ୟ କ୍ୟାବିନେଟ ଗତ ଦୁଇଦିନ ତଳେ ଅନୁମୋଦନ ଦେବା ପରେ ବିଜେପି ଆଜି ଏନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି। ନିର୍ବାଚନ ଆସିଲେ ସରକାର ଅନେକ ଘୋଷଣା କରନ୍ତି ଓ ସରିଗଲେ ଭୁଲିଯାଆନ୍ତି ବୋଲି କହିଛନ୍ତି। ଆଉ ଯଦି ଏହା ପ୍ରଚାରସର୍ବସ୍ୱ ନୁହେଁ ତା’ହେଲେ ଷ୍ଟାଡ଼ିୟମ ଯେଉଁ ଜିଲ୍ଲାରେ ସ୍ଥାପନ ହେବ ସେହି ଅଂଚଳର ବରପୁତ୍ର, ମହାପୁରୁଷ ଓ କ୍ରୀଡ଼ାବିତଙ୍କ ନାଁରେ […]

Tankadhar-Tripathy

Tankadhar-Tripathy

Ordigital Desk
  • Published: Wednesday, 11 August 2021
  • Updated: 11 August 2021, 10:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୮୯ଟି ସ୍ଥାନରେ ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ସ୍ଥାପନ ପାଇଁ ରାଜ୍ୟ କ୍ୟାବିନେଟ ଗତ ଦୁଇଦିନ ତଳେ ଅନୁମୋଦନ ଦେବା ପରେ ବିଜେପି ଆଜି ଏନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି। ନିର୍ବାଚନ ଆସିଲେ ସରକାର ଅନେକ ଘୋଷଣା କରନ୍ତି ଓ ସରିଗଲେ ଭୁଲିଯାଆନ୍ତି ବୋଲି କହିଛନ୍ତି। ଆଉ ଯଦି ଏହା ପ୍ରଚାରସର୍ବସ୍ୱ ନୁହେଁ ତା’ହେଲେ ଷ୍ଟାଡ଼ିୟମ ଯେଉଁ ଜିଲ୍ଲାରେ ସ୍ଥାପନ ହେବ ସେହି ଅଂଚଳର ବରପୁତ୍ର, ମହାପୁରୁଷ ଓ କ୍ରୀଡ଼ାବିତଙ୍କ ନାଁରେ ଏହାର ନାମକରଣ କରାଯାଉ ବୋଲି ବିଜେପି ଦାବି କରିଛି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବଦିକ ସମ୍ମିଳନୀରେ ଦଳର ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ଏହି ଇନଡୋର ଷ୍ଟାଡ଼ିୟମ ଘୋଷଣାକୁ ନେଇ ସରକାରଙ୍କ ଦୁଇଟି ବିଭାଗ ଭିନ୍ନ ଭିନ୍ନ ତଥ୍ୟ ସମ୍ବଳିତ ପ୍ରେସ୍ ରିଲିଜ୍ ଗଣମାଧ୍ୟମକୁ ଦେଇଛନ୍ତି। ତେଣୁ ଏହି ଇନଡୋର ଷ୍ଟାଡ଼ିୟମ କେଉଁ ଯୋଜନାରେ ହେଉଛି ଓ କେଉଁ ବିଭାଗରୁ କେତେ ଅର୍ଥ ବ୍ୟୟ ହେବ ତାହା ସରକାର ସ୍ପଷ୍ଟ କରନ୍ତୁ। ଏହା ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ ନା ସହରାଂଚଳ କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ତାହା ଉପରେ ସରକାର ତୁରନ୍ତ ସ୍ପଷ୍ଟୀକରଣ ଦେଇ ରାଜ୍ୟବାସୀଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର କରନ୍ତୁ।

ରାଜ୍ୟ ସରକାର ନିଶ୍ଚିତ ଭାବେ ଏକ ତାଲିକା ପ୍ରସ୍ତୁତ କରି ୮୯ଟି ସ୍ଥାନରେ ଇନଡୋର ଷ୍ଟାଡ଼ିୟମ ହେବ ବୋଲି ଘୋଷଣା କରିଛନ୍ତି। ତେଣୁ ଏହି ୮୯ଟି ଜାଗା କେଉଁ ଜିଲ୍ଲା ଓ କେଉଁ ପୌରାଂଚଳରେ ତାହା ରାଜ୍ୟବାସୀଙ୍କ ସାମ୍ନାରେ ରଖନ୍ତୁ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୩୧୪ ବ୍ଲକରେ ମିନି ଷ୍ଟାଡ଼ିୟମ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ। ତେବେ ଗତ ଦୁଇବର୍ଷ ମଧ୍ୟରେ କେତେ ବ୍ଲକରେ କେତୋଟି ଷ୍ଟାଡ଼ିୟମ ନିର୍ମାଣ ହୋଇଛି ତା’ର ହିସାବ ସରକାର ଦିଅନ୍ତୁ । ସୁବାସ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏ, ମଧୁସୂଦନ ଦାସ, ବକ୍ସି ଜଗବନ୍ଧୁ, ପଣ୍ଡିତ ଗୋପବନ୍ଧୁ ଦାଶ, ହରେକୃଷ୍ଣ ମହତାବ, ବାଜି ରାଉତ, ରେଣ୍ଡୋ ମାଝୀ, ଗଙ୍ଗାଧର ମେହେର, ଜୟୀ ରାଜଗୁରୁ, ଫକୀର ମୋହନ ସେନାପତି, ଧରଣୀଧର ଭୂୟାଁ, ରଘୁନାଥ ମୁର୍ମୁ, ମାଳତୀ ଚୌଧୁରୀ, ସନ୍ଥ ଭୀମଭୋଇ, ଲକ୍ଷ୍ମଣ ନାଏକ, ମାଧବ ସିଂ, ଗଜପତି କୃଷ୍ଣଦେବ, ନିର୍ମଳ ମୁଣ୍ଡା ଆଦି ଅନେକ ମହାନ ବ୍ୟକ୍ତି, ମହାପୁରୁଷ ଓ କ୍ରୀଡ଼ାବିତ୍ ଅଛନ୍ତି ଯେଉଁମାନେ ନିଜ ଅଂଚଳ, ଜିଲ୍ଲା ତଥା ରାଜ୍ୟ ପାଇଁ ନିଜର ଯୋଗଦାନ ଦେଇଛନ୍ତି। ସାମାଜିକ ଜୀବନକୁ ସୁଦୃଢ଼ କରିବା ଓ ଭବିଷ୍ୟତ ସମାଜ ଗଠନ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ସେମାନଙ୍କ ନାଁରେ ଏହି ଇନଡୋର ଷ୍ଟାଡ଼ିୟମଗୁଡ଼ିକୁ ନାମିତ କରିବାକୁ ବିଜେପି ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟ, ଦିଲ୍ଲୀପ ମଲ୍ଲିକ ଓ ଦୀପକ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଏସବୁ ଷ୍ଟାଡ଼ିୟମ ବିଜୁ ପଟ୍ଟନାୟକଙ୍କ ନାଁରେ ନାମିତ କରିବା ପାଇଁ ବିଜେଡି ସରକାର ଯୋଜନା କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story