Advertisment

ସାଂସଦ ପଦ ଫେରିପାଇଲେ ରାହୁଲ

ଗତ ୪ ତାରିଖରେ ସୁପ୍ରିମକୋର୍ଟ ରାହୁଲଙ୍କୁ ଦିଆଯାଇଥିବା ଜେଲ୍ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପରେ ସେ ଫେରି ପାଇଛନ୍ତି ସାଂସଦ ପଦ ।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ଲୋକସଭା ସାଂସଦ ପଦ ଫେରିପାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଲୋକସଭା ସଚିବାଳୟ ପକ୍ଷରୁ ଏନେଇ ଜାରି କରାଯାଇଛି ବିଜ୍ଞପ୍ତି। ୨୦୧୯ ‘ମୋଦି ସରନେମ୍’ ମାନହାନୀ ମାମଲାରେ ସୁରଟର ଏକ କୋର୍ଟ ରାହୁଲ ଙ୍କୁ ଦେଇଥିବା ୨ ବର୍ଷର ଜେଲ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ଗତ ଶୁକ୍ରବାର ରୋକ ଲଗାଇବା ପରେ ଆଜି ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଖବର ଆସିବା ପରେ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଉତ୍ସବମୁଖର ହୋଇପଡ଼ିଛି। ସୋନିଆ ଗାନ୍ଧିଙ୍କ ବାସଭବନ ସମ୍ମୁଖରେ ମଧ୍ୟ ଦଳୀୟ ନେତା ଓ କର୍ମୀଙ୍କ ଭିଡ଼ ଜମିଛି।

Advertisment

ଲୋକସଭା ସଚିବାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିକୁ କଂଗ୍ରେସ ଟ୍ୱିଟ୍ କରି ଏହା ଘୃଣା ଉପରେ ପ୍ରେମର ବିଜୟ ବୋଲି ଲେଖିଛି। ବରିଷ୍ଠ କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି ଯେ ଏହା ଉଭୟ ନ୍ୟାୟ ଓ ଗଣତନ୍ତ୍ରର ବିଜୟ। ରାହୁଲ ଗାନ୍ଧି ଏବେ ଲୋକସଭାକୁ ଆସିପାରିବେ ଓ ତାଙ୍କ ନିର୍ବାଚନ ମଣ୍ଡଳୀ ତଥା ଦେଶବାସୀଙ୍କ ସେବା କରିପାରିବେ ବୋଲି ସେ କହିଛନ୍ତି। 

Advertisment

   

‘ମୋଦି ସରନେମ୍’ ମାନହାନୀ ମାମଲାରେ ସୁରଟର ଏକ କୋର୍ଟ ମାର୍ଚ୍ଚ ୨୩ ତାରିଖରେ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେବା ପରେ ତା’ ପରଦିନ ଅର୍ଥାତ୍ ମାର୍ଚ୍ଚ ୨୪ ତାରିଖରେ ସେ ସାଂସଦ ପଦ ହରାଇଥିଲେ। ଜଣେ ବିଧାୟକ ବା ସାଂସଦ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ କିମ୍ବା ତା’ଠୁ ଅଧିକ ବର୍ଷର ଜେଲ୍ ଦଣ୍ଡାଦେଶ ମିଳିଲେ ତାଙ୍କ ସଦସ୍ୟତା ରଦ୍ଦ ହୋଇଯିବାର ନିୟମ ରହିଛି।

ମୋଦି ସରନେମ ମାମଲାରେ ତଳ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଗୁଜରାଟ ହାଇକୋର୍ଟ ଯାଇଥିଲେ ରାହୁଲ ଗାନ୍ଧି। କିନ୍ତୁ ସେଠାରେ ସେ ନିରାଶ ହୋଇଥିଲେ। ଗତ ମାସରେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ ଓ ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ଏହା ପରେ ରାହୁଲ ଗାନ୍ଧି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ରାହୁଲଙ୍କୁ ମିଳିଥିବା ୨ ବର୍ଷ ଜେଲ ଦଣ୍ଡାଦେଶ ଉପରେ ଗତ ଶୁକ୍ରବାର ସୁପ୍ରିମକୋର୍ଟ ରୋକ ଲଗାଇଥିଲେ। ଶୁଣାଣି ବେଳେ କୋର୍ଟ କହିଥିଲେ ଯେ ଏହି ମାମଲାରେ ରାହୁଲ ଗାନ୍ଧିଙ୍କୁ କାହିଁକି ୨ ବର୍ଷ ଜେଲ ଦଣ୍ଡାଦେଶ ଦିଆଗଲା, ସେ ନେଇ ସୁରଟର ତଳ କୋର୍ଟ ଯଥେଷ୍ଟ କାରଣ ଦର୍ଶାଇ ନାହାନ୍ତି।  

Rahul Gandhi Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe