ରାସନ ଜାଲିଆତି: କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ଫେରାଦ ହେଲେ ୨ ମନ୍ତ୍ରୀ ଓ ସାଂସଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରଠୁ ଗୋପନ ମଧୁଚନ୍ଦ୍ରିକାରେ ଥିବା ବିଜେଡି ଓ ବିଜେପି ଏବେ ପଂଚାୟତ ନିର୍ବାଚନକୁ ନେଇ ସଜବାଜ ମଧ୍ୟରେ ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶା ସରକାରଙ୍କ ବ୍ୟାପକ ଦୁର୍ନୀତିର ତଦନ୍ତ ଓ ରାସନ୍ ଜାଲିଆତିର ତଦନ୍ତ କରିବା ପାଇଁ ଓଡ଼ିଶାର ୨ଜଣ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଓ ବିଜେପି ସାଂସଦମାନେ ଆଜି କେନ୍ଦ୍ର ଖାଦ୍ୟଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ […]

BJP

BJP

Ordigital Desk
  • Published: Thursday, 22 July 2021
  • Updated: 22 July 2021, 10:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରଠୁ ଗୋପନ ମଧୁଚନ୍ଦ୍ରିକାରେ ଥିବା ବିଜେଡି ଓ ବିଜେପି ଏବେ ପଂଚାୟତ ନିର୍ବାଚନକୁ ନେଇ ସଜବାଜ ମଧ୍ୟରେ ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶା ସରକାରଙ୍କ ବ୍ୟାପକ ଦୁର୍ନୀତିର ତଦନ୍ତ ଓ ରାସନ୍ ଜାଲିଆତିର ତଦନ୍ତ କରିବା ପାଇଁ ଓଡ଼ିଶାର ୨ଜଣ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଓ ବିଜେପି ସାଂସଦମାନେ ଆଜି କେନ୍ଦ୍ର ଖାଦ୍ୟଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ବିଜେପି ଗତକାଲି ଦିଲ୍ଲୀ ଓ ଓଡ଼ିଶାରେ ସାମ୍ବାଦିକ ସମ୍ମିଳନୀ କରି ରାସନ୍ ଜାଲିଆତି ଓ ଭୂତ ରାସନକାର୍ଡଧାରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ସାଂସଦ ପ୍ରତାପ ଷଡ଼ଙ୍ଗୀ,ବସନ୍ତ କୁମାର ପଣ୍ଡା, ନୀତିଶ ଗଙ୍ଗଦେବ, ସଙ୍ଗୀତା ସିଂହଦେଓ ପ୍ରମୁଖ ନୂଆଦିଲ୍ଲୀରେ କେନ୍ଦ୍ର ଯୋଗାଣ ମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଭେଟି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା, ହେରଫେର୍ ତଥା ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରିବା ସହ ଅଭାବୀ ତଥା ଯୋଗ୍ୟ ହିତାଧିକାରୀଙ୍କୁ ବଂଚିତ କରିବା ନେଇ ଅଭିଯୋଗ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ରର ଏହି ଯୋଜନାରୁ ଅଧିକାଂଶ ଗରିବ ହିତାଧିକାରୀ ଲାଭ ପାଇପାରୁନାହାନ୍ତି ବୋଲି କହିବା ସହ ଏହି ଜାଲିଆତି ଘଟଣାର ତଦନ୍ତ ନିର୍ଦ୍ଦେଶ ପାଇଁ ବିଜେପି ପ୍ରତିନିଧି ଦଳ ଦାବି କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପିଏମଜିକେଏୱାଇ ଏବଂ ଏନଏଫଏସଏ ଅଧୀନରେ ଦିଆଯାଉଥିବା ଖାଦ୍ୟ ତାଲିକାରେ ଅନେକ ପାର୍ଥକ୍ୟ ରହିଛି। ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଏନଏଫଏସଏ ରାସନକାର୍ଡଧାରୀ ଭୂତ ହିତାଧିକାରୀ ଅଛନ୍ତି ବୋଲି ଏହା ପ୍ରମାଣିତ କରୁଛି। ଓଡ଼ିଶା ସରକାର ଲୋକଙ୍କୁ ଗରିବ ଏବଂ ଅଭାବୀ ବ୍ୟକ୍ତିଙ୍କୁ ଭୋକରେ ରଖି ଖାଦ୍ୟଶସ୍ୟ ଖୋଲା ବଜାରରେ ଚୋରା ଚାଲାଣ କରାଯାଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ବିଜେପି ପ୍ରତିନିଧି ଦଳ ବିସ୍ତୃତ ଭାବେ ଜାଲିଆତି ସମ୍ପର୍କରେ ତଥ୍ୟ ଦେଇ ଏସବୁ ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶାର ବିଜେପି ସାଂସଦମାନଙ୍କ ଦ୍ୱାରା କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଦିଆଯାଇଥିବା ସ୍ମାରକପତ୍ର ସେମାନଙ୍କର ଅଜ୍ଞତାର ଗଭୀରତାକୁ ଦର୍ଶାଉଛି। ଏହା ଅତ୍ୟନ୍ତ ହାସ୍ୟାସ୍ପଦ କଥା । କେନ୍ଦ୍ର ସରକାରଙ୍କଠୁ ଦୁଇଟି ଯୋଜନାରେ ମିଳିଥିବା ସମସ୍ତ ଖାଦ୍ୟଶସ୍ୟ ୯୯ ପ୍ରତିଶତରୁ ଅଧିôକ ଉଠାଣ ହୋଇ ସେହି ଅନୁପାତରେ ବଣ୍ଟନ କରାଯାଇଛି । ଏଭଳି ମନଗଢ଼ା କାହାଣୀ ଓ ହାସ୍ୟାତ୍ମକ ବିବୃତି ଦେବା ବଦଳରେ ଓଡ଼ିଶାର ବାକି ପଡ଼ିଥିବା ଖାଦ୍ୟ ସବସିଡି ଅର୍ଥ ତୁରନ୍ତ ପ୍ରଦାନ କରିବା ସହିତ ବଳକା ୭ଲକ୍ଷ ଟନ୍ ଚାଉଳ ଏଫସିଆଇ ଜରିଆରେ ଉଠାଣ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପି ସାଂସଦମାନେ କହିଲେ ଭଲ ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos