‘ମୁଖ୍ୟମନ୍ତ୍ରୀ ସିନ୍ଦୂର ଫରୁଆ ଭିତରେ ରହୁଛନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ସିନ୍ଦୂର ଫରୁଆ ଭିତରେ ରହୁଛନ୍ତି। ତାଙ୍କୁ ଲୋକସେବା ଭବନକୁ ଯିବା ପାଇଁ ସମୟ ନାହିଁ। ବିଭିନ୍ନ ସମୟରେ ଓଡ଼ିଶା ଆସୁଥିବା କେନ୍ଦ୍ରମନ୍ତ୍ରୀଙ୍କୁ ସେ ଘରକୁ ଡାକୁଛନ୍ତି। କିନ୍ତୁ ତାଙ୍କୁ ରାଜନୀତି କରିବାକୁ ସମୟ ମିଳୁଛି। ସେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବାଣ୍ଟିବା ପାଇଁ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ପ୍ରଚାର କରୁଛନ୍ତି। ଆଜି ଏପରି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର କହିଛନ୍ତି। […]

Jayanarayan Mishra

Jayanarayan Mishra

Manoranjan Sial
  • Published: Monday, 01 November 2021
  • Updated: 01 November 2021, 05:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ସିନ୍ଦୂର ଫରୁଆ ଭିତରେ ରହୁଛନ୍ତି। ତାଙ୍କୁ ଲୋକସେବା ଭବନକୁ ଯିବା ପାଇଁ ସମୟ ନାହିଁ। ବିଭିନ୍ନ ସମୟରେ ଓଡ଼ିଶା ଆସୁଥିବା କେନ୍ଦ୍ରମନ୍ତ୍ରୀଙ୍କୁ ସେ ଘରକୁ ଡାକୁଛନ୍ତି। କିନ୍ତୁ ତାଙ୍କୁ ରାଜନୀତି କରିବାକୁ ସମୟ ମିଳୁଛି। ସେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବାଣ୍ଟିବା ପାଇଁ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ପ୍ରଚାର କରୁଛନ୍ତି। ଆଜି ଏପରି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର କହିଛନ୍ତି।

ଜୟନାରାୟଣ ମିଶ୍ର କହିଛନ୍ତି, “ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବାଣ୍ଟିବା ଉଦ୍ଦେଶ୍ୟର ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡକୁ ଯାଉଛନ୍ତି। ଏହା ପୂର୍ବରୁ କୁଚିଣ୍ଡା ଉପଖଣ୍ଡ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ୨୨ଟି ପ୍ରଶ୍ନ ପଚାରିଛି। ସେଥିରୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, କଣ ପାଇଁ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରାଯାଇଛି? ଏଥିସହ କୁଚିଣ୍ଡାର ସଇଡ଼ାଠାରେ ଖର୍ଲା ଓ ଭେଡେନ୍‌ ନଦୀ ଉପରେ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବା ବ୍ୟାରେଜ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ। ଏପରି ଅନେକ ପ୍ରଶ୍ନ ପଚରା ଯାଇଛି। ମୁଖ୍ୟମନ୍ତ୍ରୀ ଯିବା ପୂର୍ବରୁ ଏ ସବୁ ପ୍ରଶ୍ନର ଉତ୍ତର ଦେବା ଦରକାର।”

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ କୁଚିଣ୍ଡା ଗସ୍ତ ସମୟରେ ମମିତା ମେହେରଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ଦରକାର। ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ମୋବାଇଲ୍‌ ରେକର୍ଡ ଯାଞ୍ଚ କରିବାର ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଛନ୍ତି।

https://youtu.be/ZH2tTFzSiqM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos