Advertisment

ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ବେଳେ ରାମ ମନ୍ଦିରର ଶିଳାନ୍ୟାସ ହୋଇଥିଲା: ଶରଦ ପାୱାର

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି।

ଅଦ୍ୟତନ ହୋଇଛି
Rajiv Gandhi

Rajiv Gandhi

Advertisment

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ରାମ ଲଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଯିବ। ତା’ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ରାଜନୀତିକ ବୟାନବାଜି ବଢ଼ି ଚାଲିଛି।

Advertisment

ଆଜି କର୍ଣ୍ଣାଟକାର ନିପାନିଠାରେ ଏକ ସାଧାରଣ ସଭାରେ ଏନ୍‌ସିପି ମୁଖ୍ୟ ଶରଦ ପାୱାର କହିଥିଲେ ଯେ ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ସମୟରେ ରାମ ମନ୍ଦିରର ଶିଳାନ୍ୟାସ ହୋଇଥିଲା। ଆଉ ଏବେ ବିଜେପି ଓ ଆରଏସଏସ ଭଗବାନ ରାମଙ୍କ ନାଁରେ ରାଜନୀତି କରୁଛନ୍ତି।

ଆଗକୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ ଦିନିଆ ଅନୁଷ୍ଠାନ କରୁଛନ୍ତି। ଏହା ଉପରେ ପ୍ରତିକ୍ରିୟା ଦେଇ ଶରଦ ପାୱାର କହିଥିଲେ, ଭଗବାନ ରାମଙ୍କ ପ୍ରତି ତାଙ୍କର ଥିବା ବିଶ୍ୱାସକୁ ମୁଁ ସମ୍ମାନ ଜଣାଉଛି। କିନ୍ତୁ ଯଦି ସେ ଦ୍ରାରିଦ୍ର୍ୟ ଦୂରୀକରଣ ପାଇଁ ଉପବାସ କରିଥା’ନ୍ତେ, ତା’ହେଲେ ଲୋକେ ଏହାକୁ ପ୍ରଶଂସା କରିଥା’ନ୍ତେ।

Advertisment

ସେହିପରି ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ କହିଥିଲେ, ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ‘ନରେନ୍ଦ୍ର ମୋଦି ଓ ଆରଏସ୍‌ଏସ୍‌-ବିଜେପି କାର୍ଯ୍ୟକ୍ରମ’ରେ ପରିଣତ ହୋଇଯାଇଛି। ଆଉ ଏଥିରେ ନିର୍ବାଚନୀ ଛୁଙ୍କ ଦିଆଯାଇଛି। ତେଣୁ କଂଗ୍ରେର ନେତାମାନେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ନଦେବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ ସେ ସଂପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି କହିଥିଲେ ରାହୁଲ।

Ram Temple Inauguration Ram Temple Event Ram Temple Rajiv Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe