/odisha-reporter/media/post_attachments/uploadimage/library/16_9/16_9_0/Congress_1712241071.jpg)
Congress
ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରୁ ଇସ୍ତଫା ଦେବାର କିଛି ସମୟ ପରେ କଂଗ୍ରେସରେ ମିଶିଛନ୍ତି ମହିଳା ନେତ୍ରୀ ସୋନାଲି ସାହୁ। ଆଜି ଅପରାହ୍ନରେ ସେ କଂଗ୍ରେସରେ ଯୋଗଦେଇଛନ୍ତି। ପିପିସି ସଭାପତି ଶରତ ପଟ୍ଟନାୟକ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି।
Advertisment
ମାଳ ମାଳ ଅଭିଯୋଗ ଆଣି ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ସୋନାଲି । ସେ ନିଜର ଇସ୍ତଫାପତ୍ର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ୍ଙ୍କ ପାଖକୁ ପଠାଇ ଦେଇଥିଲେ।
ସୂଚନାରୁ ପ୍ରକାଶ, ଦିନରେ କଂଗ୍ରେସରେ ଫାୟାରବ୍ରାଣ୍ଡ ନେତ୍ରୀ ଥିଲେ ସୋନାଲି ସାହୁ। ହେଲେ ପରବର୍ତ୍ତୀ ସମୟରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ। ଆଜି ସେ ପୁଣି ଥରେ ନିଜ ଘରକୁ ଫେରୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
