Advertisment

ବିଜେଡିର ବ୍ୟଥା ବଢ଼ାଇଛନ୍ତି ସୌମ୍ୟ: ସାମ୍ବାଦିକ ସମ୍ମିଳନୀରେ ମୋଦିଙ୍କୁ କଲେ ଟାର୍ଗେଟ୍‌

ରାଜ୍ୟର ପ୍ରଭାବଶାଳୀ ମିଡିଆ ହାଉସର ମାଲିକାନା ସୌମ୍ୟଙ୍କ ପାଖରେ ରହିଥିବାବେଳେ ସେ ବିଭିନ୍ନ ସଭାସମିତିରେ ବିଜେଡି ସରକାରର ଆଭ୍ୟନ୍ତରୀଣ ଦୋଷଦୁର୍ବଳତାକୁ ପଦାରେ ପକାଉଛନ୍ତି ।

Soumya Patnaik

Soumya Patnaik

Advertisment

ରାଜ୍ୟରେ ରାଜନୀତିକ ଉଷ୍ମତା ଓ ଛକାପଞ୍ଝା ମଧ୍ୟରେ ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଶାଣିତ ସମାଲୋଚନା ବିଜେଡିର ମୁଣ୍ଡବ୍ୟଥା ବଢ଼ାଇଛି । ସୌମ୍ୟଙ୍କୁ ମନାଇବାକୁ ବିଜେଡି ପକ୍ଷରୁ ଏବେ କସରତ ଆରମ୍ଭ ହୋଇଛି । ତେବେ ଦୀର୍ଘଦିନ ଧରି ଅଲୋଡ଼ା ହୋଇ ରହିଥିବା ସୌମ୍ୟ ଅଚାନକ କାହିଁକି ଖୋଜା ପଡ଼ିଲେ ଓ ତାଙ୍କ ମୁହଁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ସମାଲୋଚନା ଦଳ କାହିଁକି କଲା ତାହା ଏବେ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ୨୦୧୯ ସାଧାରଣ ନିର୍ବାଚନ ପରେ ପ୍ରଥମଥର ପାଇଁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ଆଳରେ ବିଜେଡି ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛି ।

Advertisment

ସୂଚନା ଅନୁସାରେ, ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏବେଠୁ ସୌମ୍ୟଙ୍କୁ ମ୍ୟାନେଜ୍ କରିବାକୁ ଯୋଜନା କରିଛି । ରାଜ୍ୟର ପ୍ରଭାବଶାଳୀ ମିଡିଆ ହାଉସର ମାଲିକାନା ସୌମ୍ୟଙ୍କ ପାଖରେ ରହିଥିବାବେଳେ ସେ ବିଭିନ୍ନ ସଭାସମିତିରେ ବିଜେଡି ସରକାରର ଆଭ୍ୟନ୍ତରୀଣ ଦୋଷଦୁର୍ବଳତାକୁ ପଦାରେ ପକାଉଛନ୍ତି । ଯାହା ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗତ କିଛିମାସ ଧରି ସୌମ୍ୟ ନିଜର ରୋକଠୋକ୍ ମନ୍ତବ୍ୟ ଦେଇ ଆସୁଛନ୍ତି । ଦଳରେ ମୁହଁ ଖୋଲିଲେ ବହିଷ୍କୃତ ହେବାକୁ ପଡ଼ୁଛି, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର ସୁଯୋଗ ମନ୍ତ୍ରୀ-ବିଧାୟକମାନେ ପାଉନାହାନ୍ତି, ଏଠି ମନ୍ତ୍ରୀ ନା ସଚିବ ବଡ଼ ଭଳି ନିରାଟ ସତ୍ୟ କଥା କହି ବିଜେଡି ଶାସନର ଆଭ୍ୟନ୍ତରୀଣ ତ୍ରୁଟିକୁ ପଦାରେ ପକାଇଥିଲେ ।  ବିରୋଧୀ ଦଳ ସୌମ୍ୟଙ୍କ ଆଳରେ ବିଜେଡି ସରକାରକୁ ଶାଣିତ ସମାଲୋଚନା କରିବାର ସୁଯୋଗ ପାଇଥିଲେ । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ  ବିରୋଧୀ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ବିଭିନ୍ନ ଆଡ଼ୁ ବଳ ଗୋଟାଉଥିବା କଂଗ୍ରେସର ପରିବର୍ତ୍ତିତ ରଣନୀତି, ଆମ୍ ଆଦମୀ ପାର୍ଟ ଓ ବିଆରଏସ୍ ପାର୍ଟି ଓଡ଼ିଶାରେ ନିଜର କାୟାବିସ୍ତାର କରିବା ସିଧାଳଖ ବିଜେଡିକୁ ଅଡୁଆରେ ପକାଇବ । ଆଉ ଏଭଳି ସ୍ଥିତିରେ ସୌମ୍ୟଙ୍କ ଶାଣିତ ସମାଲୋଚନା ଓ ତାଙ୍କ ମାଲିକାନାରେ ଥିବା ମିଡିଆ ହାଉସ୍ , ବିଜେଡି ସରକାର ପାଇଁ ଢାଲ ନସାଜିବା ପରୋକ୍ଷରେ ବିଜେଡିକୁ ଚିନ୍ତାରେ ପକାଇଛି । ତେଣୁ ଏବେଠୁ ସୌମ୍ୟଙ୍କୁ ମ୍ୟାନେଜ ପାଇଁ ଦଳ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

ତେବେ ଆଜି ସୌମ୍ୟଙ୍କ ମୁହଁରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ଗ୍ୟାସ୍ ଦର ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ଦାୟୀ କରିଛି।ଏହାସହିତ ସୌମ୍ୟ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ନେଇ ତାଙ୍କ କାର୍ଯ୍ୟଶୈଳୀ ଓ ଗରିବମାରଣ ନୀତିକୁ ସମାଲୋଚନା କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେଡିର ମୁଖପାତ୍ରଙ୍କଠୁ ଆରମ୍ଭ କରି ଦଳର ବରିଷ୍ଠ ନେତା, ଏପରିକି ଦଳର ସୁପ୍ରିମୋ ଅଦ୍ୟାବଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ସମାଲୋଚନା କରୁନଥିବା ଦେଖାଯାଇଥିଲା । ଏପରିକି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସଭାସମିତିଠୁ ଆରମ୍ଭ କରି ଦଳୀୟ କାର୍ଯ୍ୟକ୍ରମରେ ସ୍ପଷ୍ଟ ଭାବେ ‘ରାଜ୍ୟ ବିଜେପି’କୁ ସମାଲୋଚନା କରୁଥିଲେ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱଙ୍କ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି। କିନ୍ତୁ ସୌମ୍ୟ କିଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କଲେ ତାହା ଏବେ ବିଜେଡି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ବିଜେଡି ସୂତ୍ର ଅନୁସାରେ, ଗତ କିଛିମାସ ଧରି ଦଳର ପରିଚାଳନାକୁ ନେଇ ଅସନ୍ତୁଷ୍ଟ ଥିବା ସୌମ୍ୟ ଆଜିର ସାମ୍ବାଦିକ ସମ୍ମିଳନୀରେ କ’ଣ କହିବେ ତାହା ପୂର୍ବରୁ ଦଳ ପକ୍ଷରୁ ସ୍ଥିରୀକୃତ ହୋଇଥିଲେ ମଧ୍ୟ ସୌମ୍ୟ ଗ୍ୟାସ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନୀତିକୁ ଦାୟୀ କରିବା ସହ ନିଜ ଆଡ଼ୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ଶାଣିତ ସମାଲୋଚନା କରି ପରୋକ୍ଷରେ ବିଜେଡିକୁ ଅଡ଼ୁଆ ପକାଇଛନ୍ତି ।

ଗତ ୪-୫ଦିନ ପୂର୍ବରୁକଟକ ଲ’ କଲେଜ ବାର୍ଷିକ ଉତ୍ସବରେ ସୌମ୍ୟ ଦେଇଥିବା ବୟାନ ବିଜେଡି ମହଲରେ କମ୍ପନ ସୃଷ୍ଟି କରିଥିବାବେଳେ ତାଙ୍କୁ ଦଳର ବରିଷ୍ଠ ଉପସଭାନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଦଳର ମୁଖପାତ୍ର ଅନୁଭବ ପଟ୍ଟନାୟକ ବ୍ୟକ୍ତିଗତସ୍ତରରେ ଶାଣିତ ସମାଲୋଚନା କରିଥିଲେ ।

ମାତ୍ର ଆଜି ସୌମ୍ୟ କିଭଳି ଦଳ ପାଇଁ ସାମ୍ବାଦିକ ସମ୍ମିଳନୀ କଲେ ଓ ତାଙ୍କ ସହ କେଉଁ ପ୍ରକାର ଡିଲ୍ ହେଲା ତଥା ସେ କିପରି ମ୍ୟାନେଜ୍ ହେଲେ ତାକୁ ନେଇ ସାଧାରଣରେ ନାନାଦି ଚର୍ଚ୍ଚା ଜୋର ଧରିଛି ।

BjD Bjp Narendra Modi Soumya Ranjan Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe