ଭୋଟ ବେଳେ କଂଗ୍ରେସକୁ ମନେପଡ଼ିଲା ସାଂଗଠନିକ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଢଙ୍ଗରେ ଚାଲିଛି। ଏହି ଦୁଇ ନିର୍ବାଚନରେ ଦଳକୁ ସଫଳତା ଦେବା ପାଇଁ କାର୍ଯ୍ୟ କରିବା ପରିବର୍ତ୍ତେ ପ୍ରଦେଶ କଂଗ୍ରେସକୁ ଏବେ ନିଜର ସାଂଗଠନିକ ନିର୍ବାଚନ କଥା ମନେପଡ଼ିଛି । ଆଉ ଦଳ ନିଜର ସାଂଗଠନିକ ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ବ୍ଲକ ଓ ଜିଲ୍ଲା ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଦେବ ବୋଲି […]

Image of Odisha Congress bhawan

Ordigital Desk
  • Published: Saturday, 05 February 2022
  • , Updated: 05 February 2022, 09:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଢଙ୍ଗରେ ଚାଲିଛି। ଏହି ଦୁଇ ନିର୍ବାଚନରେ ଦଳକୁ ସଫଳତା ଦେବା ପାଇଁ କାର୍ଯ୍ୟ କରିବା ପରିବର୍ତ୍ତେ ପ୍ରଦେଶ କଂଗ୍ରେସକୁ ଏବେ ନିଜର ସାଂଗଠନିକ ନିର୍ବାଚନ କଥା ମନେପଡ଼ିଛି । ଆଉ ଦଳ ନିଜର ସାଂଗଠନିକ ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ବ୍ଲକ ଓ ଜିଲ୍ଲା ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଦେବ ବୋଲି ଘୋଷଣା କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ଯଜ୍ଞେଶ୍ୱର ବାବୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କଂଗ୍ରେସର ଆଭ୍ୟନ୍ତରୀଣ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଇତି ମଧ୍ୟରେ ଆରମ୍ଭ ହୋଇଯାଇଛି । କେନ୍ଦ୍ରୀୟ ନିର୍ବାଚନ କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ ସାଂସଦ ମଧୁସୂଦନ ମିସ୍ତ୍ରିଙ୍କୁ ଦଳପକ୍ଷରୁ ନିଯୁକ୍ତି ଦିଆଯାଇଛି । ରାଜ୍ୟସଭା ସାଂସଦ ନିରଜ ଡାଙ୍ଗି ଓଡ଼ିଶା ପ୍ରଦେଶର ପ୍ରଦେଶ ରିଟର୍ଣ୍ଣି ଅଫିସର ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀ ଡାଙ୍ଗି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ ଓ ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ବ୍ଲକ ପାଇଁ ବ୍ଲକ ରିଟର୍ଣ୍ଣିଂ ଅଫିସର ଓ ଜିଲ୍ଲାପାଇଁ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯିବ ।

ରାଜ୍ୟର ସମସ୍ତ ବୁଥ ସ୍ତରରେ ଦୁଇଜଣ (ଜଣେ ପୁରୁଷ ଓ ଜଣେ ମହିଳା) ସଭ୍ୟ ସଂଗ୍ରହକାରୀ ନିଯୁକ୍ତି କରାଯାଇ କଂଗ୍ରେସର ବୁଥସ୍ତରରୁ ସଭ୍ୟ ସଂଗ୍ରହ କରି ସଂଗଠନକୁ ମଜବୁତ କରାଯିବ । ଏହି ପ୍ରକ୍ରିୟାରେ ସଭ୍ୟ ସଂଗ୍ରହକାରୀମାନେ ପ୍ରତି ବୁଥରେ ଶତାଧିକ ସଭ୍ୟ ସଂଗ୍ରହ କରିବେ । କଂଗ୍ରେସ ତରଫରୁ ସଭ୍ୟ ସଂଗ୍ରହ କ୍ଷେତ୍ରରେ ଡିଜିଟାଲ ମାଧ୍ୟମକୁ ଉପଯୋଗ କରିବାର ଥିଲା । କିନ୍ତୁ ରାଜ୍ୟର ସମସ୍ତ ଅଂଚଳରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ନାହିଁ । ତେଣୁ ଉଭୟ ଡିଜିଟାଲ ଓ ଅଫଲାଇନ ବ୍ୟବସ୍ଥା ମାଧ୍ୟମରେ ସଭ୍ୟ ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଚିନ୍ମୟ ସୁନ୍ଦର ଦାସ ଉପସ୍ଥିତ ଥିଲେ ।

Related story