ରାହୁଲଙ୍କ ସଦସ୍ୟତା ରଦ୍ଦ: ବିଧାନସଭାରେ ଝଡ଼, ମାପିଚୁପି କହିଲା ବିଜେଡି

ଆଜି ଅପରାହ୍ନରେ ଗୃହରେ ପଂଚାୟତିରାଜ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି କେନ୍ଦ୍ରର ବିଜେପି ସରକାର ବିରୋଧୀ ସ୍ଲୋଗାନମାନ ଦେଇଥିଲେ ।

Odisha Assembly PhotoOR

ଓଡ଼ିଶା ବିଧାନ ସୌଧ

Ordigital Desk
  • Published: Friday, 24 March 2023
  • Updated: 24 March 2023, 07:58 PM IST

Sports

Latest News

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ଶାସକ ବିଜେଡି ଏହି ପ୍ରସଙ୍ଗରେ ମାପିଚୁପି ବୟାନ ଦେଇଥିବାବେଳେ କଂଗ୍ରେସ ଓ ବିଜେପି ମଧ୍ୟରେ ଗୃହରେ କଥା କଟାକଟି ହୋଇଥିଲା । ଗୃହରେ କଂଗ୍ରେସ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ମୁଲତବୀ ହୋଇଥିଲା ।

ଆଜି ଅପରାହ୍ନରେ ଗୃହରେ ପଂଚାୟତିରାଜ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି କେନ୍ଦ୍ରର ବିଜେପି ସରକାର ବିରୋଧୀ ସ୍ଲୋଗାନମାନ ଦେଇଥିଲେ । ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ଦେଶରେ ଗଣତନ୍ତ୍ର ବୋଲି କିଛି ନାହିଁ । କେନ୍ଦ୍ରର ବିଜେପି ସରକାର ଆଜି ଗଣତନ୍ତ୍ରକୁ ହତ୍ୟା କରିଛି । ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରକୁ ଭୟ ହୋଇଯାଇଛି । ଏକଛତ୍ରବାଦ ଶାସନ ଚଳାଇଛନ୍ତି । ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ଆଜିର କାର୍ଯ୍ୟାନୁଷ୍ଠାନ ଗଣତନ୍ତ୍ରରେ ଶୁଭଙ୍କର ନୁହେଁ । କଟକ ବିଧାୟକ ବି ତଳକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେ କ’ଣ ପଦ ହରାଇଲେ କି? ଓଡ଼ିଶା ସରକାର ଓ ବାଚସ୍ପତି ତାଙ୍କୁ ସମୟ ଦେଲେ । ତାହା ହିଁ ହେଉଛି ଗଣତନ୍ତ୍ର । କିନ୍ତୁ ରାହୁଲଙ୍କ କ୍ଷେତ୍ରରେ କେନ୍ଦ୍ର ସରକାର ଅସହିଷ୍ଣୁ ହୋଇପଡ଼ିଛନ୍ତି । ରାହୁଲ ଗାନ୍ଧିଙ୍କୁ ଉପରକୋର୍ଟରୁ ଆଶ୍ୱସ୍ତି ମିଳିଥାନ୍ତା, କିନ୍ତୁ ସେଥିପାଇଁ ବି ସମୟ ଦିଆଗଲାନି । ଗୃହକୁ ମୁଲତବୀ କରି ଗିଲୋଟିନରେ ବଜେଟ୍ ଖର୍ଚ୍ଚଦାବିକୁ ନେବା ପାଇଁ ସେ ଦାବି କରିଥିଲେ ।

ସେହିପରି କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, ବିଜେପି ଭୟରେ ରାହୁଲ ଗାନ୍ଧିଙ୍କୁ ସଂସଦରୁ ବାହାରେ ରଖିବାକୁ ଚେଷ୍ଟା କରିଛି । କାଳେ ସେ ବିଜେପିର ଅସଲ ମୁଖା ଖୋଲିଦେବେ ସେହି ଭୟ ଏବେ ବିଜେପିକୁ ଘାରିଛି ।

Also Read

କିନ୍ତୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହାକୁ ବିରୋଧ କରି କହିôଥଲେ ଯେ, କଂଗ୍ରେସ ଶାସନ ସମୟରେ ନିୟମ ହୋଇଥିଲା, ଯେଉଁମାନଙ୍କୁ ଦୁଇବର୍ଷ ବା ତା’ଠୁ ଅଧିକ ଦଣ୍ଡାଦେଶ ହେବ ତାଙ୍କ ସଦସ୍ୟତା ରଦ୍ଦ ହେବ । ଏଥିରେ କାହାର କିଛି କରିବାର ନାହିଁ । ସମସ୍ତଙ୍କ ପାଇଁ ନିୟମ ସମାନ । ରାହୁଲ ଗାନ୍ଧି କ’ଣ ଆଇନରେ ଉର୍ଦ୍ଧ୍ୱରେ କି? ରାହୁଲ ଗାନ୍ଧି ଉପରକୋର୍ଟକୁ ଯାଇପାରନ୍ତି, କିନ୍ତୁ ନିୟମ ଅନୁସାରେ ତାଙ୍କ ସଭ୍ୟ ପଦ ରଦ୍ଦ ହୋଇଛି । ନିୟମ ତ ସମସ୍ତଙ୍କ ପାଇଁ ସମାନ । ଗୃହର ସଦସ୍ୟ ନଥିବା ରାହୁଲ ଗାନ୍ଧିଙ୍କୁ ନେଇ ଗୃହ ବନ୍ଦ କରିବାର ଅଧିକାର କଂଗ୍ରେସର ନାହିଁ । ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେପି ସଦସ୍ୟମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

କଂଗ୍ରେସ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ପ୍ରଥମେ ୨୦ମିନିଟ୍ ପରେ ଓ ପରେ ଏକାଧିକଥର ମୁଲତବୀ ରଖିଥିଲେ ।

ଏହି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ତଥା ବିଜେଡି ଉପସଭାପତି ପ୍ରମିଳା ମଲ୍ଲିକ କହିଥିଲେ ଯେ, ଆଇନଗତ ପ୍ରକ୍ରିୟାରେ ରାହୁଲ ଗାନ୍ଧିଙ୍କ ସଭ୍ୟ ପଦ ରଦ୍ଦ ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶକୁ ତ କେହି ଅବମାନନା କରିପାରିବେ ନାହିଁ । କୋର୍ଟଙ୍କ ନିର୍ଦ୍ଦେଶ ପରେ ବାଚସ୍ପତି ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନେଇଛନ୍ତି ।କୋର୍ଟଙ୍କ ନିର୍ଦ୍ଦେଶ ଯାହା ହେବା କଥା ହୋଇଛି । ବିଜେଡି ପାଇଁ ଉଭୟ କଂଗ୍ରେସ ଓ ବିଜେପି ସମାନ । ତେଣୁ ଏହି ପ୍ରସଙ୍ଗରେ ବିଜୁ ଜନତା ଦଳ କୌଣସି ପ୍ରତିକ୍ରିୟା ଦେବା ଉଚିତ୍ ନୁହେଁ । ଆମେ ବିଜୁ ଜନତା ଦଳର ସଦସ୍ୟମାନେ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେବା ଆବଶ୍ୟକ ନାହିଁ ବୋଲି ସେ କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story