ପକ୍କାଘର ଅଯୋଗ୍ୟ ନେଉଛନ୍ତି, ଯୋଗ୍ୟ ପାଉନାହାନ୍ତି, ଲଢ଼େଇ କରିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପକ୍କାଘର ବଣ୍ଟନ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି। ଅଯୋଗ୍ୟ ହିତାଧିକାରୀ ତଥା ବିଜେଡି କର୍ମୀମାନଙ୍କୁ ପକ୍କାଘର ଦିଆଯାଉଛି । ଅଥଚ ଯୋଗ୍ୟ ହିତାଧିକାରୀ ପକ୍କାଘର ଖଣ୍ଡେ ପାଉନାହାନ୍ତି। ତେଣୁ ଶେଷ ଯୋଗ୍ୟ ହିତାଧିକାରୀ ପକ୍କାଘର ନପାଇବା ପର୍ଯ୍ୟନ୍ତ ବିଜେପି ତା’ର ଲଢ଼େଇ ଜାରି ରଖିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲା ଗସ୍ତ କରି ସରଜମିନ୍ ଯାଂଚ କରି […]

bjp

bjp

Ordigital Desk
  • Published: Thursday, 05 August 2021
  • Updated: 05 August 2021, 09:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପକ୍କାଘର ବଣ୍ଟନ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି। ଅଯୋଗ୍ୟ ହିତାଧିକାରୀ ତଥା ବିଜେଡି କର୍ମୀମାନଙ୍କୁ ପକ୍କାଘର ଦିଆଯାଉଛି । ଅଥଚ ଯୋଗ୍ୟ ହିତାଧିକାରୀ ପକ୍କାଘର ଖଣ୍ଡେ ପାଉନାହାନ୍ତି। ତେଣୁ ଶେଷ ଯୋଗ୍ୟ ହିତାଧିକାରୀ ପକ୍କାଘର ନପାଇବା ପର୍ଯ୍ୟନ୍ତ ବିଜେପି ତା’ର ଲଢ଼େଇ ଜାରି ରଖିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି।
ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲା ଗସ୍ତ କରି ସରଜମିନ୍ ଯାଂଚ କରି ଫେରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ,  ଗାଁ ଗହଳିରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉଠାଉଥିବା ଲୋକଙ୍କୁ ଅମାନୁଷିକ ଭାବେ ରାତି ଅଧରେ ପୁଲିସ ଗିରଫ କରୁଛି।

୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି। ଏହି ଯୋଜନାରେ ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ପକ୍କା ଘର ଆସିଛି। କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି। ଯୋଗ୍ୟ ହିତାଧିକାରୀମାନେ ଘର ଖଣ୍ଡେ ପାଇବାରୁ ବଂଚିତ ରହିଛନ୍ତି । ଏହାକୁ ବିରୋଧ କରିବାରୁ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କୁବେରା ଗ୍ରାମପଂଚାୟତରେ ସରକାରୀ କଳକୁ ଲଗାଇ ଶାସକ ବିଜେଡି ଗରିବ ହିତାଧିକାରୀଙ୍କ ଉପରେ ଆକ୍ରମଣ କରିଛିା ପୁଲିସ ମଧ୍ୟ ଏଥିରେ ସାମିଲ ହୋଇ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉଠାଉଥିବା ଲୋକଙ୍କୁ ଅମାନୁଷିକ ଭାବେ ରାତି ଅଧରେ ଗିରଫ କରିଛି । କୁବେରା ପଂଚାୟତର ଅନେକ ଲୋକ ପକ୍କାଘର ପାଇବାରୁ ବଂଚିତ ଅଛନ୍ତି। ଭଣ୍ଡାରିପୋଖରୀରେ ମଧ୍ୟ ୮ଟି ପରିବାରକୁ ପକ୍କା ଘର ମିଳିନାହିଁ। ଏ ବାବଦରେ ପ୍ରଶାସନ ପାଖରେ ଗୁହାରୀ ଜଣାଇଲେ ବି କିଛି ଫଳପ୍ରଦ ହେଉନାହିଁ ।

ପକ୍କାଘର ବଂଟନରେ ଅନିୟମିୟତା କରିଥିବା ସରକାରୀ ବାବୁଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଏହା ବିରୁଦ୍ଧରେ ବିଜେପି କାର୍ଯ୍ୟକର୍ତ୍ତାମାନେ ପ୍ରତିରୋଧ କଲେ ପୁଲିସ ନାଲିଆଖି ଦେଖାଉଛି। ଗୋଟିଏ ଘରେ ମଣିଷ ଓ ଗୃହପାଳିତ ପଶୁ ଏକାଠି ରହୁଛନ୍ତି । କଚ୍ଚାଘରେ ଲୋକ ପାଲ ଟାଣି ରହୁଛନ୍ତି । କିନ୍ତୁ ଅଯୋଗ୍ୟ ହିତାଧିକାରୀ, ଧନୀ ଶ୍ରେଣୀ ଏବଂ ବିଜେଡି କର୍ମୀମାନଙ୍କୁ ପକ୍କା ଘର ବଂଟନ କରାଯାଇଛି । ଆବାସ ଯୋଜନାରେ ମହାଦୁର୍ନୀତି ହୋଇଛି ବୋଲି କେନ୍ଦ୍ରୀୟ ଟିମ୍ ଜଣାଇବା ପରେ ବି ରାଜ୍ୟ ସରକାର କାହିଁକି ପକ୍କାଘର ବଂଟନ କେଳେଙ୍କାରୀରେ ସାମିଲ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି । ଗତ ନିର୍ବାଚନରେ ରାଜ୍ୟ ସରକାର ପିଠା ଯୋଜନା କରିଥିଲେ ।

ସେହି ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଆଜି ଯାଏଁ ପକ୍କା ଘର ମିଲିଲା ନାହିଁ । ପକ୍କା ଘର ବଂଟନରେ ୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ବିଜେପି ପୂର୍ବରୁ ଅଭିଯୋଗ କରିଥିଲା । ଜଣେ ବି ଅଯୋଗ୍ୟ ହିତାଧିକାରୀକୁ ପକ୍କା ଘର ନଦିଆଯାଉା ଯେଉଁ ଅଧିକାରୀ ଏହି ଦୁର୍ନୀତିରେ ସିଧାସଳଖ ସମ୍ପୃକ୍ତ, ତାଙ୍କ ଉପରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିବା ସହ ଶେଷ ଯୋଗ୍ୟ ହିତାଧିକାରୀ ଘର ନପାଇବା ଯାଏଁ ବିଜେପି ଲଢେଇ ଜାରି ରଖିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story