ବିଜେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ହେଲେ ରାଜ୍ୟସଭା ନେତା। ଆଜି ସଂସଦର ଉପର ଗୃହର ନେତା ଭାବେ ଜେପି ନଡ୍ଡାଙ୍କୁ ନିର୍ବାଚିତ କରାଯାଇଛି।
ବିଜେପି ସରକାରର ତୃତୀୟ ପାଳିର କ୍ୟାବିନେଟରେ ନଡ୍ଡାଙ୍କୁ ମନ୍ତ୍ରୀ ପଦ ମିଳିଛି। ଚଳିତ ମାସ ପ୍ରାରମ୍ଭରେ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ବ୍ୟତୀତ ତାଙ୍କୁ ରସାୟନ ଓ ସାର ମନ୍ତ୍ରଣାଳୟ ଦାୟିତ୍ୱ ମଧ୍ୟ ଦିଆଯାଇଛି।
Also Read
ବର୍ତ୍ତମାନ ସେ ରାଜ୍ୟସଭାର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ପିୟୂସ ଗୋଏଲଙ୍କ ସ୍ଥାନରେ ରାଜ୍ୟସଭାର ନେତା ଭାବେ ନଡ୍ଡାଙ୍କୁ ନିର୍ବାଚିତ କରାଯାଇଛି।
ସେପଟେ ଆଜିଠୁ ଲୋକସଭା ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ସାଂସଦମାନେ ଶପଥ ଗ୍ରହଣ କରିଛନ୍ତି। ଭର୍ତ୍ତୃହରି ମହତାବ କାମଚଳା ବାଚସ୍ପତି ଭାବେ ଶପଥ ନେବା ପରେ ଅନ୍ୟ ସାଂସଦମାନେ ଶପଥପାଠ କରିଛନ୍ତି। ଏହି ଅବସରରେ ୧୮ତମ ଲୋକସଭାକୁ ଏକ ଭଲ ସଙ୍କେତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଗଞ୍ଜାମ ବିଜେଡିରେ ତାଳିପକା ଉଦ୍ୟମ, ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିଲାନି ବିବାଦ
ଗଞ୍ଜାମ ବିଜେଡି ଗୋଷ୍ଠୀକନ୍ଦଳରେ ପଡ଼ିପାରିଲାନି ପୂର୍ଣ୍ଣଚ୍ଛେଦ। ଶଙ୍ଖ ଭବନରେ ବୈଠକ, ଦେବୀ ମିଶ୍ରଙ୍କ ତାଳିପକା ଉଦ୍ୟମ, ନବୀନଙ୍କ ଆଶ୍ୱାସନା ସବୁ ବିଫଳ।
Politics
ଦରଦାମ ବୃଦ୍ଧି ଆଳରେ ସଚିବାଳୟ ଘେରିବ ବିଜେଡି, ୨୦ଦିନ ଆଗରୁ କଲା ଘୋଷଣା
ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଚନ୍ତି ଯେ, ନୂଆବର୍ଷରେ ଜାନୁୟାରୀ ୬ତାରିଖରେ ଦରଦାମ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ ଆନ୍ଦୋଳନ କରାଯିବ । ସାଧାରଣ ଲୋକେ ଦରଦାମ ବୃଦ୍ଧିରେ ଅତିଷ୍ଠ ହେଲେଣି ।
Politics
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଜେପିସି: ୩୧ ସାଂସଦଙ୍କ ମଧ୍ୟରେ ପ୍ରିୟଙ୍କା, ସମ୍ବିତ ଓ ଭର୍ତ୍ତୃହରି
ଏନସିପି ସାଂସଦ ସୁପ୍ରିୟା ସୁଲେ ଓ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ କମିଟିରେ ରହିଛନ୍ତି।
Politics
ବିଷ୍ଣୁପଦଙ୍କ ହାତ ଛାଡ଼ିଦେଲେ ସରକାର! ଏବେ ସିବିଆଇ ଆକ୍ସନ ଉପରେ ନଜର
ବିଷ୍ଣୁପଦଙ୍କ ହାତରେ ଥିବା ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗ କାଢ଼ିନେଇଛନ୍ତି ସରକାର। ତାଙ୍କ ବିରୋଧରେ ଆଉ କିଛି କାର୍ଯ୍ୟାନୁଷ୍ଠାନ ନେବେ କି? ଆରମ୍ଭ ହେବ କି ବିଭାଗୀୟ ପ୍ରୋସିଡିଂ?
Politics
ଶ୍ୱଶୁରଙ୍କ ଋଣ ଶୁଝୁଛନ୍ତି, ଦିଲ୍ଲୀରେ ବାଂଟିଲେ ଚିଲିକା ଚିଙ୍ଗୁଡ଼ି
ଆଇପିଏସ୍ ଶ୍ୱଶୁରଙ୍କ କେନ୍ଦ୍ରରେ ନିଯୁକ୍ତି ଖୁସିରେ ଦିଲ୍ଲୀ ଦରବାରରେ କୁଆଡ଼େ ଚିଲିକା ଚିଙ୍ଗୁଡ଼ି ବାଣ୍ଟିଛନ୍ତି। ଦିଲ୍ଲୀରେ କିଛି ବିଜେପି ନେତାଙ୍କ ଘରେ ବି ଏହି ଚିଙ୍ଗୁଡ଼ି ବଂଟାଯାଇଥିବା ଚର୍ଚ୍ଚା ହେଉଛି।