Advertisment

‘ଓଡ଼ିଶାରେ ୫୧% ଭୋଟ ସହ କ୍ଷମତାକୁ ଆସିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନିର୍ବାଚନରେ ବିଜେପି ୫୧% ଭୋଟ୍ ସହ କ୍ଷମତାକୁ ଆସିବ ଓ ନିଶ୍ଚିତ ଭାବେ ଓଡ଼ିଶାରେ ସରକାର ଗଢ଼ିବ ବୋଲି ବିଜେପିର ସହପ୍ରଭାରୀ ବିଜୟ ପାଲ୍ ସିଂ ତୋମାର କହିଛନ୍ତି। ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ସହପ୍ରଭାରୀ ଶ୍ରୀ ତୋମାର କହିଛନ୍ତି ଯେ , ୧୮କୋଟି ସଦସ୍ୟଙ୍କୁ ନେଇ ବିଜେପି ବିଶ୍ୱର ସବୁଠୁ ବଡ଼ ଦଳ ଭାବେ ଛିଡ଼ା ହୋଇଛି। ଏଠି ସାଧାରଣ କର୍ମକର୍ତ୍ତା ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ […]

ଅଦ୍ୟତନ ହୋଇଛି
‘ଓଡ଼ିଶାରେ ୫୧% ଭୋଟ ସହ କ୍ଷମତାକୁ ଆସିବ’

bjp

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନିର୍ବାଚନରେ ବିଜେପି ୫୧% ଭୋଟ୍ ସହ କ୍ଷମତାକୁ ଆସିବ ଓ ନିଶ୍ଚିତ ଭାବେ ଓଡ଼ିଶାରେ ସରକାର ଗଢ଼ିବ ବୋଲି ବିଜେପିର ସହପ୍ରଭାରୀ ବିଜୟ ପାଲ୍ ସିଂ ତୋମାର କହିଛନ୍ତି।

Advertisment

୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ସହପ୍ରଭାରୀ ଶ୍ରୀ ତୋମାର କହିଛନ୍ତି ଯେ , ୧୮କୋଟି ସଦସ୍ୟଙ୍କୁ ନେଇ ବିଜେପି ବିଶ୍ୱର ସବୁଠୁ ବଡ଼ ଦଳ ଭାବେ ଛିଡ଼ା ହୋଇଛି। ଏଠି ସାଧାରଣ କର୍ମକର୍ତ୍ତା ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଓ ସବକା ସାଥ ସବକା ବିକାଶ ନୀତି ଦ୍ୱାରା ବିଜେପି ସାରା ଦେଶରେ ବିଶ୍ୱାସଭାଜନ ହୋଇପାରିଛି। ଓଡ଼ିଶାରେ ବିଜେପି ନିଜର ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବା କାର୍ଯ୍ୟରେ ଲାଗିଛି। ମାହାଙ୍ଗାରେ ବିଜେପି ନେତା କୁଳମଣୀ ବରାଳଙ୍କୁ ରାଜନୀତିକ ଉଦ୍ଦେଶ୍ୟ ରଖି ହତ୍ୟା କରାଯାଇଛି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ବିଜେପି ନେତାଙ୍କୁ ହତ୍ୟା କରାଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ବିରୋଧୀଙ୍କୁ ଭୟଭୀତ କରାଇବା ପାଇଁ ପଶ୍ଚିମବଙ୍ଗ ପରି ଓଡ଼ିଶାରେ ବିଜେପି ନେତାଙ୍କୁ ହତ୍ୟା କରାଯାଉଛି। ଆମେ ହିଂସା ଓ ହତ୍ୟାରେ ଭୟଭୀତ ହେବୁ ନାହିଁ।

ଗତ କିଛିଦିନ ମଧ୍ୟରେ ହୋଇଥିବା ନିର୍ବାଚନ ଓ ଉପନିର୍ବାଚନରେ ବିଜେପି ଦେଶରେ ବିଭିନ୍ନ ସ୍ଥାନରେ ବାଜିମାତ୍ କରିଛି। ତେଲେଙ୍ଗାନା ଉପନିର୍ବାଚନ, ଗ୍ରେଟର ହାଇଦ୍ରାବାଦ ମ୍ୟୁନିସପାଲ କର୍ପୋରେସନ୍ ନିର୍ବାଚନ, ଜାମ୍ମୁ କାଶ୍ମୀର ଡିସିସି ନିର୍ବାଚନ, ରାଜସ୍ଥାନର ପଂଚାୟତ ନିର୍ବାଚନ, ଗୁଜୁରାଟ ଓ ଉତ୍ତରପ୍ରଦେଶ, ବିହାର ବିଧାନସଭା ନିର୍ବାଚନରେ ବିଜେପିକୁ ସାଧାରଣ ଜନତା ଆଶୀର୍ବାଦ କରିଛନ୍ତି।

Advertisment

ସେ କହିଥିଲେ ଯେ ଦେଶର ୯୫ ପ୍ରତିଶତ ଚାଷୀ ନୂଆ କୃଷି ଆଇନକୁ ସମର୍ଥନ କରୁଛନ୍ତି। ବିଗତ ୧୫ବର୍ଷରେ କଂଗ୍ରେସର ୧୦ମୁଖ୍ୟମନ୍ତ୍ରୀ ଓ ୧୨ଟି ଏକ୍ସପର୍ଟ କମିଟି କୃଷି ବିଲରେ ସୁଧାର ଆଣିବା ଲାଗି ସୁପାରିସ କରିଥିଲେ। ୬୦ବର୍ଷ ଧରି କଂଗ୍ରେସ ସରକାର ୫୪ପ୍ରତିଶତ ଜମିରେ ଜଳସେଚନ ବ୍ୟବସ୍ଥା କରିପାରିନାହିଁ। ଶୀତଳ ଭଣ୍ଡାରରେ ନଥିବାରୁ ଦେଶରେ ୨୫ ପ୍ରତିଶତ ଖାଦ୍ୟଶସ୍ୟ ନଷ୍ଟ ହେଉଛି। କେବଳ ଦେଶବାସୀଙ୍କୁ ଭ୍ରମିତ କରିବା ପାଇଁ ପୂର୍ବରୁ ସିଏଏ ଓ ଏବେ କୃଷକ ଆଇନକୁ ବିରୋଧ କରି କଂଗ୍ରେସ ଆନ୍ଦୋଳନ କରୁଛି ବୋଲି ତୋମାର କହିଛନ୍ତି।

ଅଧିକ ପଢ଼ନ୍ତୁ : ସରକାର ଦୁର୍ନୀତିରେ ବୁଡ଼ି ରହିଛି: ଡି. ପୁରନ୍ଦେଶ୍ୱରୀ

ଶ୍ରୀ ତୋମାର ଓଡ଼ିଶା ଗସ୍ତରେ ଥିବା ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଆଜି ରାତିରେ ଭୁବନେଶ୍ୱରରେ ପହଂଚିଛନ୍ତି।

BjD State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe