Baijayant Panda
ନବୀନ ପଟ୍ଟନାୟକଙ୍କ ସହିତ ଏଥର ମୁହାଁମୁହିଁ ଲଢ଼େଇ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି, ଓଡ଼ିଶାକୁ ନେଇ ବିଜେପି ନେତୃତ୍ୱଙ୍କ ଆଭିମୁଖ୍ୟ ଆଗରୁ ହିଁ ସ୍ପଷ୍ଟ ଥିଲା। ମିଡିଆ ଓ ଅନ୍ୟ ବାଟ ଜରିଆରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା ବିଜେଡି। ଏବେ ଯେଉଁ ମୁହାଁମୁହିଁ ଲଢ଼େଇ ହେବ, ତାର ଫଳାଫଳ କ’ଣ ହେବ, ତାହା ସମସ୍ତେ ଜାଣିଛନ୍ତି।
ବୈଜୟନ୍ତ ପଣ୍ଡା କହିଛନ୍ତି, ଏଠାରେ ସରକାର ବିରୋଧୀ ହାୱା ଅଛି। ବିଜେପିର ଲୋକପ୍ରିୟତା ବଢ଼ିଛି। ଆମ ତରଫରୁ ପ୍ରଚଣ୍ଡ ପ୍ରଚାର ହେବ। ଏଠାକୁ ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରମୁଖ ଆସିବେ। କିନ୍ତୁ ଏଠି ତ ଭର୍ଚୁଆଲ ଓ ଏଆଇ ପ୍ରଚାର ଚାଲିଛି। ଏଠାକାର ଶାସକ ଦଳର ନେତା ଆପଣଙ୍କ ସାମ୍ନାରେ ବାଇଟ୍ ଦେଉନାହାନ୍ତି। ସେହି ବାଇଟ୍ କମ୍ପ୍ୟୁଟରରେ ତିଆରି ହୋଇଛି। ତା’ତୁଳନାରେ ଆମର ଯେମିତି ପ୍ରଚାର ହେବ, ତାର ଫାଇଦା ମିଳିବ। ବାତାବରଣ ଏବେ ବିଜେପି ସପକ୍ଷରେ ଅଛି। ଆଗାମୀ ୪୦-୪୨ ଦିନରେ ଏହା ଆହୁରି ବଢ଼ିଆ ମାହୋଲ ସୃଷ୍ଟି କରିବ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1713613342.jpg)