Advertisment

ଶ୍ରଦ୍ଧା କିଏ? ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଭାଟିକାନ ଯାଇଥିବା ବେଳେ ଶ୍ରଦ୍ଧା ମଧ୍ୟ ତାଙ୍କ ସହିତ ଯାଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
undefined

CM Naveen Patnaik

ଶ୍ରଦ୍ଧା କିଏ, ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ସମ୍ପର୍କ କ’ଣ ଓ ସେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ସହ ରୋମ୍ ଯାଇଥିଲେ ସେ ନେଇ ବିରୋଧୀ ଦଳ ପକ୍ଷରୁ ହେଉଥିବା ତୁମ୍ବିତୋଫାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁହଁ ଖୋଲିଛନ୍ତି। ବିଶେଷ କରି ବିଜେପି ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚରା ଯାଇଥିଲା। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଏନେଇ ବିବୃତି ଦେଇଛନ୍ତି।

Advertisment

ଆଜି ବିଧାନସଭା ମୌସୁମୀ ଅଧିବେଶନର ଶେଷଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି,  ଶ୍ରଦ୍ଧା ହେଉଛନ୍ତି ମୋ ଫିଜିଓ ଥେରାପିଷ୍ଟ। ମୋ ଭଉଣୀ ଗୀତା ମେହଟ୍ଟା ତାଙ୍କୁ ପଠାଇଥିଲେ। ମୋ ଫିଜିକାଲ୍ ଫିଟ୍‌ନେସ୍‌ ପାଇଁ ମୋ ଭଉଣୀ ତାଙ୍କୁ ପଠାଇଥିଲେ।

CMମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ମଝିରେ ଛିଡ଼ା ହୋଇଥିବା ମହିଳା ଜଣଙ୍କ ହେଉଛନ୍ତି ଶ୍ରଦ୍ଧା (ଫାଇଲ ଫଟୋ)
Advertisment

ଶ୍ରଦ୍ଧା ଙ୍କୁ ଭୁବନେଶ୍ୱରରେ ଏକ ସରକାରୀ ଘର ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି। ଶ୍ରଦ୍ଧାଙ୍କୁ ସରକାରୀ ଘର ଦିଆଯାଇ ନାହିଁ ବୋଲି ସେ କହିଛନ୍ତି। ସେହିପରି ତାଙ୍କୁ ସରକାରଙ୍କ ପକ୍ଷରୁ କୌଣସି ଟ୍ରାଭେଲ ବିଲ୍ ବି ଦିଆଯାଇନାହିଁ। ଶ୍ରଦ୍ଧା ସରକାରୀ ଅର୍ଥରେ ଭାଟିକାନ ସିଟି ଯାଇ ନଥିଲେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭାଟିକାନ ଯାଇଥିବା ବେଳେ ସେଠାରେ ମଧ୍ୟ ଉପସ୍ଥିତ ଥିଲେ ଶ୍ରଦ୍ଧା।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପ୍ରତିକ୍ରିୟା ଦେଇଛନ୍ତି ଜୟନାରାୟଣ ମିଶ୍ର। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିବୃତି ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି ଭଳି। ଗୀତା ମେହେଟ୍ଟାଙ୍କୁ ଏକଥା ପଚାରିବାକୁ ଆମେ କଣ ସ୍ୱର୍ଗକୁ ଯିବୁ। ଓଡ଼ିଶାରେ କ’ଣ ଫିଜିଓ ଥେରାପିଷ୍ଟ ନାହାନ୍ତି ଯେ ଗୋଆରୁ ଆଣିଛନ୍ତି।ମୁଖ୍ୟମନ୍ତ୍ରୀ ଆମକୁ ଠକିବାକୁ ଚେଷ୍ଟା କରିଛନ୍ତି। ‘ମୁଖ୍ୟମନ୍ତ୍ରୀଙ୍କଠାରୁ ବଡ଼ ଜନବିରୋଧୀ ଆଉ କିଏ ଅଛି। 

ସୂଚନାଯୋଗ୍ୟ, ଶ୍ରଦ୍ଧା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ହଟ୍ଟଗୋଳ କରିବା ସହ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣା ଦେଇ ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରଦ୍ଧାଙ୍କ ସମ୍ପର୍କ କ’ଣ ଓ ସେ କାହିଁକି ଭାଟିକାନ ସିଟି ଯାଇଥିଲେ ବୋଲି ପ୍ରଶ୍ନ କରିଥିଲେ । ଶ୍ରଦ୍ଧା ସମ୍ପର୍କିତ ଚର୍ଚ୍ଚାକୁ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହ ବିବରଣୀରୁ ବାଦ୍ ଦେବା ସହ ଏ ସମ୍ପର୍କରେ ତଥ୍ୟ ପ୍ରକାଶିତ ନକରିବା ଉପରେ କଟକଣା ଜାରି କରିଥିଲେ । ତେବେ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ନେଇ ଗୃହ ବାହାରେ ନିଜର ପ୍ରତିବାଦ ଓ ସ୍ୱର ଶାଣିତ କରିଥିଲେ ।

Naveen Patnaik Shradha