Advertisment

Nitin Nabin: କାହିଁକି ନୀତୀନ ନବୀନଙ୍କୁ ସଭାପତି ବଦଳରେ କାର୍ଯ୍ୟକାରୀ ସଭାପତି କଲା ବିଜେପି?

ଦୀର୍ଘ ୨ ବର୍ଷ ଧରି ପୂର୍ଣ୍ଣକାଳୀନ ବିଜେପି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇପାରି ନାହିଁ। ଜେପି ନଡ୍ଡା ଏବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାମ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୨୪ ଜୁନ ମାସ ଯାଏ ବୃଦ୍ଧି କରାଯାଇଥିଲା।

Nitin-Nabin

ଦଳୀୟ ନେତାଙ୍କ ସହ ନୀତୀନ ନବୀନ

Advertisment

ବିହାରର ସଡ଼କ ନିର୍ମାଣ ମନ୍ତ୍ରୀ ନୀତୀନ ନବୀନ ସୋମବାର ବିଜେପିର ଜାତୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିବା କ୍ଷଣି ବିଜେପି କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦିନକ ତଳେ ତାଙ୍କୁ ବିଜେପି ପକ୍ଷରୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଥିଲା। କିନ୍ତୁ କାହିଁକି ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ବଦଳରେ ନବୀନଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଗଲା? କାର୍ଯ୍ୟକାରୀ ସଭାପତି ହେଉଛି ଗୋଟିଏ ଅନ୍ତରୀଣ ଦାୟିତ୍ୱ। 

Advertisment

ଦୀର୍ଘ ୨ ବର୍ଷ ଧରି ପୂର୍ଣ୍ଣକାଳୀନ ବିଜେପି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇପାରି ନାହିଁ। ଜେପି ନଡ୍ଡା ଏବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାମ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୨୪ ଜୁନ ମାସ ଯାଏ ବୃଦ୍ଧି କରାଯାଇଥିଲା। ସେବେଠାରୁ ସେ ଏହି ପଦରେ ରହିଛନ୍ତି। ବଡ଼ ନିର୍ବାଚନ ପୂର୍ବରୁ ବିଜେପି କୌଣସି ପରୀକ୍ଷା ନୀରିକ୍ଷା କରିବାକୁ ଚାହୁଁ ନଥିବାରୁ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲା। 

ଲୋକସଭା ନିର୍ବାଚନ ପରେ ନଡ୍ଡା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିଲେ। ଏହାର ଅର୍ଥ ଏବେ ସେ ଦୁଇଟି ପଦରେ ରହିଛନ୍ତି। ଜଣେ ବ୍ୟକ୍ତି ଦୁଇଟି ବଡ଼ ଦାୟିତ୍ୱରେ ରହିବାକୁ ବିଜେପି ସବୁବେଳେ ବିରୋଧ କରି ଆସିଛି। ଜଣେ ବ୍ୟକ୍ତି, ଗୋଟିଏ ପଦ ନିୟମ ବିଜେପି ପାଳନ କରୁଥିବା କହି ଆସୁଛି। ତଥାପି ନୀତୀନ ନବୀନଙ୍କୁ ସିଧା ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବା ବଦଳରେ ଦଳ କାହିଁକି କାର୍ଯ୍ୟକାରୀ ଅଧ୍ୟକ୍ଷ କଲା? 

Advertisment

ବିଜେପି(Bjp)ର ସମ୍ବିଧାନ ଅନୁସାରେ, ଦଳର ଜାତୀୟ ସଭାପତି ନିର୍ବାଚନ ଜରିଆରେ ନିଯୁକ୍ତ ହୋଇ ଥାଆନ୍ତି। ଏହି ପଦ ପାଇଁ କାହାକୁ ମନୋନୀତ କରାଯାଏ ନାହିଁ। ତେଣୁ ଦଳ ଜାନୁଆରୀ ୧୪ ପରେ ନଡ୍ଡାଙ୍କ ଉତ୍ତରାଧିକାରୀ ବାଛିବାକୁ ନିର୍ବାଚନ କରିବ। ଏବେ ନୀତୀନ ନବୀନ ଏହି ପଦ ପାଇଁ ସବୁଠାରୁ ଆଗରେ ରହିଛନ୍ତି। ଜାନୁଆରୀରେ ହେବାକୁ ଥିବା ଦଳୀୟ ନିର୍ବାଚନ ଜିତିଲେ ନବୀନ ବିଜେପିର ରାଷ୍ଟ୍ରୀୟ ଅଧ୍ୟ ହେବେ। 

ରିପୋର୍ଟ ଅନୁସାରେ, ଲୋକସଭା ନିର୍ବାଚନ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟ ଗୁଡ଼ିକର ସଭାପତି, ରାଜ୍ୟ ପ୍ରଭାରୀ ଓ ଜାତୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଗୋଟିଏ ବୈଠକ କରିବାକୁ ଯୋଜନା କରିଥିଲା। ସେମାନେ ଅଗଷ୍ଟ ମାସରେ ଦିଲ୍ଲୀରେ ଏକାଠି ମଧ୍ୟ ହୋଇଥିଲେ। କିନ୍ତୁ ସେତେବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ନିଷ୍ପତ୍ତିରେ ମୋହର ବାଜି ପାରି ନଥିଲା। 

ନିର୍ବାଚନ ବିଳମ୍ବିତ ହୋଇଥିବା ବେଳେ ଏବେ ପୁଣି ସେହି ପ୍ରକ୍ରିୟା ଆରମ୍ଭ ହୋଇଛି। ନୀତୀନ ନବୀନଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଛି। ହେଲେ ବିଜେପି ଇତିହାସରେ ଜଣେ ଦଳୀୟ ନେତାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିବା ପ୍ରଥମ ଘଟଣା ନୁହେଁ। ୨୦୧୯ ଜୁନ ମାସରେ ଜେପି ନଡ୍ଡାଙ୍କୁ ପ୍ରଥମେ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଥିଲା। ଏହାର ପ୍ରାୟ ୬ ମାସ ପରେ ୨୦୨୦ ଜାନୁଆରୀ ୨୦ରେ ସେ ସର୍ବସମ୍ମତିକ୍ରମେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ଅମିତ ଶାହଙ୍କ ଠାରୁ ସେ ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ। ସେବେଠାରୁ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାମ କରୁଛନ୍ତି। 

ସେହି ଆଧାରରେ ନବୀନ ପ୍ରଥମେ କାର୍ଯ୍ୟକାରୀ ଅଧ୍ୟକ୍ଷ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ ବୋଲି କୁହାଯାଉଛି। ଏବେ ବିଜେପି ପୂର୍ଣ୍ଣକାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ବଦଳରେ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି କରିବାର ଅନ୍ୟତମ କାରଣ ହେଉଛି ଖାର ମାସ ବା ପୁଷ ମାସ।

ଆସନ୍ତାକାଲି ଠାରୁ ଖାର ମାସ ଆରମ୍ଭ ହେଉଛି। ଏହାକୁ ହିନ୍ଦୁ ପରମ୍ପରା ଅନୁସାରେ ଅଶୁଭ ମାସ ବୋଲି କୁହାଯାଏ। ଏହି ମାସରେ କୌଣସି ଶୁଭ କାମ କରାଯାଏ ନାହିଁ। ଚଳିତ ବର୍ଷ ଜାନୁଆରୀ ୧୪ ଅର୍ଥାତ ମକର ସଂକ୍ରାନ୍ତରେ ଖାର ମାସ ଶେଷ ହେବ। ଏହାପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରିବ। 

ବିଜେପି ପୂର୍ବରୁ ହିଁ ୩୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ୩୦ଟି ସ୍ଥାନରେ ସାଂଗଠନିକ ନିର୍ବାଚନ ଶେଷ କରି ସାରିଛି। ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଅତି କମରେ ଅଧା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସାଂଗଠନିକ ନିର୍ବାଚନ ଶେଷ ହେବା ଜରୁରୀ। ସେହି ଆଧାରରେ ବିଜେପି ସବୁ କାମ କରିଛି। 

ଜାନୁଆରୀ ୧୪ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ପ୍ରାୟ ୪ ଦିନ ଚାଲିବ। ଏହାପରେ ନୀତୀନ ନବୀନ ବିଧିବଦ୍ଧ ଭାବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନଡ୍ଡାଙ୍କ ଠାରୁ ଦାୟିତ୍ୱ ନେବେ। 

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe