/odisha-reporter/media/media_files/2026/02/24/bjd-2026-02-24-12-44-26.jpg)
ନବୀନ ବାବୁଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଏବେ ଭାରି ଚର୍ଚ୍ଚାରେ। ବିଜେଡି ତାଙ୍କୁ ରାଜ୍ୟସଭା ପଠାଉଛି ବୋଲି ଚର୍ଚ୍ଚା ହେଉଛି। ବିଜେଡିର ବିଧାୟକମାନେ ଇଛା ନଥିଲେ ବି କହୁଛନ୍ତି ତାଙ୍କରି ନାଁ।ଏପରିକି ଚର୍ଚ୍ଚା ହେଉଛି ଯେ, ସଂତୃପ୍ତ ବାବୁ ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ମନାଇବା କାମ ବି ଆରମ୍ଭ କରିଦେଲେଣି। ସେ ରାଜା ସ୍ବାଇଁ ହୁଅନ୍ତୁ ଅବା ପ୍ରଭାତ ତ୍ରିପାଠୀ। ପ୍ରଭାତଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ ବିଜେଡିରେ ବିଧାୟକ ଅଛନ୍ତି । ପ୍ରକାଶ ପାଇଥିବା ଛାତ୍ର ଯୁବ ତାଲିକାରେତାଙ୍କ ଲୋକଙ୍କୁ ସ୍ଥାନ ମିଳିନଥିବା ଯୋଗୁଁ ସେ ବେଶ ଅସନ୍ତୁଷ୍ଟ ଥିଲେ। ଏବେ ଆସନ୍ତୁ ଏକ ନଜର ପକାଇବା 2024ରେ ନିର୍ବାଚନ ଲଢିନଥିବା, ବର୍ଷ ବର୍ଷ ଧରି ଦଳରୁ କିଛି ପାଇବା ଆଶା ରଖିଥିବା ନେତାଙ୍କ ଉପରେ।
ଲେନିନ୍ ମହାନ୍ତି: ବିଜେଡି ମୁଖପାତ୍ର। ବର୍ଷ ବର୍ଷ ଧରି ଲେନିନ୍ ବାବୁ ଦଳକୁ ଡିଫେଣ୍ଡ କରି ଆସିଛନ୍ତି। ଦଳରେ ଯେତେବଡ଼ କ୍ରାଇସିସ୍ ହେଉନା କାହିଁକି ଲେନିନ୍ ବାବୁ ପ୍ରେସମିଟ କରି ଦଳକୁ ରକ୍ଷା କରିଛନ୍ତି। ଦିନେ ସସ୍ମିତ ପାତ୍ର ବି ଦଳକୁ ଏବଂ ଦଳୀୟ ନୀତିକୁ ଡିଫେଣ୍ଡକରି କରି ରାଜ୍ୟସଭାକୁ ଯାଇଥିଲେ। ଥରେ ନୁହେଁ ଦୁଇ ଦୁଇଥର। ସସ୍ମିତ ବାବୁ ସରକାରରେ ଦଳ ଥିବା ବେଳେ ଡିଫେଣ୍ଡ କରୁଥିଲେ। ଲେନିନ୍ ବାବୁ ଦଳ ସରକାରରେ ନଥାଇ ଏବଂ ଯେତେବେଳେ ଦଳ ଏତେ ନିନ୍ଦା ଅପବାଦ ନିଜ ଲୋକଙ୍କଠାରୁ ସହୁଛି ସେତେବେଳେ ବି ଦଳକୁ ଡିଫେଣ୍ଡ କରୁଛନ୍ତି। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ନିଶ୍ଚିତ ଭାବେ ଯୋଗ୍ୟ ନେତା ଲେନିନ୍।
ବିଜୟ ନାୟକ: ଦଳର ଜଣେ ପୁରୁଣା ନେତା। ସଚୋଟ କର୍ମୀଟିଏ ପରି ବିଜୟ ବାବୁଙ୍କୁ ଦଳ ଯେତେବେଳେ ଯେଉଁ ଦାୟିତ୍ବ ଦେଇଛି ତାକୁ ସିଏ କରିଛନ୍ତି। ଆଗରୁ ବରି ଆସନ ପାଇଁଟିକେଟ ଲବିରେ ଥିଲେ । ହେଲେ ଦଳ କେବେ ବି ତାଙ୍କ କଥା ବିଚାରକୁ ନେଇନି। ଏବେ ସେ ଦଳର ସାଧାରଣ ସଂପାଦକ ଅଛନ୍ତି। କନ୍ଧମାଳ ଏବଂ ଢେଙ୍କାନାଳର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ତୁଲାଇଛନ୍ତି ବିଜୟ ବାବୁ ।
ଲୋପାମୁଦ୍ରା ବକ୍ସିପାତ୍ର: ଯଦି ନବୀନ ବାବୁ ନାରୀ ନେତ୍ରୀଙ୍କ କଥା ବିଚାରକୁ ନିଅନ୍ତି ତେବେ ଲୋପାମୁଦ୍ରା ସର୍ବାର୍ଗେ ରହିବେ ନିଶ୍ଚେ। ଦଳର ଜଣେ ଟାଣୁଆ ନାରୀ ନେତ୍ରୀ । ଲୋପାମୁଦ୍ରା ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜୁ ବାବୁଙ୍କ ସମୟର ନେତା ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଝିଅ। ଏବେ ଦଳରେ ସେ ସାଧାରଣ ସଂପାଦକ ପଦବୀରେ ଅଛନ୍ତି। ଆଗରୁ ରାଜ୍ୟର ମହିଳା କମିଶନ ଅଧ୍ୟକ୍ଷ ମଧ୍ୟ ଥିଲେ। ରାଜ୍ୟସଭା ଯିବା ପାଇଁ ଲୋପାମୁଦ୍ରା ହେଉଛନ୍ତି ଦଳ ପାଇଁ ଯୋଗ୍ୟ ନେତ୍ରୀ । ସେହିପରି ଗୀତା ବସ୍ତିଆ, କସ୍ତୁରୀ ମହାପାତ୍ରଙ୍କ ଭଳି ନେତ୍ରୀ ମଧ୍ୟ ବିଜେଡିରେ ବହୁଦିନ ଧରି କାମ କରିଛନ୍ତି। ତାଙ୍କୁ ଦଳୀୟ ପଦ ପଦବୀ ମିଳିଥିଲେ ମଧ୍ୟ ନିର୍ବାଚନ ଲଢି ନାହାଁନ୍ତି।
ଈଶ୍ୱର ପାଣିଗ୍ରାହୀ: କୋରାପୁଟ ବିଜେଡିର ଟାଣୁଆ ନେତା। କେରାପୁଟରେ ଦଳକୁ ବିଜୟୀ କରିବାରେ ସବୁ ବେଳେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିଲେ ଇଶ୍ବର। ବିଜେଡିର କୋରାପୁଟ ଜିଲ୍ଲାସଭାପତି ଥିଲେ,ଏବେ କୋରାପୁଟ ସେଣ୍ଟ୍ରାଲ କୋପରେଟିଭ୍ ବ୍ୟାଙ୍କର ସଭାପତି ଅଛନ୍ତି। ପ୍ରାୟ ଦୁଇ ଦଶନ୍ଧି ଧରି ସେ ଦଳରେ ଅଛନ୍ତି। କୋରାପୁଟ ଯେତେବେଳେ ଅଣସଂରକ୍ଷିତ ଆସନ ଥିଲା ସେତେବେଳେ ତାରା ବାହିନୀପତିଙ୍କ ସହ ସେ ଦଳୀୟ ଟିକେଟରୁ ନିର୍ବାଚନ ଲଢିଥିଲେ। ଦକ୍ଷିଣ ଓଡ଼ିଶାରୁ ନିଶ୍ଚିତ ଭାବେ ଇଶ୍ବର ଜଣେ ଯୋଗ୍ୟ ପାର୍ଥୀ।
ରବି ନାରାୟଣ ନନ୍ଦ: ପୂର୍ବତନ ମନ୍ତ୍ରୀ ରବି ନନ୍ଦ ଜୟପୁର ଆସନରୁ ଦଳୀୟ ଟିକେଟରୁ ଲଢି ତାରାବାହିନୀପତିଙ୍କୁ ମଧ୍ୟ ହରାଇଛନ୍ତି। ଏବେ ସେ ଦଳର ଉପସଭାପତି ଅଛନ୍ତି। ଗତ 2024 ନିର୍ବାଚନରେ ତାଙ୍କ ସ୍ତ୍ରୀ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ। ଦେଖିବାକୁ ଗଲେ ରାଜ୍ୟସଭା ପାଇଁ ରବି ବାବୁ ମଧ୍ୟ ଜଣେ ଦାବିଦାର ନେତା ।...
ଝିନ୍ନ ହିକ୍କକା- କୋରାପୁଟର ଆଦିବାସୀ ନେତା । 2014 ରୁ 1019 ମଧ୍ୟରେ କୋରାପୁଟର ସାଂସଦ ଥିଲେ ଝିନ୍ନ । 2009 ରୁ 2014 ଯାଏଁ ଲକ୍ଷ୍ମୀପୁର ବିଧାୟକ ବି ଥିଲେ। ମାଓବାଦୀ ଅପହରଣର ଶିକାର ହୋଇଥିଲେ। ବିଜେଡିର ଜଣେ ଆଦିବାସୀ ଚେହେରା ଭାବେ ବେଶ ଜଣାଶୁଣା। ଯଦି ନବୀନ ଆଦିବାସୀ ଚେହେରା ଭାବେ କୌଣସି ନେତାଙ୍କୁ ବାଛନ୍ତି ତେବେ ଝିନ୍ନ ମଧ୍ୟ ସେହି ଦୌଡରେ ଆଗରେ ରହିବେ।
ରବୀନ୍ଦ୍ର ଜେନା: ବାଲେଶ୍ବର ତଥା ଉତ୍ତର ଓଡ଼ିଶାର ଟାଣୁଆ ନେତା ରବୀନ୍ଦ୍ର ଜେନା। ବାଲେଶ୍ବର ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି । ଦଳୀୟ ଟିକେଟରୁ ନିର୍ବାଚନ ଲଢି ବାଲେଶ୍ବର ସାଂସଦ ହୋଇଥିଲେ ରବୀନ୍ଦ୍ର। ଗତ ନିର୍ବାଚନରେ ଲେଖାଶ୍ରୀ ନିର୍ବାଚନ ଲଢିଲେ, ରବୀନ୍ଦ୍ରଙ୍କୁ ଆଉ ଟିକେଟ୍ ମିଳିଲାନି। ଦଳର ଜଣେ ଟାଣୁଆ ନେତା ଭାବେ ରବୀନ୍ଦ୍ର ବାବୁ ନିଶ୍ଚିତ ଭାବେ ଦାବିଦାର ।
ଚିରଞ୍ଜୀବ ବିଶ୍ବାଳ: ବରିଷ୍ଠ ରାଜନେତା। ଇଲୋକ୍ଟ୍ରାଲ ପଲିଟିକ୍ସରେ ଅନେକ ଅଭିଜ୍ଞତା ରହିଛି। ଗତ ନିର୍ବାଚନ ବେଳେ ସେ କଂଗ୍ରେସ ଛାଡି ବିଜେଡିକୁ ଆସିଥିଲେ। ସେତେବେଳେ ଦଳ ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ୍ ଦେଲା, ଚିରଞ୍ଜୀବ ବାବୁ ନିର୍ବାଚନ ଲଢିପାରିଲେନି। ତେବେ ରାଜ୍ୟସଭା ପାଇଁ ତାଙ୍କ ନାଁ ବିଚାରକୁ ନେବା ଦରକାର ବୋଲି ଚର୍ଚ୍ଚା ହେଉଛି।
ଆୟୁବ ଖାଁ: କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ। ବିଜେଡିର ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା। 2014ରେ କଣ୍ଟାବାଞ୍ଜିର ବିଧାୟକ ଥିଲେ। ଗତ ନିର୍ବାଚନରେ ନିଜେ ନବୀନ ବାବୁ ଲଢିବାରୁ ତାଙ୍କୁ ଟିକେଟ ମିଳିଲାନି। ଗତ ନିର୍ବାଚନରେ ନବୀନ ବାବୁଙ୍କ ପାଇଁ ବହୁ ପରିଶ୍ରମ କରିଛନ୍ତି ଆୟୁବ ଖାଁ। ଯଦି ନବୀନ ବାବୁ ଗତ ଥର ନିର୍ବାଚନ ଲଢିନଥିବା ନେତା ଖୋଜନ୍ତି ତେବେ ଆୟୁବ ନିଶ୍ଚିତ ଭାବେ ଦାବିଦାର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
