Advertisment

ମଙ୍ଗଳ ଗ୍ରହରେ ଉଡ଼ିଲା ହେଲିକପ୍ଟର, ଏଥର ଅଧିକ ସମୟ

ନାସା: ପୁଣିଥରେ ମଙ୍ଗଳ ଗ୍ରହରେ ନାସା ନିଜର ଛୋଟିଆ ହେଲିକପ୍ଟର ଇନଜେନ୍ୟୁଟିକୁ ଉଡ଼ାଇବାରେ ସଫଳ ହୋଇଛି। ଚଳିତ ଥର ଏହି ବିମାନ ଅଧିକ ଉଚ୍ଚତାରେ ଏବଂ ଅଧିକ ସମୟ ଉଡ଼ିଥିବା ଜଣାପଡ଼ିଛି। କାଲିଫର୍ଣ୍ଣିଆ ସ୍ଥିତ ପ୍ରୋପଲେଶନ ଲାବୋରଟେରୀର ରିପୋର୍ଟ ଅନୁଯାୟୀ ଚଳିତ ଥର ଏହି ହେଲିକପ୍ଟର ୧୬ ଫୁଟ୍ ଉଚ୍ଚତାରେ ଉଡିଥିବା ବେଳେ ସାଇଡ ପଟେ ୭ ଫୁଟ ଉଚ୍ଚତାରେ ଉଡ଼ିଥିଲା। ସେହିପରି ଚଳିତ ଥର ଏହି ହେଲିକପ୍ଟର ୫୨ ସେକେଣ୍ଡ ପାଇଁ ଉଡ଼ିଥିବା ବେଳେ ପୂର୍ବଥର […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମଙ୍ଗଳ ଗ୍ରହରେ ଉଡ଼ିଲା ହେଲିକପ୍ଟର, ଏଥର ଅଧିକ ସମୟ

mars-helicaptor

ନାସା: ପୁଣିଥରେ ମଙ୍ଗଳ ଗ୍ରହରେ ନାସା ନିଜର ଛୋଟିଆ ହେଲିକପ୍ଟର ଇନଜେନ୍ୟୁଟିକୁ ଉଡ଼ାଇବାରେ ସଫଳ ହୋଇଛି। ଚଳିତ ଥର ଏହି ବିମାନ ଅଧିକ ଉଚ୍ଚତାରେ ଏବଂ ଅଧିକ ସମୟ ଉଡ଼ିଥିବା ଜଣାପଡ଼ିଛି। କାଲିଫର୍ଣ୍ଣିଆ ସ୍ଥିତ ପ୍ରୋପଲେଶନ ଲାବୋରଟେରୀର ରିପୋର୍ଟ ଅନୁଯାୟୀ ଚଳିତ ଥର ଏହି ହେଲିକପ୍ଟର ୧୬ ଫୁଟ୍ ଉଚ୍ଚତାରେ ଉଡିଥିବା ବେଳେ ସାଇଡ ପଟେ ୭ ଫୁଟ ଉଚ୍ଚତାରେ ଉଡ଼ିଥିଲା। ସେହିପରି ଚଳିତ ଥର ଏହି ହେଲିକପ୍ଟର ୫୨ ସେକେଣ୍ଡ ପାଇଁ ଉଡ଼ିଥିବା ବେଳେ ପୂର୍ବଥର ଏହା ୧୩ ସେକେଣ୍ଡ ପାଇଁ ଉଡ଼ିଥିବା ନେଇ ସୂଚନା ରହିଛି।

Advertisment

ପ୍ରଥମ ଥର ପାଇଁ ନାସା ସୋମବାର ଏହି ବିମାନକୁ ମଙ୍ଗଳ ଗ୍ରହରେ ଉଡାଇବାରେ ସଫଳ ହୋଇଥିଲା। ମଙ୍ଗଳ ଗ୍ରହରେ ଇନଜେନ୍ୟୁଟି ହେଲିକପ୍ଟର ଉଡ଼ିବା ପରେ ବୈଜ୍ଞାନିକମାନେ କାଲିଫର୍ନିଆର ପର୍ସେଭେରାନ୍ସ ରୋଭରରୁ ସିଗନାଲ ପାଇଥିଲେ। ଆଉ ଏହି ସିଗନାଲରେ ହେଲିକପ୍ଟରଟି ଉଡ଼ାଣ ଭରିବା ପରେ ଏକ ବ୍ଲାକ ଆଣ୍ଡ ହ୍ୱାଇଟ୍ ଫଟୋ ଆସିଥିଲା। ଯେଉଁଥିରେ ହେଲିକପ୍ଟର ଛାଇ ଦୃଶ୍ୟମାନ ହୋଇଥିଲା। ଆଉ କିଛି ସମୟ ପରେ ଇନଜେନ୍ୟୁଟି ମଙ୍ଗଳ ପୃଷ୍ଠର ଏକ କଲର ଫଟୋ ପଠାଇଥିଲା।

ପର୍ସେଭେରାନ୍ସ ରୋଭର ଏବଂ ଇନଜେନ୍ୟୁଟି ହେଲିକପ୍ଟର ଫେବୃଆରୀ ମଧ୍ୟଭାଗରେ ମଙ୍ଗଳ ଗ୍ରହରେ ପହଞ୍ଚିଥିଲା। ଏବେ ମଙ୍ଗଳର ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ସଂଗ୍ରହ କରି, ସେଥିରୁ ଅମ୍ଳଜାନ ପ୍ରସ୍ତୁତ କରିଛି ଏହି ପର୍ସେଭେରାନ୍ସ ରୋଭର। ଏଥିରେ ଲାଗିଥିବା କାର୍ ବ୍ୟାଟେରୀ ଆକୃତିର ଯନ୍ତ୍ର ମୋକ୍ସି ଜରିଆରେ ୫ ଗ୍ରାମ୍ ଅକ୍ସିଜେନ ତିଆରି କରିଛି।

Advertisment

ଏହି ଇନଜେନ୍ୟୁଟି ହେଲିକପ୍ଟର ପ୍ରଥମେ ଉଡ଼ାଣ ଭରିବା ବେଳେ ମଙ୍ଗଳ ଗ୍ରହରେ ୧୦୦ ବର୍ଗ ମିଟର ବିମାନ କ୍ଷେତ୍ର ବାଛିଥିଲା ନାସା। ରୋଭର ଏପ୍ରିଲ୍ ୩ରେ ଏୟାରଫିଲ୍ଡରେ ଇନଜେନ୍ୟୁଟି ମୁକ୍ତ କରିଥିଲା। ଆଉ ଏପ୍ରିଲ୍ ୧୮ରେ, ନିୟନ୍ତ୍ରକମାନେ ଇନଜେନ୍ୟୁଟି ହେଲିକପ୍ଟରକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହାର ସଫ୍ଟୱେର୍ ଅପଡେଟ୍ କରିଥିଲେ।

ନାସାର ଇନଜେନ୍ୟୁଟି ହେଲିକପ୍ଟରର ଓଜନ ୧.୮ କିଲୋଗ୍ରାମ ରହିଥିବା ବେଳେ ଉଚ୍ଚତା ୧.୬ ଫୁଟ ବା ୦.୫ ମିଟର ଲମ୍ବା ରହିଛି। ଏଥିରେ ବ୍ୟାଟେରୀ, ହିଟର ଏବଂ ସେନସର ମଧ୍ୟ ରହିଛି। ହେଲିକପ୍ଟରର ଶୀର୍ଷରେ ଏକ ସୋଲାର ପ୍ୟାନେଲ୍ ରହିଛି ଯାହାକି ବ୍ୟାଟେରୀକୁ ଚାର୍ଜ କରେ। ଏହି ମିନି ହେଲିକପ୍ଟର ମାଇନସ୍ ୯୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ମଧ୍ୟ ଉଡିପାରିବାର କ୍ଷମତା ରଖିଛି। ଏହାର ମୂଲ୍ୟ ୮୫ ନିୟୁତ ଡଲାର, ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୬ ବିଲିୟନ।