ନାସାର ଐତିହାସିକ ସଫଳତା, ମହାକାଶରୁ ନମୁନା ସଂଗ୍ରହ କଲା ଓସିରିସ୍-ରେକ୍ସ

ନାସା: ଆମେରିକାର ସ୍ପେସ୍ ଏଜେନ୍ସି ନାସାର ମହାକାଶଯାନ ଓସିରିସ୍-ରେକ୍ସ ମହାକାଶରେ ଏଷ୍ଟେରଏଡ୍ ବେନୁକୁ ସଫଳତାର ସହ ଛୁଇଁଛି। ଏହାପରେ ମହାକାଶରେ ଏକ ନମୁନା ସଂଗ୍ରହ କରିଛି ଏହି ମହାକାଶଯାନ। ପ୍ରଥମେ ଏହି ସଫଳତା ଜାପାନ ପାଇଥିଲା। ପରେ ଏଷ୍ଟେରଏଡରୁ ନମୁନା ନେବାରେ ଆମେରିକା ଦ୍ୱିତୀୟ ଦେଶ ସଫଳ ହୋଇଛି। ଆସନ୍ତା ସପ୍ତାହରେ ନାସାର ମହାକାଶଯାନ ଓସିରିସ୍-ରେକ୍ସ ଏଷ୍ଟେରଏଡ ବେନୁ କେତେ ନମୁନା ହାସଲ କରିଛି ତାହା ଜାଣାପଡ଼ିବ। ନାସା ମହାକାଶଯାନ ଓସିରିସ୍-ରେକ୍ସ ଦ୍ୱାରା ଏଷ୍ଟେରଏଡ ବେନୁର ଏହି […]

NASA’s OSIRIS-REx

NASA’s OSIRIS-REx

Subhransu Sekhar
  • Published: Wednesday, 21 October 2020
  • Updated: 21 October 2020, 03:50 PM IST

Sports

Latest News

ନାସା: ଆମେରିକାର ସ୍ପେସ୍ ଏଜେନ୍ସି ନାସାର ମହାକାଶଯାନ ଓସିରିସ୍-ରେକ୍ସ ମହାକାଶରେ ଏଷ୍ଟେରଏଡ୍ ବେନୁକୁ ସଫଳତାର ସହ ଛୁଇଁଛି। ଏହାପରେ ମହାକାଶରେ ଏକ ନମୁନା ସଂଗ୍ରହ କରିଛି ଏହି ମହାକାଶଯାନ। ପ୍ରଥମେ ଏହି ସଫଳତା ଜାପାନ ପାଇଥିଲା। ପରେ ଏଷ୍ଟେରଏଡରୁ ନମୁନା ନେବାରେ ଆମେରିକା ଦ୍ୱିତୀୟ ଦେଶ ସଫଳ ହୋଇଛି। ଆସନ୍ତା ସପ୍ତାହରେ ନାସାର ମହାକାଶଯାନ ଓସିରିସ୍-ରେକ୍ସ ଏଷ୍ଟେରଏଡ ବେନୁ କେତେ ନମୁନା ହାସଲ କରିଛି ତାହା ଜାଣାପଡ଼ିବ।

ନାସା ମହାକାଶଯାନ ଓସିରିସ୍-ରେକ୍ସ ଦ୍ୱାରା ଏଷ୍ଟେରଏଡ ବେନୁର ଏହି ସଫଳତା ଐତିହାସିକ ବୋଲି କୁହାଯାଇଛି। ନାସାର ମହାକାଶଯାନ ଦ୍ୱାରା ବେନୁରୁ ସଂଗୃହିତ ନମୁନା ଆଧାର ଉପରେ ଜଣା ପଡିବ ଯେ ଆଉ ଥରେ ନମୁନା ସଂଗ୍ରହ ଆବଶ୍ୟକ ଅଛି କି ନାହିଁ।

https://twitter.com/OSIRISREx/status/1318676604193832966

ନାସାର ଏହି ମହାକାଶଯାନକୁ ଗ୍ରାଉଣ୍ଡ କଣ୍ଟ୍ରୋଲ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରାୟ ୪.୫ ଘଣ୍ଟା ମଧ୍ୟରେ କକ୍ଷପଥରୁ ବେନୁ ପୃଷ୍ଠରେ ପହଞ୍ଚିଥିଲା। ଗତ ଦୁଇ ବର୍ଷ ଧରି ବେନୁର ଚାରିପଟେ ଘୁରି ବୁଲୁଥିଲା। ସ୍ପେସ ଏକ୍ସ ଏହା ଉପରେ ନଜର ରଖିଥିଲା।

ତେବେ ସ୍ପେସକ୍ରାଫ୍ଟର ଓସିରିସ୍-ରେକ୍ସ ସମସ୍ତ କଳ୍ପନାଜଳ୍ପନାର ଫୁଲଷ୍ଟପ ପକାଇ ନାଇଟିଙ୍ଗଲେ ନାମକ ଏକ ସ୍ଥାନରେ ଅବତରଣ କରିଥିଲା। ଗୋଲ ଗୋଲ ହୋଇ ଚାରିପଟେ ଘୁରିବୁଲିବା ପରେ ଅବତରଣ ପାଇଁ ଆବଶ୍ୟକ ଥିବା ମାତ୍ର ୮ ମିଟର ଚଉଡାରେ ଓସିରିସ୍-ରେକ୍ସ ଓହ୍ଲାଇଥିଲା। ନମୁନା ସଂଗ୍ରହ ପାଇଁ ଏହି ସ୍ଥାନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କୁହାଯାଉଛି। ବୈଜ୍ଞାନିକଙ୍କ ତଥ୍ୟ ଅନୁଯାୟୀ, ସୂକ୍ଷ୍ମ ଧୂଳି, ପଥର ଏବଂ ମାଟି ରହିଛି ଯାହାକି ଦୀର୍ଘ ସମୟ ଧରି ଆଖପାଖ ପରିବେଶ ସହିତ ସଂସ୍ପର୍ଶରେ ଆସି ନଥିଲା। ନାସାର ଏହି ମହାକାଶଯାନ ୨୦୧୩ରେ ଫେରିବ।

ଆରିଜୋନା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଡାଣ୍ଟେଲ ଲାରିଟା ଏହି ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି। ଗୋଟିଏ ମହାକାଶଯାନ ଯାହା କରିବା ଆବଶ୍ୟକ ତାହା କରି ଦେଖାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos