Advertisment

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଷ୍ଟାଡିୟମ ଆକାରର ଉଲକା ପିଣ୍ଡ

ୱାଶିଂଟନ: ପୃଥିବୀ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ। ଏହାର ଆକାର ଗୋଟିଏ ଷ୍ଟାଡିୟମ ଭଳି। ଏଥିରୁ ଅନୁମାନ କରିପାରୁଥିବେ, ଏହା କେତେ ବଡ଼ ଉଲକାପିଣ୍ତ। 2008Go20 ନାମକ ଏହି ଉଲକା ପିଣ୍ଡ ଜୁଲାଇ ୨୪ରେ ପୃଥିବୀକୁ ଅତିକ୍ରମ କରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହା ବିପର୍ଯ୍ୟୟ ଘଟାଇବାର ଆଶଙ୍କା ଥିବାରୁ ନାସା ପକ୍ଷରୁ ଏହା ବିପଦଜ୍ଜନକ କ୍ୟାଟାଗୋରୀରେ ରଖାଯାଇଛି। ସୂଚନା ଅନୁସାରେ, ଏହି ଉଲକାପିଣ୍ଡଟି ସେକେଣ୍ଡ ପିଛା ୮ କିମି […]

ଅଦ୍ୟତନ ହୋଇଛି
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଷ୍ଟାଡିୟମ ଆକାରର ଉଲକା ପିଣ୍ଡ

asteroid

Advertisment

ୱାଶିଂଟନ: ପୃଥିବୀ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ। ଏହାର ଆକାର ଗୋଟିଏ ଷ୍ଟାଡିୟମ ଭଳି। ଏଥିରୁ ଅନୁମାନ କରିପାରୁଥିବେ, ଏହା କେତେ ବଡ଼ ଉଲକାପିଣ୍ତ। 2008Go20 ନାମକ ଏହି ଉଲକା ପିଣ୍ଡ ଜୁଲାଇ ୨୪ରେ ପୃଥିବୀକୁ ଅତିକ୍ରମ କରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହା ବିପର୍ଯ୍ୟୟ ଘଟାଇବାର ଆଶଙ୍କା ଥିବାରୁ ନାସା ପକ୍ଷରୁ ଏହା ବିପଦଜ୍ଜନକ କ୍ୟାଟାଗୋରୀରେ ରଖାଯାଇଛି।

Advertisment

ସୂଚନା ଅନୁସାରେ, ଏହି ଉଲକାପିଣ୍ଡଟି ସେକେଣ୍ଡ ପିଛା ୮ କିମି ବେଗରେ ଗତି କରୁଛି। ଏହାର ଅର୍ଥ ଘଣ୍ଟାପ୍ରତି ବେଗ ୨୮,୮୦୦ ରହିଛି। ଗତି ଖୁବ ଅଧିକ ଥିବାରୁ ଏହାର ସାମ୍ନାରେ ଯାହା ବି ଆସିବ, ସେଗୁଡ଼ିକ ଧ୍ୱଂସ ପାଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ନାସା ଏହାର ଗତିପଥ ଉପରେ ନଜର ରଖିଛି।

ଜୁନ୍‌ ମାସରେ ୨୦୨୧କେଟି୧ ନାମକ ଗୋଟିଏ ଉଲକା ପିଣ୍ଡ ପୃଥିବୀ ନିକଟରେ ପହଞ୍ଚିଥିଲା। ଏହାର ଆକାରର ଇଫେଲ ଟାୱାର ଭଳି ରହିଥିଲା। ଏହା ପୃଥିବୀ ଠାରୁ ୪.୫ ମିଲିୟନ ଦୂରତାରେ ଯାଇଥିଲା। ପୃଥିବୀ ଠାରୁ ୪.୬ ମିଲିୟନ ଦୂର ଦେଇ ଗତି କରୁଥିବା ସମସ୍ତ ବସ୍ତକୁ ବିପଦଜ୍ଜନକ ତାଲିକାରେ ରଖାଯାଇଥାଏ।

Advertisment

ଏହି ଷ୍ଟାଡିୟମ ଆକାରର ଉଲକା ପିଣ୍ଡର ନିୟର ଆର୍ଥ ଅବଜେକ୍ଟ(ଏନଇଓ) ୨୦ ମିଟର ଚଉଡ଼ା ଓ ଏହା ୨୮,୭୦,୮୪୭,୬୦୭ କିଲୋମିଟର ଦୂରରୁ ଦୃଶ୍ୟମାନ ହେବ। ଯାହା ପୃଥିବୀ ଏବଂ ଚନ୍ଦ୍ରର ମୋଟ ଦୂରତା ଠାରୁ ୮ ଗୁଣ ଅଧିକ। ଜୁଲାଇ ୨୪ ତାରିଖ ରାତିରେ ଏନଇଓ ଆପୋଲୋ ନାମକ ଏକ କକ୍ଷପଥ ଦେଇ ଗତି କରିବ।

ଅବଶ୍ୟ ଏହା ପୃଥିବୀରେ ମାଡ଼ ହେବାର କୌଣସି ଆଶଙ୍କା ନଥିବା ବୈଜ୍ଞାନିକମାନେ କହିଛନ୍ତି। ତଥାପି ସେମାନେ ଏହାକୁ ସମ୍ଭାବ୍ୟ ବିପଜ୍ଜନକ ଉଲକା ପିଣ୍ଡ ଶ୍ରେଣୀରେ ରଖିଛନ୍ତି।

ବୃହସ୍ପତି ଗ୍ରହର କକ୍ଷପଥରେ ସାଧାରଣତ ଉଲକା ପିଣ୍ଡ ମିଳିଥାଏ। କିଛି ଉଲକା ପିଣ୍ଡ ଅନ୍ୟ ଗ୍ରହର କକ୍ଷରେ ପ୍ରବେଶ କରିଥିବା ଜଣାପଡ଼ିଥିବା ବେଳେ ସେହି ଗ୍ରହ ସହ ସୂର୍ଯ୍ୟ ଚାରିପଟେ ମଧ୍ୟ ପରିକ୍ରମା କରିଥାଆନ୍ତି। ଏବେ ବୈଜ୍ଞାନିକମାନଙ୍କର ପ୍ରାୟ ୧୦ ଲକ୍ଷ ଉଲକା ପିଣ୍ଡର ତଥ୍ୟ ରହିଛି। ଏହା ମଧ୍ୟରୁ ୨୨ଟି ଆସନ୍ତା ୧୦୦ ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସାଜି ପାରନ୍ତି।

Astroid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe