Advertisment

କୁନି ପିଲାଟିର ଛାତିରେ ଥିଲା କଣା, ଗୋଟିଏ ଟ୍ୱିଟ୍‌ରେ ସୋନୁ ସୁଦ୍ କଲେ ଏମିତି କାମ

ନୂଆଦିଲ୍ଲୀ: ଗରିବଙ୍କ ସାଥୀ ହେଉଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ଯେତେବେଳେ ସାରା ଦେଶରେ ଲକଡାଉନ୍ ଜାରି ହୋଇଥିଲା ସେହି ସମୟରେ ସୋନୁ ସୁଦ୍ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଥିଲେ। ଏପିରିକି କିଛି ଲୋକେ ନିଜ ପିଲାର ନାଁ ମଧ୍ୟ ସୋନୁ ରଖିଲେ। ସେ ଅନେକ ଭଙ୍ଗା ଘରକୁ ସଜାଡ଼ିଛନ୍ତି ଏବଂ ଲୋକଙ୍କୁ ନିଜ ନିଜର ଘରେ ପହଞ୍ଚାଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଏହି ସଙ୍କଟ ସମୟରେ ସେ ଖୁବ୍ ସହାୟତା କରିଛନ୍ତି। ଏବେ […]

ଅଦ୍ୟତନ ହୋଇଛି
କୁନି ପିଲାଟିର ଛାତିରେ ଥିଲା କଣା, ଗୋଟିଏ ଟ୍ୱିଟ୍‌ରେ ସୋନୁ ସୁଦ୍ କଲେ ଏମିତି କାମ

sonu

Advertisment

ନୂଆଦିଲ୍ଲୀ: ଗରିବଙ୍କ ସାଥୀ ହେଉଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ଯେତେବେଳେ ସାରା ଦେଶରେ ଲକଡାଉନ୍ ଜାରି ହୋଇଥିଲା ସେହି ସମୟରେ ସୋନୁ ସୁଦ୍ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଥିଲେ। ଏପିରିକି କିଛି ଲୋକେ ନିଜ ପିଲାର ନାଁ ମଧ୍ୟ ସୋନୁ ରଖିଲେ। ସେ ଅନେକ ଭଙ୍ଗା ଘରକୁ ସଜାଡ଼ିଛନ୍ତି ଏବଂ ଲୋକଙ୍କୁ ନିଜ ନିଜର ଘରେ ପହଞ୍ଚାଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଏହି ସଙ୍କଟ ସମୟରେ ସେ ଖୁବ୍ ସହାୟତା କରିଛନ୍ତି।

Advertisment

ଏବେ ଏକ ଟୁଇଟ୍ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଏକ ପିଲାକୁ ସହାୟତା କରିଛନ୍ତି। ପିଲାଟିର ଛାତିରେ ଏକ କଣା ଥିଲା। ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକ ଥିଲା। ଏଥିପାଇଁ ଆଗେଇ ଆସିଛନ୍ତି ସୋନୁ ସୁଦ୍।

https://twitter.com/SonuSood/status/1320638078340517888?s=20

ଧୀରଜ୍ କୁମାର ନାମକ ଜଣେ ୟୁଜର୍ ଟୁଇଟ୍ କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, "ସୋନୁ ସାର୍ ଏହି ପିଲାଟିର ଛାତିରେ କଣା ଅଛି। ଆମେ ୪୦ ଜଣ ଯୁବକ ଏକାଠି ମିଶି ପ୍ରାୟ ୨୫ ହଜାର ଟଙ୍କା ଯୋଗାଡ଼ କରିଛୁ। ଏବେ ଆପଣ ହିଁ ଆମର ଶେଷ ଆଶା। ପିଲାଟିର ଚିକିତ୍ସା ପାଇଁ ଅପରେସନ୍ ନିହାତି ଦରକାର। ଏଥିପାଇଁ ସାର୍ ଆପଣଙ୍କ ସାହାଯ୍ୟ ଦରକାର। ଆପଣ କେବଳ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରାଇ ଦିଅନ୍ତୁ।" ବାସ୍ କିଛି ସମୟ ପରେ ସୋନୁ ସୁଦ୍ ଏହି ଟୁଇଟର ଜବାବ ଦେଇଥିଲେ। ସୋନୁ ଲେଖିଲେ, "ଭାବିନିଅ କାମ ହୋଇଗଲା।"

Advertisment

ସୋନୁଙ୍କ ଏହି ଟୁଇଟ୍ ପରେ ଅନେକ ପ୍ରତିକ୍ରିୟା ଆସିଥିଲା। ଜଣେ ୟୁଜର୍ ରିଟୁଇଟ୍ କରି ଲେଖିଛନ୍ତି, 'ସୋନୁ ସୁଦ୍ ଏକମାତ୍ର ଗରିବଙ୍କ ମସିହା, ଯିଏ ବିନା ଟ୍ୟାଗରେ ଲୋକଙ୍କ ଟୁଇଟ୍ ଖୋଜି ବାହାର କରି ନିଅନ୍ତି ଏବଂ ସହାୟତା ପାଇଁ ଆଗେଇ ଆସନ୍ତି।' ଆଉ ଜଣେ ଲେଖିଛନ୍ତି, 'ସମସ୍ତଙ୍କ  ପାଖରେ ଗୋଟିଏ ଲେଖାଏ ହୃଦୟ ଅଛି ଏବଂ ଏହାକୁ କେତେଥର ଜିତିବ?'

 ଦୁର୍ଗା ମଣ୍ଡପରେ ଲକଡାଉନ ଯନ୍ତ୍ରଣାର ଦୃଶ୍ୟ ସହ ସୋନୁ ସୁଦ୍‌ଙ୍କ ପ୍ରତିମୂର୍ତ୍ତି, ଦେଖନ୍ତୁ ଭିଡିଓ

Sonu Sood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe