ଢାକା: ଆଜି ଭାରତ ବାଂଲାଦେଶ ମଧ୍ୟରେ ଆଜି ଖେଳାଯିବ ତୃତୀୟ ତଥା ଶେଷ ଦିନିକିଆ । ସିରିଜ ହାରି ସାରିଥିବା ଟିମ୍ ଇଣ୍ଡିଆ ଆଜିର ମ୍ୟାଚ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ । ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଦଳ ସବୁ ଆଡୁ ସମାଲୋଚନାର ସମ୍ମୁଖୀନ ହୋଇଛି । ତେଣୁ ଆଜିର ମ୍ୟାଚ ଜିତିବାକୁ ଚେଷ୍ଟା କରିବ ଧୋନୀ ବାହିନୀ । ଗତ ମ୍ୟାଚରୁ ବାଦ ପଡିଥିବା ଆଜିଙ୍କ୍ୟ ରାହାଣେ ପୁଣି ଚୂଡାନ୍ତ ଏକାଦଶକୁ ଫେରିପାରନ୍ତି । ସେହିପରି ଦଳରେ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନିଙ୍କୁ ମଧ୍ୟ ସାମିଲ କରାଯାଇପାରେ । ସେପଟେ ପ୍ରଥମ ଥର ଲାଗି ଭାରତ ବିପକ୍ଷରେ ସିରିଜ ଜିତିଥିବା ବାଂଲାଦେଶ ଦଳ ବେଶ ଉତ୍ସାହିତ ଅଛି । ଦୁଇଟି ମ୍ୟାଚରେ ୧୧ଟି ଉଇକେଟ ନେଇ ଭାରତୀୟ ବ୍ୟାଟିଂ ଅର୍ଡରକୁ ଧ୍ୱଂସ କରିଦେଇଥିବା ପେସ୍ ବୋଲର୍ ମୁସ୍ତାଫିଜୁର ରେହମାନ ଆଜି ବି ତାଙ୍କ ଏହି ଫର୍ମ ବଜାୟ ରଖିବେ ବୋଲି ଦଳ ଆଶା କରୁଛି । ଏହି ମ୍ୟାଚ ଜିତି ଲଗାତର ଦୁଇଟି ସିରିଜ୍ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିଛି ବାଂଲାଦେଶ । ପୂର୍ବରୁ ବାଂଲାଦେଶ ପାକିସ୍ତାନକୁ ୩-୦ରେ ହରାଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାଜ୍ୟପାଳ ଲାଟ୍ ସାହେବ ପଦ ନୁହେଁ: ରଘୁବର
ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଗତକାଲି ବିଧିବଦ୍ଧ ଭାବେ ରଘୁବର ଦାସ ପୁଣି ବିଜେପିରେ ସାମିଲ ହୋଇଛନ୍ତି।
National
ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ: ୬ ମାସ ହେବ ଫ୍ରିଜ୍ରେ ରଖିଥିଲା ଲିଭ୍ ଇନ୍ ପାର୍ଟନରଙ୍କ ଶବ
ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଥିଲା।
National
ସ୍ୱାମୀର ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ସ୍ତ୍ରୀ
ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।
National
ପୁଣି ସାମ୍ବାଦିକଙ୍କୁ ଟାର୍ଗେଟ୍, ପରିବାରକୁ କୁରାଢ଼ିରେ ହାଣି ଦେଲେ
ସାମ୍ବାଦିକଙ୍କ ବାପା-ମା' ଓ ଭାଇକୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।