ଆଉ କିଛି ସମୟ ପରେ କ୍ୱାର୍ଟର୍ ଫାଇନାଲ୍‌ : ଫ୍ରାନ୍ସ ପାଇଁ ସହଜ ନୁହେଁ ଏହି ଟିମ୍‌କୁ ହରାଇବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପରେ ଆଉ କିଛି ସମୟ ପରେ ଆରମ୍ଭ ହେବ କ୍ୱାର୍ଟର ଫାଇନାଲ ମୁକାବିଲା। ଯଦିଓ ଚଳିତ ବିଶ୍ୱକପରେ ଅନେକ ଟାଇଟଲ ଦାବିଦାର ତଥା ଶକ୍ତିଶାଳୀ ଦେଶ ବିଦା ହୋଇସାରିଛନ୍ତି, ତଥାପି ଖୁବ ଜମିବ କ୍ୱାର୍ଟର ଫାଇନାଲ ଲଢେଇ। ଚଳିତ ଫିଫା ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ୧୯୯୮ର ବିଜେତା ଫ୍ରାନ୍ସ ଓ ୨ ଥର ବିଜେତା ଉରୁଗୁଏ। ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମୁକାବିଲା ଟାଇଟଲ ଫେଭରାଇଟ୍ ବ୍ରାଜିଲ ଓ […]

252174-uruguay-vs-france-reut

252174-uruguay-vs-france-reut

Rakesh Mallick
  • Published: Friday, 06 July 2018
  • Updated: 06 July 2018, 06:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପରେ ଆଉ କିଛି ସମୟ ପରେ ଆରମ୍ଭ ହେବ କ୍ୱାର୍ଟର ଫାଇନାଲ ମୁକାବିଲା। ଯଦିଓ ଚଳିତ ବିଶ୍ୱକପରେ ଅନେକ ଟାଇଟଲ ଦାବିଦାର ତଥା ଶକ୍ତିଶାଳୀ ଦେଶ ବିଦା ହୋଇସାରିଛନ୍ତି, ତଥାପି ଖୁବ ଜମିବ କ୍ୱାର୍ଟର ଫାଇନାଲ ଲଢେଇ। ଚଳିତ ଫିଫା ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ୧୯୯୮ର ବିଜେତା ଫ୍ରାନ୍ସ ଓ ୨ ଥର ବିଜେତା ଉରୁଗୁଏ। ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମୁକାବିଲା ଟାଇଟଲ ଫେଭରାଇଟ୍ ବ୍ରାଜିଲ ଓ ବେଲଜିୟମ ମଧ୍ୟରେ ଖେଳାଯିବ। ଆଜି ଖେଳାଯିବାକୁ ଥିବା ଦୁଇଟି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ହେବ ବୋଇ ଆଶା କରାଯାଉଛି। କାରଣ ଯେଉଁ ୪ଟି ଦଳ ମଧ୍ୟରେ ଏହି ଟକ୍କର ହେବାକୁ ଯାଉଛି, ସେହି ୪ଟି ଟିମ୍‌ ବିପକ୍ଷ ଦଳକୁ ପରାସ୍ତ କରି ସେମିରେ ପହଞ୍ଚିବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିବେ।

Image result for france vs uruguay

ପ୍ରିକ୍ୱାର୍ଟରରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ୪-୩ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ଫ୍ରାନ୍ସ।  ଦୁଇଟି ବିଜୟ ଏବଂ ଗୋଟିଏ ଡ୍ର ସହ ଲିଗରେ ଅପରାଜୟ ରହିଥିଲା ଏହି ଟିମ୍‌। ଫ୍ରେଞ୍ଚ ଟିମ୍ ଦଳରେ ଅଛନ୍ତି ଦୃତ ଓ ପ୍ରତିଭା ସମ୍ପନ୍ନ ଖେଳାଳି। ସେପଟେ ଫ୍ରାନ୍ସ ଚ୍ୟାଲେଞ୍ଜର ମୁକାବିଲା ପାଇଁ ତୟାର ଉରୁଗୁଏ। ଲିଗ ପର୍ଯ୍ୟାୟରେ ୩ଟିଯାକ ବିଜୟ ସହ ଅପରାଜେୟ ରହିଥିବା ଉରୁଗୁଏ ସେମି ଫାଇନାଲକୁ ଉଠିବା ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରିବ। ଏହି ମ୍ୟାଚ୍‌ ଭାରତୀୟ ସମୟ ୭.୩୦ରେ ଖେଳାଯିବ।Image result for brazil football vs belgium

ସେପଟେ ଦ୍ୱିତୀୟ କ୍ୱାଟର ଫାଇନାଲ୍‌ରେ ସାମ୍ନାସାମ୍ନି ହେବେ ବ୍ରାଜିଲ ଓ ବେଲଜିୟମ। ମେକ୍ସିକୋକୁ ହରାଇ କ୍ୱାର୍ଟରକୁ ଆସିଛି ବ୍ରାଜିଲ। ଗତଥର ନିଜ ମାଟିରେ ବିଶ୍ୱକପ ଜିତିବାର ଅଧୁରା ସ୍ୱପ୍ନ ପୂରଣ କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ବ୍ରାଜିଲ। ସେପଟେ ବ୍ରାଜିଲ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ବେଲଜିୟମ। ଚଳିତ ବିଶ୍ୱକପରେ ଫେବରାଇଟ୍‌ ଟିମ୍ କୁହାଯାଉଥିବା ବେଲଜିୟମ ଟିମ୍‌ରେ ଅଛନ୍ତି ଅନେକ ବିଶ୍ୱସ୍ତରୀୟ ଖେଳାଳି। ଯାହାଙ୍କୁ ଅଟକାଇବା ବ୍ରାଜିଲ ପାଇଁ ସହଜ ହେବନାହିଁ। କ୍ୱାର୍ଟରଫାଇନାଲକୁ ନେଇ ଉଭୟ ଦଳ ଭିନ୍ନଭିନ୍ନ ରଣନୀତି ପ୍ରସ୍ତୁତ କରିଛନ୍ତି। ରାତି ସାଢେ ୧୧ଟାରେ ହେବାକୁଥିବା ଏହି ମ୍ୟାଚ ଉପରେ ରହିଛି ସମସ୍ତଙ୍କ ନଜର।FIFA World Cup : इस बार आसान नहीं होगा ब्राजील के लिए बेल्जियम को बाहर करना

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos