ଲାହୋର : ୨୦୦୯ରେ ଭ୍ରମଣକାରୀ ଶ୍ରୀଲଙ୍କାଦଳ ପାକିସ୍ତାନ ଗସ୍ତରେ ଯାଇଥିବା ବେଳେ ସେଠାରେ ୪ ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ ବୋଲି ଆଜି ସୂଚନା ଦେଇଛି ପାକିସ୍ତାନ। ପାକିସ୍ତାନ କହିଛି ଯେଉଁମାନେ ଆକ୍ରମଣ କରିଥିଲେ ସେମାନେଙ୍କୁ ସୁରକ୍ଷାକର୍ମୀମାନେ ଗୁଳିକରିଥିଲେ। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା ବୋଲି ପାକିସ୍ତାନ କହିଛି। ଅଦ୍ୟାବଧି ସେମାନଙ୍କର ପରିଚୟ ମିଳି ନ ଥିବା ବେଳେ ସେମାନେ କେଉଁ ଆତଙ୍କୀ ଗ୍ରୁପର ତାହା ଜଣାପଡିନାହିଁ।
ଏହି ଆକ୍ରମଣରେ ୬ ଜଣ ପୋଲିସ, ୨ଜଣ ଦେଖଣାହାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ କ୍ରିକେଟ ଖେଳାଳି ଗୁରୁତର ଭାବେ ଆହତ ହୋଇଥିଲେ।
ପାକିସ୍ତାନୀ ତାଲିବାନ ଓ ଲସ୍କର-ଏ-ତୋଏବା ଏହି ଆକ୍ରମଣ କରିଥିବା ପାକିସ୍ତାନୀ ଗୁଇନ୍ଦା ବିଭାଗ ଅନୁମାନ କରିଛି।