Advertisment

ଅଷ୍ଟ୍ରେଲିଆର ପୁଣି ବ୍ୟାଟିଂ ବିପର୍ଯ୍ୟୟ, ଇନିଂସ୍ ପରାଜୟ ଏଡାଇବାକୁ ସଂଘର୍ଷ

ମେଲବର୍ଣ୍ଣ: ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଇନିଂସ୍ ଭଳି ୨ୟ ଇନିଂସରେ ମଧ୍ୟ ଅଷ୍ଟ୍ରେଲିଆର ବ୍ୟାଟିଂ କୋଲାପ୍ସ କରିଛି। ପ୍ରଥମ ଇନିଂସରେ ୧୩୧ ରନରେ ପଛୁଆ ଥିବା ଅଷ୍ଟ୍ରେଲିଆ ୨ୟ ଇନିଂସରେ ରିପୋର୍ଟ ଲେଖା ହେଲା ବେଳକୁ ୬ ୱିକେଟ୍ ହରାଇ ୧୦୫ ରନ୍ କରିଛି। ଫଳରେ ଇନିଂସ୍ ଏଡାଇବା ପାଇଁ ଅଷ୍ଟ୍ରେଲିଆକୁ ଆହୁରି ୩୦ ରନ୍ ଆବଶ୍ୟକ ହେଉଛି। ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ ରନ୍ କରିଥିବା ବେଳେ ଭାରତ ୩୨୬ ରନରେ […]

ଅଦ୍ୟତନ ହୋଇଛି
ଅଷ୍ଟ୍ରେଲିଆର ପୁଣି ବ୍ୟାଟିଂ ବିପର୍ଯ୍ୟୟ, ଇନିଂସ୍ ପରାଜୟ ଏଡାଇବାକୁ ସଂଘର୍ଷ

india11

Advertisment

ମେଲବର୍ଣ୍ଣ: ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଇନିଂସ୍ ଭଳି ୨ୟ ଇନିଂସରେ ମଧ୍ୟ ଅଷ୍ଟ୍ରେଲିଆର ବ୍ୟାଟିଂ କୋଲାପ୍ସ କରିଛି। ପ୍ରଥମ ଇନିଂସରେ ୧୩୧ ରନରେ ପଛୁଆ ଥିବା ଅଷ୍ଟ୍ରେଲିଆ ୨ୟ ଇନିଂସରେ ରିପୋର୍ଟ ଲେଖା ହେଲା ବେଳକୁ ୬ ୱିକେଟ୍ ହରାଇ ୧୦୫ ରନ୍ କରିଛି। ଫଳରେ ଇନିଂସ୍ ଏଡାଇବା ପାଇଁ ଅଷ୍ଟ୍ରେଲିଆକୁ ଆହୁରି ୩୦ ରନ୍ ଆବଶ୍ୟକ ହେଉଛି।

Advertisment

ବକ୍ସିଂ ଡେ' ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ ରନ୍ କରିଥିବା ବେଳେ ଭାରତ ୩୨୬ ରନରେ ଅଲଆଉଟ୍ ହୋଇଥିଲା। ୨ୟ ଇନିଂସରେ ଅଷ୍ଟ୍ରେଲିଆ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଲଗାତର ଖରାପ ଫର୍ମରେ ଥିବା ଜୋ ବର୍ନସ୍ ମାତ୍ର ୪ ରନ୍ କରିଥିବା ବେଳେ ଉମେଶ ଯାଦବଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମାର୍ନସ୍ ଲାବୁଶେନ୍ ଓ ମାଥ୍ୟୁ ୱେଡ୍ ୨ୟ ୱିକେଟ୍ ପାଇଁ ୩୮ ରନ୍ ଯୋଡ଼ିଥିଲେ। ଲାବୁଶେନ୍ ବ୍ୟକ୍ତିଗତ ୨୮ ରନ୍ କରି ଆର୍ ଅଶ୍ୱିନଙ୍କ ବଲରେ ଆଉଟ୍ ହୋଇଥିଲେ।

ଷ୍ଟିଭ୍ ସ୍ମିଥ୍ ପୁଣିଥରେ ନିରାଶ କରିଥିଲେ। ସେ ମାତ୍ର ୪ ରନ୍ କରିଥିବା ବେଳେ ଯଶପ୍ରୀତ ବୁମ୍ରାଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ସେଟ୍ ହୋଇସାରିଥିବା ୱେଡ (୪୦)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ରବୀନ୍ଦ୍ର ଜାଡେଜା। ମିଡଲ୍ ଅର୍ଡରରେ ଟ୍ରାଭିସ୍ ହେଡ୍ (୧୭) ଓ କ୍ୟାପଟେନ୍ ଟିମ୍ ପେନ୍ (୧) ନିରାଶ କରିଥିଲେ। ରିପୋର୍ଟ ଲେଖା ହେଲା ବେଳକୁ କାମେରନ୍ ଗ୍ରୀନ୍ ୩ ଓ ପ୍ୟାଟ୍ କମିନ୍ସ ୨ ରନରେ ବ୍ୟାଟିଂ କରୁଥିଲେ।

Advertisment

ଏହା ପୂର୍ବରୁ ପୂର୍ବଦିନର ସ୍କୋର ୨୭୭/୫ରୁ ଖେଳ ଆରମ୍ଭ କରିଥିବା ଭାରତ ଆଉ ୪୯ ରନ୍ ଯୋଡ଼ି ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ସର୍ବାଧିକ ୧୧୨ ରନ୍ କରିଥିବା ବେଳେ ଜାଡେଜା ୫୮, ଅଶ୍ୱିନ୍ ୧୪ ଓ ଉମେଶ ଯାଦବ ୯ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ଓ ନେଥନ ଲିୟନ୍ ୩ଟି ଲେଖାଏ ସଫଳତା ପାଇଥିଲେ।

ଅଧିକ ପଢ଼ନ୍ତୁ : ପୁଣି ଫସିଲେ କଙ୍ଗାରୁ ବ୍ୟାଟ୍ସମ୍ୟାନ୍, ଫ୍ରଣ୍ଟଫୁଟ୍‌ରେ ଟିମ୍ ଇଣ୍ଡିଆ

Indian Cricket Team India Vs Australia Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe