ରାଜ୍ୟଗୋଷ୍ଠୀ ଟିଟି: ମହିଳା ଡବଲ୍ସ ଅନ୍ତିମ-୪ରେ ଭାରତର ତିନି ଯୋଡ଼ି

କଟକ, (ଓଡ଼ିଶା ରିର୍ପୋଟର): ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପରେ ରବିବାର ମହିଳା ଯୁଗଳ କ୍ୱାର୍ଟର ଫାଇନାଲରେ ମୌସୁମୀ ପଲ୍‌-ଶ୍ରେଜା ଅକୁଳା ୩-୧ (୧୧-୪, ୧୧-୮, ୭-୧୧, ୧୧-୮)ରେ ସିଙ୍ଗାପୁରର ଵାନ୍‌ ଲିଙ୍ଗ ଝାଙ୍ଗ-ଲିଲିନ୍‌ ଜାସି ଟାନ୍‌ଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ଭାରତର ଅହିକା ମୁଖାର୍ଜୀ-ସୁତୀର୍ଥା ମୁଖାର୍ଜୀଙ୍କ ଯୋଡି ସିଧାସଳଖ ୩-୦ (୧୧-୭, ୧୧-୭, ୧୨-୧୦) ସେଟ୍‌ରେ ହୋ ୟିଙ୍ଗ-ଜିନ୍‌ ଟିଙ୍କୁ ଏବ˚ ପୂଜା ଶହସ୍ରବୁଦ୍ଧେ-ସ୍ନିହା ରଏ କ୍ରିତ୍ୱିକାଙ୍କ ଯୋଡି ୩-୧ (୭-୧୧, […]

tt2

Ranjit Kumar Jena
  • Published: Sunday, 21 July 2019
  • , Updated: 21 July 2019, 10:20 PM IST

କଟକ, (ଓଡ଼ିଶା ରିର୍ପୋଟର): ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପରେ ରବିବାର ମହିଳା ଯୁଗଳ କ୍ୱାର୍ଟର ଫାଇନାଲରେ ମୌସୁମୀ ପଲ୍‌-ଶ୍ରେଜା ଅକୁଳା ୩-୧ (୧୧-୪, ୧୧-୮, ୭-୧୧, ୧୧-୮)ରେ ସିଙ୍ଗାପୁରର ଵାନ୍‌ ଲିଙ୍ଗ ଝାଙ୍ଗ-ଲିଲିନ୍‌ ଜାସି ଟାନ୍‌ଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ସେହିପରି ଭାରତର ଅହିକା ମୁଖାର୍ଜୀ-ସୁତୀର୍ଥା ମୁଖାର୍ଜୀଙ୍କ ଯୋଡି ସିଧାସଳଖ ୩-୦ (୧୧-୭, ୧୧-୭, ୧୨-୧୦) ସେଟ୍‌ରେ ହୋ ୟିଙ୍ଗ-ଜିନ୍‌ ଟିଙ୍କୁ ଏବ˚ ପୂଜା ଶହସ୍ରବୁଦ୍ଧେ-ସ୍ନିହା ରଏ କ୍ରିତ୍ୱିକାଙ୍କ ଯୋଡି ୩-୧ (୭-୧୧, ୧୨-୧୦, ୧୧-୯, ୧୧-୪)ରେ ଅଷ୍ଟ୍ରେଲିଆର ମେଲିସା ଟାପ୍ପର-ମିଚେଲି ବ୍ରୋମ୍‌ଲିଙ୍କ ଯୋଡିକୁ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ତେବେ ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ସିଙ୍ଗାପୁରର ରୁଇ ଗୋଇ-ରୁ ଵଙ୍ଗ ଜିନ୍‌ଙ୍କ ଯୋଡି ୩-୨ରେ ମଧୁରିକା ପାଟକର-ଅର୍ଚ୍ଚନା କାମଥଙ୍କୁ ହରାଇ ଶେଷ ୪ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

Related story