ଚତୁର୍ଥ ଦିନିକିଆ: ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇଲା ଭାରତ

ବେଙ୍ଗଲୁରୁ: ଅଧିନାୟକ ମିଥାଲି ରାଜଙ୍କ ଅପରାଜିତ ୮୧ ରନ ଓ ସ୍ମୃତି ମନ୍ଧାନାଙ୍କ ୬୬ ରନ ବଳରେ ଭାରତୀୟ ମହିଳା କ୍ରିକେଟ ଟିମ୍ ସୋମବାର ଜିତିଯାଇଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ। ନ୍ୟୁଜିଲ୍ୟାଣ୍ଡକୁ ୮ଟି ୱିକେଟରେ ହରାଇ ଭାରତୀୟ ଟିମ୍ ଏହି ୫ ଟିକିଆ ଦିନିକିଆ ସିରିଜରେ ସ୍ଥିତିକୁ ବରାବର କରିଦେଇଛି। ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତିଛନ୍ତି। ତେଣୁ ଶେଷ ମ୍ୟାଚଟି ଉଭୟଙ୍କ ପାଇଁ ଗୁରୁତ୍ୱପୁର୍ଣ୍ଣ।

 ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲ୍ୟାଣ୍ଡ।  ୪୯.୫ ଓଭରରେ ସମସ୍ତ ୱିକେଟ ହରାଇ ଦଳ ୨୨୦ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଏସଏଫ୍‌ଏମ ଡିଭାଇନଙ୍କ ୮୯ ଓ ଏଇ.ସାଟ୍ଟରର୍ଥୱାଇଟଙ୍କ ୪୩ ରନ କରିଥିଲେ। ଭାରତ ପକ୍ଷରୁ ଝୁଲଣ ଗୋସ୍ୱାମୀ ୧୦ ଓଭରରେ ୩୧ ରନ ଦେଇ ୧ଟି ୱିକେଟ ନେଇଥିବା ବେଳେ ଏନ.ନିରଞ୍ଜନା ୫.୫ ଓଭରରେ ୩୫ ରନ ଦେଇ ୩ଟି ୱିକେଟ ଓ ଆରଏସ ଗାଏକ୍ୱାଡ ୧୦ ଓଭରରେ ୨୫ ରନ ଦେଇ ୩ଟି ୱିକେଟ ହାସଲ କରିଥିଲେ।

୨୨୧ ରନର ବିଜୟ ଲକ୍ଷ୍ୟକୁ  ଭାରତୀୟ ମହିଳା ଦଳ ମାତ୍ର ଦୁଇ ୱିକେଟ ହରାଇ ୪୪.୨ ଓଭରରେ ହାସଲ କରିନେଇଥିଲା। ଅଧିନାୟକ ମିଥାଲି ରାଜଙ୍କ ଅପରାଜିତ ୮୧(୮୮ ବଲ,୧୦ ଚୌକା) ଓ ଓପନର ସ୍ମୃତି ମନ୍ଧାନାଙ୍କ ୬୬(୯୯ ବଲ,୮ଚୌକା) ବଳରେ ଭାରତୀୟ ଦଳ ବେଶ ସହଜରେ ଏହି ମ୍ୟାଚ ଜିତିଯାଇଥିଲା। ଓପନର ଏମଡିଟି କାମିନି ୫୪ ବଲରୁ ୩୧ ରନ ସଂଗ୍ରହ କରିଥିଲେ। ସେହିଭଳି ଏଚ.କାଉର ୨୭ଟି ବଲରେ ୩୨ ରନ କରି ଶେଷ ପର୍ଯ୍ୟନ୍ତ ମିଥାଲି ରାଜଙ୍କ ସହିତ ଅପରାଜିତ ଥିଲେ।

ଆହୁରି ପଢ଼ନ୍ତୁ

ଏସିଆ କପ୍ ସ୍ଥଗିତ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ

ସଚିନ ଓପନ କରନ୍ତି, ହେଲେ କାହିଁକି ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରନ୍ତି ନାହିଁ? ଗୁମର ଖୋଲିଲେ ଦାଦା

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା