୬ ଅଲିମ୍ପିଆନ୍‌ଙ୍କୁ ସମ୍ବର୍ଦ୍ଧିତ କଲା ଏସେଲ ମାଇନିଂ

ଭୁବନେଶ୍ୱର: ବ୍ରାଜିଲର ରିଓ ଅଲିମ୍ପିକ୍‌ରେ ଭାଗ ନେଇଥିବା ଓଡ଼ିଆ ଝିଅ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ, ଦୀପଗ୍ରେସ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜଙ୍କୁ ଆଜି ଏକ ତାରକା ହୋଟେଲରେ ସମ୍ବର୍ଦ୍ଧିତ କରିଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପର କମ୍ପାନୀ ଏସେଲ ମାଇନିଂ। ଏହି ଅବସରରେ  ଆଥଲେଟ୍‌ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କୁ କମ୍ପାନୀ ପକ୍ଷରୁ ୧୫ ଲକ୍ଷଟଙ୍କା ଦିଆଯାଇଥିବା ବେଳେ ହକି ଖେଳାଳି ଦୀପଗ୍ରେସ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ […]

olimpic

Rakesh Mallick
  • Published: Tuesday, 30 August 2016
  • , Updated: 30 August 2016, 10:48 PM IST

ଭୁବନେଶ୍ୱର: ବ୍ରାଜିଲର ରିଓ ଅଲିମ୍ପିକ୍‌ରେ ଭାଗ ନେଇଥିବା ଓଡ଼ିଆ ଝିଅ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ, ଦୀପଗ୍ରେସ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜଙ୍କୁ ଆଜି ଏକ ତାରକା ହୋଟେଲରେ ସମ୍ବର୍ଦ୍ଧିତ କରିଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପର କମ୍ପାନୀ ଏସେଲ ମାଇନିଂ। ଏହି ଅବସରରେ  ଆଥଲେଟ୍‌ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କୁ କମ୍ପାନୀ ପକ୍ଷରୁ ୧୫ ଲକ୍ଷଟଙ୍କା ଦିଆଯାଇଥିବା ବେଳେ ହକି ଖେଳାଳି ଦୀପଗ୍ରେସ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛି।

ଏହି ସ୍ୱତନ୍ତ୍ର ଉତ୍ସବରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟସଭା ସାଂସଦ ତଥା ପଦ୍ମଶ୍ରୀ ଦୀଲ୍ଲିପ ତିର୍କୀ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ। ତାଙ୍କ ସହ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଲଳିତ ଦାସ, ଆଇଜି ସୁଶାନ୍ତ କୁମାର ନାଥ,ଏସେଲ ମାଇନିଂ ସିଇଓ ଅଶୋକ କୁମାର ବଳ ଓ ବରିଷ୍ଠ ଅଧିକାରୀ ରାଜଦୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Related story