ବାଂଲା ବୋଲରଙ୍କୁ ଧକ୍କା: ୭୫% ମ୍ୟାଚ୍ ଫି’ହରାଇଲେ ଧୋନୀ

ଢାକା: ଗୁରୁବାର ବାଂଲାଦେଶ ବିପକ୍ଷ ମୀରପୁର ଦିନିକିଆ ମ୍ୟାଚରେ ଭାରତର ଅଧିନାୟକ ମେହନ୍ଦ୍ର ସିଂହ ଧୋନୀ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ ଓ ବାଂଲା ବୋଲର ମୁସ୍ତଫିଜୁର ରହମାନଙ୍କୁ ଧକ୍କା ଦେଇଥିଲେ। ନିଜର କୁଲ୍ ମିଜାଜ୍ ପାଇଁ ବେଶ୍ ଜଣାଶୁଣା ଧୋନିଙ୍କୁ କିନ୍ତୁ ଏହି ଭୁଲ ଭାରି ମହଙ୍ଗା ପଡ଼ିଛି। ଜୋରିମାନା ବାବଦକୁ ତାଙ୍କର ୭୫% ମ୍ୟାଚ୍ ଫି’ କାଟି ଦିଆଯାଇଛି। ତେବେ ଫି’କଟିଲେ ମଧ୍ୟ ମ୍ୟାଚରୁ ବାସନ୍ଦ ହୋଇନାହାନ୍ତି। ସେହିପରି ମୁସ୍ତଫିଜୁରଙ୍କର ମଧ୍ୟ ୫୦% ମ୍ୟାଚ୍ […]

dhoni

dhoni

Rakesh Mallick
  • Published: Friday, 19 June 2015
  • Updated: 19 June 2015, 04:55 PM IST

ଢାକା: ଗୁରୁବାର ବାଂଲାଦେଶ ବିପକ୍ଷ ମୀରପୁର ଦିନିକିଆ ମ୍ୟାଚରେ ଭାରତର ଅଧିନାୟକ ମେହନ୍ଦ୍ର ସିଂହ ଧୋନୀ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ ଓ ବାଂଲା ବୋଲର ମୁସ୍ତଫିଜୁର ରହମାନଙ୍କୁ ଧକ୍କା ଦେଇଥିଲେ। ନିଜର କୁଲ୍ ମିଜାଜ୍ ପାଇଁ ବେଶ୍ ଜଣାଶୁଣା ଧୋନିଙ୍କୁ କିନ୍ତୁ ଏହି ଭୁଲ ଭାରି ମହଙ୍ଗା ପଡ଼ିଛି। ଜୋରିମାନା ବାବଦକୁ ତାଙ୍କର ୭୫% ମ୍ୟାଚ୍ ଫି’ କାଟି ଦିଆଯାଇଛି। ତେବେ ଫି’କଟିଲେ ମଧ୍ୟ ମ୍ୟାଚରୁ ବାସନ୍ଦ ହୋଇନାହାନ୍ତି। ସେହିପରି ମୁସ୍ତଫିଜୁରଙ୍କର ମଧ୍ୟ ୫୦% ମ୍ୟାଚ୍ ଫି କାଟି ଦିଆଯାଇଛି।

ମୁସ୍ତଫିଜୁରଙ୍କୁ ଧକ୍କା ମାରିବା ଘଟଣା ନେଇ ଶୁକ୍ରବାର ମ୍ୟାଚ୍ ରେଫରୀ ଧୋନୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଧୋନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ରେଫରୀ ତାଙ୍କୁ ଆଇସିସିର ଆଚାର ସଂହିତା ସ୍ତର-୧ରେ ଦୋଷୀ ସାବ୍ୟସ୍ତ କରିଥିଲେ। ତେଣୁ ତାଙ୍କର ୭୫% ମ୍ୟାଚ୍ ଫି’ କାଟି ଦେଇଥିଲେ। ଯଦି ଧୋନୀ ଆଇସିସିର ଆଚାର ସଂହିତା ସ୍ତର-୨ରେ ଉଲ୍ଲଂଘନ କରି ଥାଆନ୍ତେ ତା’ହେଲେ ତାଙ୍କୁ ଗୋଟିଏ କି ଦୁଇଟି ମ୍ୟାଚରୁ ବ୍ୟାନ୍ କରାଯାଇ ଥାଆନ୍ତା।

ଗତକାଲି ମ୍ୟାଚର ୨୫ ଓଭରରେ ଘଟିଥିଲା ଏହି ଘଟଣା। ଧୋନୀ ଏକ ସିଙ୍ଗିଲ୍ ନେଲେ ଓ ମୁସ୍ତଫିଜୁରଙ୍କୁ କହୁଣୀରେ ଧକ୍କା ଦେଇଥିଲେ। ମୁସ୍ତିଫିଜୁର ମଧ୍ୟ ବାରମ୍ବାର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ରନ ନେବା ରାସ୍ତାରେ ଆସି ଛିଡ଼ା ହୋଇଯାଉଥିଲେ। ନିଜ ଓଭର ଗୁଡ଼ିକରେ ସେ ଭାରତୀୟ ବ୍ୟାଟ୍ସମ୍ୟାନ ମାନଙ୍କୁ ବହୁତ ହଇରାଣ କରିଥିଲେ। ଆଉ ଏଥିରେ କ୍ୟାପେଟନ୍ କୁଲ୍ ନିଜ ଉପରୁ ନିୟନ୍ତ୍ରଣ ହରାଇ ଥିଲେ ଓ ମୁସ୍ତଫିଜୁରଙ୍କୁ ତାଙ୍କ ଉପାୟରେ ପାନେ ଶିଖାଇଥିଲେ। ଧୋନୀ ଏତେ ଜୋରରେ ଧକ୍କା ଦେଇଥିଲେ ଯେ ମୁସ୍ତଫିଜୁରଙ୍କୁ ଫିଲ୍ଡ ଛାଡ଼ି ଯିବାକୁ ବାଧ୍ୟ ହୋଇଥିଲା। ଏହି ଓଭରର ବାକି ବଲ୍ ନାସିର ହୁସନ୍ ଫୋପାଡ଼ି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos