୯ରୁ ରାଜ୍ୟ ସ୍କୁଲ ଓପନ୍ ଚେସ୍

ଭୁବନେଶ୍ୱର: ଓଡ଼ିଶା ଷ୍ଟେଟ୍ ଚେସ୍ ଆସୋସିଏସନ ପକ୍ଷରୁ ସେକ୍ରେଟେରିଏଟ ରିକ୍ରିଏସନ କ୍ଲବରେ ଆସନ୍ତା ୯ ତାରିଖରୁ ଷ୍ଟେଟ୍ ସ୍କୁଲ ଓପନ ଚାମ୍ପିଅନସିପ୍ ଆରମ୍ଭ ହେବ। ଏଥିରେ ୨୦୦୦ ଜାନୁୟାରୀ ୧ ତାରିଖ ପୂର୍ବରୁ ଜନ୍ମଗ୍ରହଣ କରିଥିବା ପ୍ରତିଯୋଗୀମାନେ ଭାଗ ନେଇପାରିବେ ନାହିଁ। ୯ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ପ୍ରଥମରୁ ୧୦ମ ଶ୍ରେଣୀ ଯାଏଁ ପାଠ ପଢିଥିବା ପ୍ରତିଯୋଗୀ ଭାଗ ନେଇପାରିବେ। ୟୁ-୮, ୟୁ-୧୦, ୟୁ-୧୨, ୟୁ-୧୪ ଓ ଛାତ୍ରୀ ବର୍ଗରେ ପ୍ରଥମ ୧୫ ଜଣଙ୍କୁ ପୁରସ୍କାର […]

ChessSet

Rakesh Mallick
  • Published: Tuesday, 29 December 2015
  • , Updated: 29 December 2015, 04:04 PM IST

ଭୁବନେଶ୍ୱର: ଓଡ଼ିଶା ଷ୍ଟେଟ୍ ଚେସ୍ ଆସୋସିଏସନ ପକ୍ଷରୁ ସେକ୍ରେଟେରିଏଟ ରିକ୍ରିଏସନ କ୍ଲବରେ ଆସନ୍ତା ୯ ତାରିଖରୁ ଷ୍ଟେଟ୍ ସ୍କୁଲ ଓପନ ଚାମ୍ପିଅନସିପ୍ ଆରମ୍ଭ ହେବ। ଏଥିରେ ୨୦୦୦ ଜାନୁୟାରୀ ୧ ତାରିଖ ପୂର୍ବରୁ ଜନ୍ମଗ୍ରହଣ କରିଥିବା ପ୍ରତିଯୋଗୀମାନେ ଭାଗ ନେଇପାରିବେ ନାହିଁ। ୯ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ପ୍ରଥମରୁ ୧୦ମ ଶ୍ରେଣୀ ଯାଏଁ ପାଠ ପଢିଥିବା ପ୍ରତିଯୋଗୀ ଭାଗ ନେଇପାରିବେ। ୟୁ-୮, ୟୁ-୧୦, ୟୁ-୧୨, ୟୁ-୧୪ ଓ ଛାତ୍ରୀ ବର୍ଗରେ ପ୍ରଥମ ୧୫ ଜଣଙ୍କୁ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ ବୋଲି ଓଏସସିଏ ପକ୍ଷରୁ ସୂଚନା ମିଳିଛି।

Related story